ବାଲୁଗାଁ: ମା’ଙ୍କୁ ସମ୍ମାନ, ସବୁଜ ପୃଥିବୀର ସଙ୍କଳ୍ପ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ତମ୍ ଜନ୍ମଦିନ ଅବସରରେ ଆଜି ବାଲୁଗାଁ ମହାବିଦ୍ୟାଳୟର ଯୁକ୍ତ ଦୁଇ ଓ ଯୁକ୍ତ ତିନି ଛାତ୍ରଛାତ୍ରୀଙ୍କ ସମେତ ଅଧ୍ୟାପକ ଅଧ୍ୟାପିକା ମାନେ ବାଲୁଗାଁ ମହାବିଦ୍ୟାଳୟ ଓ ସ୍ଥାନୀୟ କଳିଯୁଗେଶ୍ୱର ପାହାଡ଼ ନିକଟରେ ବ୍ୟାପକ ବୃକ୍ଷରୋପଣ କରିଛନ୍ତି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼କ୍ଟର ଲକ୍ଷ୍ମୀଧର ସୁବୁଦ୍ଧିଙ୍କ ନେତୃତ୍ୱରେ ଆଜି ସକାଳ ଆଠଟାରେ ଛାତ୍ରଛାତ୍ରୀମାନେ ମହାବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି “ମା ପାଇଁ ଗଛଟିଏ ” ସଂକଳ୍ପରେ ପ୍ରତ୍ୟେକ ଗୋଟିଏ ଗୋଟିଏ ଚାରା ରୋପଣ କରିଥିଲେ।
ଏହାପରେ ଜାତୀୟ ସେବା ଯୋଜନା ଅଧିକାରୀ ଅଧ୍ୟାପିକା ରୀନା ରାଉତ, ଡ଼କ୍ଟର କୈଳାଶ ଚନ୍ଦ୍ର ମହାରଣା, ଏନସିସି ଅଧିକାରୀ ଚନ୍ଦନ ନାଏକ, ଯୁବରେଡକ୍ରସ ଅଧିକାରୀ ମନସ୍ୱିନୀ ପଟ୍ଟନାୟକ, ଧୋବି ଚରଣ ପରିଡା, ରୋଭର ରେଂଜର ଅଧିକାରୀ ସ୍ନିଗ୍ଧାରାଣୀ ମୁଦୁଲି, ଦୀପକ ପରିଡାଙ୍କ ସମେତ ଡ଼କ୍ଟର ମୋନାଲିସା ମାନସିଂହ, ଅଧ୍ୟାପକ ପ୍ରବୀଣ କୁମାର ଜେନା,ବିଦ୍ୟାଧର ଜୁଝରସିଂହ, ସୁବ୍ରତ ତ୍ରିପାଠୀ, ହିମାଂଶୁ ଦାଶ, ମୃଦାନୀ ଶଙ୍କର ପ୍ରସାଦ ମିଶ୍ର, ସୁଧାକର ନାୟକ, ମନୋଜ ନାୟକ, ବିମଳ କୁମାର ପଣ୍ଡା, ଝରଣା ନାଥ, ସ୍ୱାତି ସ୍ଵାଗତିକା ସାହୁ, କୀର୍ତ୍ତିମୟୀ ବାରିକ, ଉମାକାନ୍ତ ସାହୁ ପ୍ରମୁଖ ଅଧ୍ୟାପକ ଓ ଅଧ୍ୟାପିକାଙ୍କ ତତ୍ତ୍ୱାବଧାନରେ ସ୍ବେଛାସେବୀମାନେ କଳିଯୁଗେଶ୍ୱର ଯାଇ ସେଠାରେ ପାହାଡ଼ ତଳେ ଦୁଇ ଶହରୁ ଉର୍ଦ୍ଧ୍ୱ ଚାରା ରୋପଣ କରିଥିଲେ। ସେଠାରେ ସିଙ୍ଗେଶ୍ୱର ସରପଞ୍ଚ୍ ସ୍ନେହଲତା ସେଠୀଙ୍କ ସହ ପଂଚାୟତର କର୍ମଚାରୀମାନେ ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକାଙ୍କୁ ସ୍ୱାଗତ କରିଥିଲେ ଓ ଉକ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।