Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନ ଉପଲକ୍ଷେ ବାଣପୁର ନଗର ମଣ୍ଡଳ ବିଜେପି ପକ୍ଷରୁ ଏକାଧିକ ସେବା କାର୍ଯ୍ୟ
ଆଞ୍ଚଳିକ

ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନ ଉପଲକ୍ଷେ ବାଣପୁର ନଗର ମଣ୍ଡଳ ବିଜେପି ପକ୍ଷରୁ ଏକାଧିକ ସେବା କାର୍ଯ୍ୟ

September 20, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ବାଣପୁର ନଗର ମଣ୍ଡଳ ବିଜେପି
ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନ ଉପଲକ୍ଷେ ବାଣପୁର ନଗର ମଣ୍ଡଳ ବିଜେପି ପକ୍ଷରୁ ଏକାଧିକ ସେବା କାର୍ଯ୍ୟ

ବାଣପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ତମ ଜନ୍ମଦିନ ଉପଲକ୍ଷେ ବିଜେପି ପକ୍ଷରୁ ଜାରି ରହିଛି ସେବା ପକ୍ଷ। ଏହି ପରିପ୍ରେକ୍ଷୀରେ ଆଜି ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବାଣପୁର ନଗର ମଣ୍ଡଳ ବିଜେପି ପକ୍ଷରୁ ଏକାଧିକ ସେବା କାର୍ଯ୍ୟ ଅନୁଷ୍ଠିତ ହୋଇଛି। “ଏକ୍ ପେଡ୍ ମା’ କେ ନାମ” ୨.୦ ଅଭିଯାନ ଅନ୍ତର୍ଗତ ସ୍ଥାନୀୟ ଟିକିରାଇ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବାଣପୁର ନଗର ମଣ୍ଡଳ ବିଜେପି ସଭାପତି ସଚିନ ଷଡ଼ଙ୍ଗୀଙ୍କ ତତ୍ୱାବଧାନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଜେପି କାର୍ଯ୍ୟକର୍ତ୍ତାମାନେ ଉକ୍ତ ବିଦ୍ୟାଳୟ ପରିସରରେ ବିଭିନ୍ନ ଫଳ ଏବଂ ଔଷଧୀୟ ବୃକ୍ଷର ଚାରାରୋପଣ କରିଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ। ଏହାପରେ ସ୍ଥାନୀୟ ଉତ୍ତରାୟିଣି ମନ୍ଦିର ପରିସରରେ ସ୍ୱଚ୍ଛ ଭାରତ ଅଭିଯାନ ଅନ୍ତର୍ଗତ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ନଗର ବିଜେପି କାର୍ଯ୍ୟକର୍ତାମାନେ ମନ୍ଦିର ପରିସରକୁ ସଫା କରିବା ସହ ସମାଜକୁ ସ୍ଵଛତାର ବାର୍ତ୍ତା ପ୍ରଦାନ କରିଥିଲେ।

ଉକ୍ତ ଉଭୟ ସେବା କାର୍ଯ୍ୟକ୍ରମରେ ଏନଏସି ବରିଷ୍ଠ ସଂଗଠକ ନନ୍ଦକିଶୋର ମିଶ୍ର,ପୂର୍ବତନ ମଣ୍ଡଳ ସଭାପତି ରବିନାରାୟଣ ମିଶ୍ର, ପୂର୍ବତନ ନଗରପାଳ ସହଦେଵ ନାୟକ, ଜିଲ୍ଲା ଭାଜପା ସାଧାରଣ ସମ୍ପାଦକ ଦୁଷ୍ମନ୍ତ ହରିଚନ୍ଦନ ଏବଂ ଅନ୍ୟ ଆଗଧାଡିର କର୍ମୀମାନେ ଭାଗ ନେଇଥିଲେ।

ଏକ୍ ପେଡ୍ ମା' କେ ନାମ ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନ ବାଣପୁର ନଗର ମଣ୍ଡଳ ବିଜେପି ସେବା କାର୍ଯ୍ୟ
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ ଏନଏସିରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ

August 31, 2026

ବଜ୍ରକୋଟ ବିଦ୍ୟାଳୟରେ ସ୍ଥାନାନ୍ତରିତ ଶିକ୍ଷକଙ୍କୁ ସେବା ସମ୍ବର୍ଦ୍ଧନା

August 30, 2026

ବାଣପୁର: ସରସ୍ବତୀ ଶିଶୁମନ୍ଦିରରେ ଜାତୀୟ କ୍ରୀଡା ଦିବସ ପାଳିତ

August 29, 2026

ଆରଏସଏସ ତରଫରୁ ବାଣପୁରରେ ରକ୍ଷା ବନ୍ଧନ ଉତ୍ସବ ପାଳିତ

August 27, 2026
Latest News

ୟୁଏସ୍ ଓପନ: ପ୍ରଥମ ରାଉଣ୍ଡରୁ ବିଦାୟ ନେଲେ ନୋବାକ୍ ଜୋକୋଭିଚ୍

August 31, 2026

ଦୁଲୀପ ଟ୍ରଫି ସେମିଫାଇନାଲ୍: ବୈଭବ ସୂର୍ଯ୍ୟବଂଶୀଙ୍କ ଐତିହାସିକ ଅର୍ଦ୍ଧଶତକ

August 31, 2026

ଡିଏଭି ପୋଖରୀପୁଟରେ ମେଧାବୀ ସମ୍ବର୍ଦ୍ଧନା ଉତ୍ସବ

August 31, 2026

ବାଲୁଗାଁ ଏନଏସିରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ

August 31, 2026

ସୋଆ ଏନଏସ ଏସ ପକ୍ଷରୁ ବନ୍ୟା ପ୍ରଭାବିତ ଅଂଚଳରେ ରିଲିଫ ବଂଟନ

August 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.