ବାଲୁଗାଁ: ଆଜି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏବଂ ପୁରୀ ସାଂସଦ ସମ୍ବିତ ପାତ୍ର ଚ଼ିଲିକା ନିର୍ବାଚ଼ନମଣ୍ଡଳୀରେ ମାରାଥନ ଗସ୍ତ କରି ଚ଼ିଲିକା ବ୍ଲକର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ଯଥା କଳକଳେଶ୍ୱର ଗ୍ରା:ପ ଖଡ଼ିପଦର ଗ୍ରାମର ମଠ ପୋଖରୀ ସୁରକ୍ଷା କାନ୍ଥ ନିର୍ମାଣ, ଜରିପଡ଼ା ଗ୍ରାମ ପଞ୍ଚାୟତର ସୁବିଧା କେନ୍ଦ୍ର ନିର୍ମାଣ, ଚ଼ଣ୍ଡେଶ୍ବର ଗ୍ରା:ପର ଫୁଲଗୋରଡ଼ା ଠାରେ ବାଟଘୁମେଇଁ କମ୍ୟୁନିଟି ସେଣ୍ଟର ନିର୍ମାଣ, ଚ଼ଣ୍ଡେଶ୍ବର ସ୍ଥିତ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିରର ଉନ୍ନତିକରଣ, ସୁଭଦ୍ରା ଶକ୍ତି କେନ୍ଦ୍ରର ନିର୍ମାଣ, ସୋରଣ ଗ୍ରା:ପ ସ୍ଥିତ ଭଗବତୀପୁର ମୌଜା ସ୍ଥିତ ପ୍ରଭୁ ଶ୍ରୀ ଶ୍ରୀ ବ୍ରହ୍ମେଶ୍ବର ମହାଦେବଙ୍କ ମନ୍ଦିରର ଉନ୍ନତିକରଣ, ମାନସିଂହପୁର ଗ୍ରା:ପ ସ୍ଥିତ ଶାସନ ସାହି ଠାରେ ସାଇ ମନ୍ଦିରର ଉନ୍ନତିକରଣ ନିମନ୍ତେ, ଜରିପଡ଼ା ଗ୍ରା:ପ ସ୍ଥିତ କାଳୁପଡ଼ାଘାଟର ଦାଶରଥି ସରକାରୀ ନୋଡ଼ାଲ ଉଚ୍ଚ ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ, ମାନସିଂହପୁର ପଞ୍ଚାୟତ ଉଗ୍ରତାରା ମନ୍ଦିର ନିର୍ମାଣ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।
ସେହିପରି ଭାବେ ମାନସିଂହପୁର ପଞ୍ଚାୟତରେ ନବ ନିର୍ମିତ ଅଙ୍ଗନୱାଡି କେନ୍ଦ୍ରର ଶୁଭ ଉଦଘାଟନ ହୋଇଛି। ଚିଲିକାର ବିକାଶରେ ଏକ ନୂତନ ଫର୍ଦ ଯୋଡିହେଲା ବୋଲି ମତ ଦେଇଛନ୍ତି ଉଭୟ ନେତା। ଏହି ଅବସରରେ ଚ଼ିଲିକା ବ୍ଲକ ଅଧ୍ୟକ୍ଷା ଜ୍ୟୋସ୍ନା ବେହେରା, ଉପାଧ୍ୟକ୍ଷ ଅରୁଣ ପଟ୍ଟନାୟକଙ୍କ ସମେତ ଦଳୀୟ ପଦାଧିକାରୀ ଓ ସ୍ଥାନୀୟ ନେତୃବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।