ରଣପୁର: ରଣପୁର ବଜେନ୍ଦ୍ର ଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ୨୦୦୭ ମସିହାର ୧୦ମ ଶ୍ରେଣୀ ବ୍ୟାଚ ଶିକ୍ଷାର୍ଥୀମାନଙ୍କ ବନ୍ଧୁ ମିଳନ ଅତ୍ୟନ୍ତ ଆନନ୍ଦମୟ ପରିବେଶରେ ମା’ ମଣିନାଗଙ୍କ ପରିସରରେ ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ସ୍ଥାନରେ କାର୍ଯ୍ୟରତ ହୋଇଥିବା ପୂର୍ବତନ ଶିକ୍ଷାର୍ଥୀମାନେ ଦୀର୍ଘ ଦିନ ପରେ ଏକାଠି ହୋଇ ବିଗତ ଶିକ୍ଷାଦିନର ସ୍ମୃତିକୁ ତାଜା କରିଥିଲେ। ସେମାନେ ସେମାନଙ୍କ ଶିକ୍ଷକମାନଙ୍କ ପ୍ରତି ଆଭାର ପ୍ରକାଶ କରି, ବିଦ୍ୟାଳୟର ଉନ୍ନତି ନେଇ ଆଲୋଚନା କରିଥିଲେ।
ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ସ୍ମୃତି ଆଲୋଚନା କରିବା ସହ ସମୁହ ଛବି ଉତ୍ତୋଳନ କରାଯାଇଥିଲା। ବନ୍ଧୁ ମିଳନର ଅନ୍ତରେ ସମସ୍ତେ ପୁନର୍ମିଳନ ଅନୁଷ୍ଠାନକୁ ପ୍ରତିବର୍ଷ କରିବା ପାଇଁ ସମ୍ମତି ଜଣାଇଲେ। ଆଗାମୀ ଦିନରେ ସମସ୍ତ ବନ୍ଧୁଙ୍କୁ ଏଥିରେ ସାମିଲ କରିବା ପାଇଁ ସ୍ଥିର କରାଯାଇଛି। ଏହି ଅବସର ମାଧ୍ୟମରେ ପୁରୁଣା ସ୍ମୃତି ସହ ନୂତନ ସଙ୍କଳ୍ପ ନେଇ ସମସ୍ତେ ବିଦାୟ ନେଲେ।