ବାଣପୁର: ଚ଼ିଲିକା ସାହିତ୍ୟ ସମାଜ ଓ ସାହିତ୍ୟ ସିନ୍ଦୁରା ଅନୁଷ୍ଠାନଙ୍କ ମିଳିତ ଆନୁକୂଲ୍ୟରେ ଶୁଭମଙ୍ଗଳ କଲ୍ୟାଣ ମଣ୍ଡପଠାରେ ଡ଼ା.ରାଧାଚରଣ ପଣ୍ଡାଙ୍କ୫୧ତମ ଶ୍ରାଦ୍ଧୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷାବିତ୍ ବାଳମୁକୁନ୍ଦ ଦାସଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ବରିଷ୍ଠ ପତ୍ରକାର ନୃସିଂହ ପ୍ରସାଦ ମିଶ୍ର, ଡ଼ଃ ଚିନ୍ତାମଣି ମିଶ୍ର, ଅଧ୍ୟାପକ ସଂଗ୍ରାମ କେଶରୀ ସାହୁ, ଡ଼ଃ ଚ଼ାନ୍ଦ କିଶୋର ତ୍ରିପାଠୀ, ଅଧ୍ୟାପକ ସର୍ବେଶ୍ଵର ଷଡ଼ଙ୍ଗୀ, ଇଂଞ୍ଜିନିୟର୍ ଅଜୟ ଗୁମାନସିଂ, ଶିକ୍ଷାବିତ୍ ସ୍ଵାଧୀନ କୁମାର ପଣ୍ଡା, ରବୀନ୍ଦ୍ରନାଥ ମାନସିଂ, ଦିଲ୍ଲୀପ କୁମାର ହୋତା, ସୁଶାନ୍ତ ଦାଶ, ରମେଶ ମହାପାତ୍ର, ବୈରାଗୀ ଚ଼ରଣ ବଳ, ଲକ୍ଷ୍ମୀଧର ପ୍ରଧାନ, ସମାଜସେବୀ ପ୍ରଦୀପସ୍ଵାଇଁ, ସଂଧ୍ୟାଦେବୀ, ରଶ୍ମିରଞ୍ଜିତା ମିଶ୍ର, ଦିଗମ୍ବର ବିଶ୍ୱାଳ, ଅଶୋକ କୁମାର ପାଇକରାୟ ସହିତ ବହୁ ସାହିତ୍ୟିକ, ବୁଦ୍ଧି ଜୀବି ଯୋଗ ଦେଇ ଡ଼ାକ୍ତର ପଣ୍ଡାଙ୍କ ବହୁମୁଖୀ ପ୍ରତିଭା ଉପରେ ସ୍ମୃତିଚ଼ାରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ପିଲାଟି ବେଳୁ ସେ କିପରି ପିତୃହୀନ ହୋଇ ବହୁ ଅଭାବ ଅନଟନ ଭିତରେ ବ୍ରିଟିଶ ଶାସନକାଳରେ ବିଶାଖାପାଟଣାର କିଙ୍ଗ ଜର୍ଜ ମେଡ଼ିକାଲ କଲେଜରୁ ପ୍ରଥମ ଓଡ଼ିଆ ଭାବରେ ଉତ୍ତୀର୍ଣ୍ଣଲାଭ କରିବାପରେ ଜନ୍ମଭୂମୀ ସୁଦର କୋରାପୁଟର ସୀମାବର୍ତ୍ତୀ ଅଞ୍ଚଳ ସେଲୁର୍ ପରିତ୍ୟାଗ କରି ପରାଧୀନ ଓଡ଼ିଶାର ଅବିଭକ୍ତ ପୁରୀ ଜିଲ୍ଲାର ବନ୍ୟା ପ୍ରପୀଡିତ ଦୁର୍ଗମଅଞ୍ଚଳରେ ସ୍ଵଳ୍ପ ପାରିଶ୍ରମିକରେ ରୋଗୀ ଚିକିତ୍ସା କରି ପ୍ରଶଂସା ଅର୍ଜନ କରିବାପରେ ଗାନ୍ଧୀ, ଗୋପବନ୍ଧୁ ଗୋଦାବରୀଶଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ସରକାରୀ ଚାକିରି ଛାଡ଼ି ଚିଲିକାର ବାଲୁଗାଁ ବାଣପୁର ଅଞ୍ଚଳକୁ ନିଜର କର୍ମଭୂମୀ ଭାବରେ ବାଛି ନେଇ ମାତ୍ର ୧ଟଙ୍କାରେ ରୋଗୀ ଚିକିତ୍ସା ସହିତ, ସମାଜସେବା, ସାହିତ୍ୟସେବା, ୪୭ ଖଣ୍ଡପୁସ୍ତକ ରଚନା, ବାଣପୁରର ପ୍ରଥମଇତିହାସ ଭୂଗୋଳପୁସ୍ତକ ପ୍ରକାଶନ, ଶିକ୍ଷାନୁଷ୍ଠାନ ଗଠନ, ବୃକ୍ଷରୋପଣ, ଗାଁ ଗାଁରେ ରାସ୍ତା ନିର୍ମାଣ, ପାଠାଗାର ପ୍ରତିଷ୍ଠା ପରି ଅନେକ ଲୋକହିତକର କାର୍ଯ୍ୟ କରି ବାଲୁଗାଁ ବାଣପୁରବାସୀଙ୍କ ହୃଦୟରେ ଚ଼ିରକାଳ ସ୍ମୃତି ହୋଇ ରହିବେ ବୋଲି ପ୍ରକାଶ କରିଥିଲେ।
ମାଟି ପ୍ରତି ତାଙ୍କର ଏହି ଉତ୍ସର୍ଗୀକୃତ ସେବା ପାଇଁ ବାଲୁଗାଁ ଓଭରବ୍ରିଜ ଠାରୁ ବାଣପୁର ରାସ୍ତାକୁ ଡ଼ା ରାଧାଚରଣ ମାର୍ଗ ଭାବରେ ନାମକରଣ କରିବାକୁ ସରକାରଙ୍କୁ ଅନୁରୋଧ କରିବାକୁ ପ୍ରସ୍ତାବ ଗ୍ରହଣ କରାଗଲା। ଶେଷରେ ସାହିତ୍ୟ ସିନ୍ଦୁରାର ଆବାହକ ଶିକ୍ଷାବିତ ଗୋଲକ ବିହାରୀ ପରୀଡ଼ା ଧନ୍ୟବାଦ ଅର୍ପଣ କରିଥିଲେ।


