ବାଣପୁର: ଆଜି ବାଣପୁର-ବାଲୁଗାଁ ରୋଟାରୀ କ୍ଳବ ଏବଂ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମିଳିତ ସହଯୋଗରେ ଏକ ସ୍ବେଚ୍ଛାକୃତ ରକ୍ତ ଦାନ ଶିବିରର ଆୟୋଜନ କରା ଯାଇଥିଲା। ଉକ୍ତ ଶିବିରକୁ ଖୋର୍ଦ୍ଧ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସହକାରୀ ଚିକିତ୍ସା ଅଧିକାରୀ ଡାକ୍ତର ଜୀବନ ଆଚାର୍ଯ୍ୟ, ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧ୍ୟକ୍ଷ ଡାକ୍ତର ସଂଜୟ କୁମାର ମହାନ୍ତି, ବାଣପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିକାଶ ମହାନ୍ତି, ତହସିଲଦାର ପି.ପଦ୍ମନାଭ ଦୋରା, ବିଜେପି ଖୋର୍ଦ୍ଧ। ଜିଲ୍ଲା ସାଧାରଣ ସଂପାଦକ ଦୁଷ୍ମନ୍ତ ହରିଚନ୍ଦନଙ୍କ ଓ କ୍ଳବ ସଭାପତି ସୁନୀଲ କୁମାର ପାତ୍ରଙ୍କ ଦ୍ବାରା ଉଦ୍ଘାଟନ କରାଯାଇଥିଲା।
ଉକ୍ତ ଶିବିରକୁ ଖୋର୍ଦ୍ଧା ବ୍ଲଡ୍ ବ୍ୟାଙ୍କ ଅଫିସର ଏବଂ ସହଯୋଗୀ ମାନଙ୍କ ସହାୟତାରେ ୨୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ଉକ୍ତ ଶିବିରକୁ ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମଚାରୀ, କ୍ଳବ ପକ୍ଷରୁ ଶିବିର ସଂଯୋଜକ ତଥା ପ୍ରାକ୍ତନ ସଭାପତି ନନ୍ଦକିଶୋର ମିଶ୍ର, ସଂପାଦକ ହିମାଂଶୁ କୁମାର ପାତ୍ରଙ୍କ ସମେତ ପ୍ରାକ୍ତନ ସଭାପତି ଧୀରେନ୍ଦ୍ରନାଥ ପାତ୍ର, ଅଶୋକ କୁମାର ପାତ୍ର, ବିଜୟ କୁମାର ବେହେରା, ଆଗାମୀ ବର୍ଷର ସଭାପତି ଡ.ଚିନ୍ତାମଣୀ ମିଶ୍ର ଓ ସଦସ୍ୟ ସଚ୍ଚିଦାନନ୍ଦ ସେଠୀ, କ୍ୟାପଟେନ ଭବାନୀ ପ୍ରସାଦ ହୋତା ପ୍ରମୂଖ ପରିଚାଳନା କରିଥିଲେ।