Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର: ପୂର୍ବତନ ସରପଞ୍ଚ ସ୍ବର୍ଗତ ସଦାନନ୍ଦ ପାଟ୍ଟଶାଣୀଙ୍କ ଶ୍ରଦ୍ଧାଞ୍ଜଳୀ ସଭାରେ ଯୋଗଦେଲେ ଆଇନ ମନ୍ତ୍ରୀ
ଆଞ୍ଚଳିକ

ବାଣପୁର: ପୂର୍ବତନ ସରପଞ୍ଚ ସ୍ବର୍ଗତ ସଦାନନ୍ଦ ପାଟ୍ଟଶାଣୀଙ୍କ ଶ୍ରଦ୍ଧାଞ୍ଜଳୀ ସଭାରେ ଯୋଗଦେଲେ ଆଇନ ମନ୍ତ୍ରୀ

December 8, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ବାଣପୁର: ପୂର୍ବତନ ସରପଞ୍ଚ ସ୍ବର୍ଗତ ସଦାନନ୍ଦ ପାଟ୍ଟଶାଣୀଙ୍କ ଶ୍ରଦ୍ଧାଞ୍ଜଳୀ ସଭାରେ ଯୋଗଦେଲେ ଆଇନ ମନ୍ତ୍ରୀ
ବାଣପୁର: ପୂର୍ବତନ ସରପଞ୍ଚ ସ୍ବର୍ଗତ ସଦାନନ୍ଦ ପାଟ୍ଟଶାଣୀଙ୍କ ଶ୍ରଦ୍ଧାଞ୍ଜଳୀ ସଭାରେ ଯୋଗଦେଲେ ଆଇନ ମନ୍ତ୍ରୀ

ବାଣପୁର: ଗତକାଲି ଚ଼ିଲିକା ନିର୍ବାଚ଼ନମଣ୍ଡଳୀ‌‌ ସ୍ଥିତ ଦେଓଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଦେଓଗାଁ ଗ୍ରାମ ଠାରେ ବିଶିଷ୍ଟ ସମାଜସେବୀ ତଥା ଦେଓଗାଁ ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ସ୍ବର୍ଗତ ସଦାନନ୍ଦ ପାଟ୍ଟଶାଣୀଙ୍କ ଦ୍ବାଦଶାହ ଉପଲକ୍ଷେ ଆୟୋଜିତ ଶ୍ରଦ୍ଧାଞ୍ଜଳୀ ସଭାରେ ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଯୋଗଦେଇ ତାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରି ସ୍ମୃତିଚ଼ାରଣ କରିଥିଲେ। ଦେଓଗାଁ ଗ୍ରାମ ପଞ୍ଚାୟତର ଉନ୍ନତି ଏବଂ ଆମ ଅଞ୍ଚଳର ସମାଜସେବା କ୍ଷେତ୍ରରେ ତାଙ୍କର ଅନବଦ୍ୟ ଅବଦାନ ପାଇଁ ସେ ଆମ ଅଞ୍ଚଳବାସୀଙ୍କ ନିକଟରେ ସର୍ବଦା ଚିରସ୍ମରଣୀୟ ହୋଇ ରହିବେବୋଲି ମନ୍ତ୍ରୀ କହିଥିଲେ।

ଏହି ସ୍ମୃତି ସଭାରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ, ବିଶିଷ୍ଟ ସ୍ତମ୍ଭକାର ତଥା ପ୍ରାବନ୍ଧିକ ପ୍ରଦ୍ୟୁମ୍ନ ଶତପଥୀ, ଜିଲ୍ଲା ଭାଜପା ସାଧାରଣ ସମ୍ପାଦକ ଦୁଷ୍ମନ୍ତ ହରିଚ଼ନ୍ଦନ, ବାଣପୁର ବ୍ଲକ ଅଧ୍ୟକ୍ଷ‌ ଅମରେନ୍ଦ୍ର ରଣସିଂହ, ଚ଼ିଲିକା ବ୍ଲକ ଅଧ୍ୟକ୍ଷା ଜ୍ୟୋସ୍ନା ବେହେରା, ଚ଼ିଲିକା ବ୍ଲକର ପୂର୍ବତନ ଅଧ୍ୟକ୍ଷ ଲଲିତ ମୋହନ ପଟ୍ଟନାୟକ, ବିଶିଷ୍ଟ ଶିକ୍ଷାବିତ୍ ଗୋଲକ ବିହାରୀ ପଟ୍ଟନାୟକ, ବିଶିଷ୍ଟ ସମାଜସେବୀ ଡ଼ାଃ ସୁରେନ୍ଦ୍ର ନାଥ ଦାସ, ଗୋଦାବରୀଶ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ନୃସିଂହ ଚ଼ରଣ ପ୍ରଧାନ, ଚ଼ିଲିକା ସାହିତ୍ୟ ସମାଜର ସଭାପତି ବାଳମୁକୁନ୍ଦ ଦାସ, ଆଇନଜୀବୀ ରମେଶ ବିଷୋୟୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ମାନେ ଉପସ୍ଥିତ ଥିଲେ।

ଦେଓଗାଁ ଗ୍ରାମ ପଞ୍ଚାୟତ ପୂର୍ବତନ ସରପଞ୍ଚ ପୃଥ୍ୱୀରାଜ ହରିଚନ୍ଦନ ବାଣପୁର ସଦାନନ୍ଦ ପାଟ୍ଟଶାଣୀ
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଥମ ଜିଲ୍ଲାସ୍ତରୀୟ ପିଏମ ଶ୍ରୀ ଉତ୍ସବ ଉଦଯାପିତ: ଯୋଗ ଦେଲେ ଆଇନ ମନ୍ତ୍ରୀ

February 8, 2026

ବାଣପୁରରୁ ମହିଳାଙ୍କ ଠାରୁ ସୁନା ଗହଣା ଲୁଟ୍ ମାମଲା: ଗଜପତି ଜିଲ୍ଲାରୁ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

February 7, 2026

ରେଢ଼ାଖୋଲରେ ରକ୍ତଦାନ ଶିବିର, ୫୧ ୟୁନିଟ ସଂଗ୍ରହ

February 6, 2026

ନାଚୁଣୀ ମହାବିଦ୍ୟାଳୟ ଓଡ଼ିଆ ସାହିତ୍ୟ ସଂସଦର ବାର୍ଷିକୋତ୍ସବ

February 5, 2026
Latest News

ପ୍ରଧାନମନ୍ତ୍ରୀ ମୋଦିଙ୍କ ମାଲେସିଆ ଗସ୍ତ ଅବସରରେ ଭାରତ-ମାଲେସିଆ ମିଳିତ ବିବୃତ୍ତି

February 8, 2026

Dhauli Kalinga Festival: ଶେଷ ହେଲା ତିନିଦିନ ଧରି ଚାଲୁଥିବା ଧଉଳି କଳିଙ୍ଗ ନୃତ୍ୟ ଉତ୍ସବ

February 8, 2026

NEET UG 2026: ଆରମ୍ଭ ହେଲା ପଞ୍ଜୀକରଣ, ମେ ମାସରେ ପରୀକ୍ଷା

February 8, 2026

ମାଲେସିଆ ପ୍ରଧାନମନ୍ତ୍ରୀଙ୍କ ସହ ଆନୁଷ୍ଠାନିକ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

February 8, 2026

କାହ୍ନା ଚାରିଟେବୁଲ ଟ୍ରଷ୍ଟ ତରଫରୁ ଆସନ୍ତା ୨୦ ରେ ସାମୁହିକ ବିବାହ ଉତ୍ସବ

February 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.