Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନ ଉପଲକ୍ଷେ ବାଣପୁର ନଗର ମଣ୍ଡଳ ବିଜେପି ପକ୍ଷରୁ ଏକାଧିକ ସେବା କାର୍ଯ୍ୟ
ଆଞ୍ଚଳିକ

ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନ ଉପଲକ୍ଷେ ବାଣପୁର ନଗର ମଣ୍ଡଳ ବିଜେପି ପକ୍ଷରୁ ଏକାଧିକ ସେବା କାର୍ଯ୍ୟ

September 20, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ବାଣପୁର ନଗର ମଣ୍ଡଳ ବିଜେପି
ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନ ଉପଲକ୍ଷେ ବାଣପୁର ନଗର ମଣ୍ଡଳ ବିଜେପି ପକ୍ଷରୁ ଏକାଧିକ ସେବା କାର୍ଯ୍ୟ

ବାଣପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ତମ ଜନ୍ମଦିନ ଉପଲକ୍ଷେ ବିଜେପି ପକ୍ଷରୁ ଜାରି ରହିଛି ସେବା ପକ୍ଷ। ଏହି ପରିପ୍ରେକ୍ଷୀରେ ଆଜି ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବାଣପୁର ନଗର ମଣ୍ଡଳ ବିଜେପି ପକ୍ଷରୁ ଏକାଧିକ ସେବା କାର୍ଯ୍ୟ ଅନୁଷ୍ଠିତ ହୋଇଛି। “ଏକ୍ ପେଡ୍ ମା’ କେ ନାମ” ୨.୦ ଅଭିଯାନ ଅନ୍ତର୍ଗତ ସ୍ଥାନୀୟ ଟିକିରାଇ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବାଣପୁର ନଗର ମଣ୍ଡଳ ବିଜେପି ସଭାପତି ସଚିନ ଷଡ଼ଙ୍ଗୀଙ୍କ ତତ୍ୱାବଧାନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଜେପି କାର୍ଯ୍ୟକର୍ତ୍ତାମାନେ ଉକ୍ତ ବିଦ୍ୟାଳୟ ପରିସରରେ ବିଭିନ୍ନ ଫଳ ଏବଂ ଔଷଧୀୟ ବୃକ୍ଷର ଚାରାରୋପଣ କରିଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ। ଏହାପରେ ସ୍ଥାନୀୟ ଉତ୍ତରାୟିଣି ମନ୍ଦିର ପରିସରରେ ସ୍ୱଚ୍ଛ ଭାରତ ଅଭିଯାନ ଅନ୍ତର୍ଗତ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ନଗର ବିଜେପି କାର୍ଯ୍ୟକର୍ତାମାନେ ମନ୍ଦିର ପରିସରକୁ ସଫା କରିବା ସହ ସମାଜକୁ ସ୍ଵଛତାର ବାର୍ତ୍ତା ପ୍ରଦାନ କରିଥିଲେ।

ଉକ୍ତ ଉଭୟ ସେବା କାର୍ଯ୍ୟକ୍ରମରେ ଏନଏସି ବରିଷ୍ଠ ସଂଗଠକ ନନ୍ଦକିଶୋର ମିଶ୍ର,ପୂର୍ବତନ ମଣ୍ଡଳ ସଭାପତି ରବିନାରାୟଣ ମିଶ୍ର, ପୂର୍ବତନ ନଗରପାଳ ସହଦେଵ ନାୟକ, ଜିଲ୍ଲା ଭାଜପା ସାଧାରଣ ସମ୍ପାଦକ ଦୁଷ୍ମନ୍ତ ହରିଚନ୍ଦନ ଏବଂ ଅନ୍ୟ ଆଗଧାଡିର କର୍ମୀମାନେ ଭାଗ ନେଇଥିଲେ।

ଏକ୍ ପେଡ୍ ମା' କେ ନାମ ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନ ବାଣପୁର ନଗର ମଣ୍ଡଳ ବିଜେପି ସେବା କାର୍ଯ୍ୟ
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ କଲେଜରେ ଏନସିସି ଦିବସ

November 23, 2025

ବାଣପୁରରେ ମଣ୍ଡଳ ସ୍ତରୀୟ ଯୁବ ମହୋତ୍ସବ -୨୦୨୫ ଅନୁଷ୍ଠିତ

November 22, 2025

ବାଲୁଗାଁ ମହାବିଦ୍ୟାଳୟରେ ବିଶ୍ୱ ଦର୍ଶନ ଦିବସ ଓ ଜାତୀୟ ସମ୍ପାନ

November 21, 2025

ଅର୍ଜୁନ ସ୍ନାତକ ମହାବିଦ୍ୟାଳୟ କଦଳୀଗଡ଼ରେ ଆତ୍ମ ସୁରକ୍ଷା ତାଲିମ୍ ପ୍ରଶିକ୍ଷଣ ଶିବିର

November 19, 2025
Latest News

ଓଡିଶା ଆସିବେ ରାଷ୍ଟ୍ରପତି, ବିଧାନସଭାରେ ରଖିବେ ଅଭିଭାଷଣ, ସୁରକ୍ଷା ବ୍ୟବସ୍ଥା କଡାକଡି

November 25, 2025

Clean Energy Transition: ଓଡ଼ିଶା ଓ ଗ୍ଲୋବାଲ୍ ଏନର୍ଜି ଆଲାଏନ୍ସ ମଧ୍ୟରେ ବୁମଣାପତ୍ର ସ୍ୱାକ୍ଷରିତ

November 25, 2025

Utkalika Handloom: ଭୁବନେଶ୍ଵର ବିମାନ ବନ୍ଦର ଖୋଲିଲା ନୂତନ ବିକ୍ରୟ କେନ୍ଦ୍ର “ଉତ୍କଳିକା ଆତିଥ୍ୟ” 

November 25, 2025

IFFI 2025: ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ଯୋଗ ଦେଲେ ନିର୍ଦ୍ଦେଶକ ରାଜୁ ହିରାନୀ, କହିଲେ..

November 25, 2025

Ram Mandir Flag Hoisting: ଅଯୋଦ୍ଧା ରାମ ମନ୍ଦିରରେ ଧ୍ବଜା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ ମୋଦି

November 25, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.