ନାଚୁଣୀ: ଆଜି ନାଚୁଣୀ ମହାବିଦ୍ୟାଳୟରେ ପୋଷଣ ମାସ-୨୦୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଅଧ୍ୟକ୍ଷା ସଂଘମିତ୍ରା ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ତେବେ ଏହି କାର୍ଯ୍ୟକ୍ରମରେ ବାଣପୁର ବ୍ଲକର ସ୍ୱାସ୍ଥ୍ୟ କର୍ମୀ ଇନ୍ଦ୍ରଜିତ ଜେନା ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ଦ୍ୱାରା ଆୟୋଜିତ ପୋଷଣ ମାସର ଉଦ୍ଦେଶ୍ୟ, ଗୁରୁତ୍ୱ ଓ ପ୍ରଭାବ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ କହିଥିଲେ।
ଏହି ଅବସରରେ ଇତିହାସ ବିଭାଗର ମୁଖ୍ୟ କବିତା ଦେବୀ, ସଂସ୍କୃତ ବିଭାଗର ମୁଖ୍ୟ ସୁଭଦ୍ରା ଭୋଳ, ଅଧ୍ୟାପକ ବିଜୟ ଶତପଥୀ, ଅଧ୍ୟାପକ ଜଗନ୍ନାଥ ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇ ପୋଷଣ ମାସ ଜନସାଧାରଣଙ୍କ ଉପରେ ପକାଇଥିବା ଗୁଣାତ୍ମକ ପ୍ରଭାବ ସମ୍ପର୍କରେ ଆଲୋଚନା କରିଥିଲେ।