ବାଲୁଗାଁ/ଚନ୍ଦ୍ରାପୁଟ: ବନ୍ୟପ୍ରାଣୀର ସୁରକ୍ଷା ପାଇଁ ପ୍ରତ୍ୟେକ ବ୍ୟକ୍ତି ତତ୍ଵବଧାରକ ସାଜିବାକୁ ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ତଥା ବନ୍ୟପ୍ରାଣୀ ତତ୍ବାବଧାରକ ଅମ୍ଳାନ ନାୟକ ଆହ୍ୱାନ ଜଣାଇଛନ୍ତି। ଚିଲିକା ବନ୍ୟପ୍ରାଣୀ ଡିଭିଜନ୍ ଆନୁକୂଲ୍ୟରେ ଆଜି ଚିଲିକା ୱେଟଲାଣ୍ଡ ଗବେଷଣା କେନ୍ଦ୍ରର ଅଡିଟୋରିୟମ ହଲ୍ଠାରେ ୭୧ ତମ ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ଆୟୋଜିତ ସମାରୋହରେ ଉଦ୍ବୋଧନ ଦେଇ ଶ୍ରୀ ନାୟକ ଏହି ଆହ୍ୱାନ ଦେଇଛନ୍ତି। ଉଦ୍ବୋଧନ ଛଳରେ dfo ବନ୍ୟପ୍ରାଣୀ ସପ୍ତାହ ପାଳନର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରି କହିଥିଲେ ଯେ, ଶାନ୍ତି ଓ ଅହିଂସାର ଉପାସକ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପୂଣ୍ୟ ଜନ୍ମ ତିଥିରୁ ବନ୍ୟପ୍ରାଣୀ ସପ୍ତାହ ପାଳନ ହୋଇଥାଏ।
ବନ୍ୟ ପ୍ରାଣୀଙ୍କ ସଂରକ୍ଷଣ ଏବଂ ମାନବସମାଜ ସହ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ହେଉଛି ଏହାର ଉଦ୍ଦେଶ୍ୟ। ଉଭୟ ମାନବ ସମାଜ ଓ ବନ୍ୟପ୍ରାଣୀ ଭଗବାନଙ୍କ ଅନବଦ୍ୟ ସୃଷ୍ଟି। ସମାଜର ତଥା ଦେଶର ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧିରେ ବନ୍ୟପ୍ରାଣୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି। ମାନବ ସମାଜର ଅଭିବୃଦ୍ଧି ଓ ସମୃଦ୍ଧି ଜୈବ ବିବିଧତା ଉପରେ ନିର୍ଭରଶୀଳ। ବର୍ତମାନ ପରିପ୍ରେକ୍ଷୀରେ ବନ୍ୟପ୍ରାଣୀମାନଙ୍କର ସଂରକ୍ଷଣ, ସୁରକ୍ଷା ଏବଂ ଅଭିବୃଦ୍ଧି ଅଧିକ ଗୁରୁତ୍ଵପୂର୍ଣ ହୋଇଯାଇଛି। ଜୈବ ବିବିଧତା ଦୃଷ୍ଟିରୁ ଚିଲିକା ଏକ ସମୃଦ୍ଧ ପ୍ର।ଚୂଜ୍ୟ ରେ ଭରପୁର। ଏହାର ପ୍ରାଣୀ ସଂପଦ ପାଇଁ ରାଜ୍ୟ ତଥା ଦେଶର ଅଭିବୃଦ୍ଧିରେ ଗୁରୁତ୍ୱପୂର୍ଣ ଯୋଗଦାନ ରହିଛି।
ଚଳିତ ବର୍ଷର ଶୀର୍ଷକ ଅନୁଯାୟୀ ଚିଲିକା ଅଂଚଳରେ ରହୁଥିବା ଲୋକମାଙ୍କର ଜିବୀକା ଏବଂ ଏହାର ମାନବୃଦ୍ଧି ପାଇଁ ଗୁରୁତ୍ୱାରୋପ କରାଯାଇଛି। ପ୍ରକୃତି ସମାଜକୁ ବିବିଧ ମତେ ସେବା ଯୋଗାଉଛି। ଅନ୍ୟମାନଙ୍କ ମଧ୍ୟରେ ବାଲୁଗାଁ ବନାଞ୍ଚଳ ଅଧିକାରି ରଶ୍ମିତା ଜେନା, ଟାଙ୍ଗୀ ବନାଞ୍ଚଳ ଅଧକାରୀ ଚିତ୍ରସେନ ଜେନା, ରମ୍ଭା ବନାଞ୍ଚଳ ଅଧିକାରୀ ମାନସ ମହାପାତ୍ର, ନୂଆପଡ଼ା ବନାଞ୍ଚଳ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ବେହେରା ଓ ସାତପଡା ବନାଞ୍ଚଳ ଅଧିକାରୀ ରଞ୍ଜନ କୁମାର ବେହେରା ଉପସ୍ଥିତ ରହି ସହଯୋଗ କରିଥିଲେ। ନାଟ୍ୟକାର ଧନେଶ୍ୱର ବିଧାର ଙ୍କ ଦ୍ଵାରା ରଚିତ ମଞ୍ଚସ୍ଥ ନାଟକ ଚିଲିକା କୋଳେ ହସେ ବିହଙ୍ଗ ପରିବେଷଣ କରାଯାଇଥିଲା। ନିର୍ଦ୍ଦେଶକ ରତ୍ନାକର ପ୍ରଧାନ ଙ୍କୁ ସମସ୍ତେ ସାଧୁବାଦ୍ ଜଣାଇଥିଲେ।
ଏହି କାର୍ଯ୍ୟକ୍ରମ ରେ ଚିତ୍ରାଙ୍କନ ପ୍ରତିଯୋଗୀତା ରେ ଉତ୍ତୀର୍ଣ୍ଣ ଛାତ୍ର ଛାତ୍ରୀ ଓ କଳାକାର ମାନଙ୍କୁ ଟ୍ରଫି ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ମଙ୍ଗଳା ଯୋଡ଼ି, ସାତପଡା, ବ୍ରାହ୍ମଣୀ ଦେଓ, ରମ୍ଭା ବାଲୁଗାଁ ର ପକ୍ଷୀ ପ୍ରେମୀ ମାନଙ୍କୁ ସମ୍ମାନିତ କରାଗଲା। ଏହି କାର୍ଯ୍ୟକ୍ରମ ରେ ବାଲୁଗାଁ କଲେଜ ର NSS ଛାତ୍ର ଛାତ୍ରୀ ମଧ୍ୟ ଯୋଗ ଦେଇଥିଲେ।