ଚିଲିକା: ଟାଙ୍ଗୀ ରେଞ୍ଜ ଅବକାରୀ ନିରୀକ୍ଷକ ଅଜିତ କୁମାର ପାତ୍ରଙ୍କ ତତ୍ୱବଧାନରେ ଏବଂ ବାଲୁଗାଁ ଅବକାରୀ ଅଧିକାରୀ ସୁଜିତ କୁମାର ମୁଦୁଲିଙ୍କ ନେତୃତ୍ୱରେ ଆଜି ନାଚୁଣୀ ଓ ବାଣପୁର ଥାନା ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ଚଢାଉ କରି ୫୧୭ ଲିଟର ଦେଶୀ ମଦ ଜବତ କରିବାସହ ତିନି ଜଣଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ଦୁଇଟି ବାଇକ ଜବତ କରାଯାଇଛି। ନାଚୁଣୀ ଥାନା ଅନ୍ତର୍ଗତ ସଲପଡ଼ିହ ଗ୍ରାମର ପ୍ରଦୀପ ସେଠୀଙ୍କ (୩୪) ନିକଟରୁ ୭ ଲିଟର ଏବଂ ବାଣପୁର ଥାନା ଅନ୍ତର୍ଗତ ବଡ଼ଶିରେଇପୂର ଗ୍ରାମର ଧୀରେନ୍ଦ୍ର କୁମାର ସ୍ୱାଇଁ (୪୬) ଓ ଅରଖଡିହ ଗ୍ରାମର ମନୋଜ ବରାଳଙ୍କ (୩୯) ନିକଟରୁ ୫୧୦ ଲିଟର ଦେଶୀ ମଦ ଜବତ କରାଯାଇଛି।
ଅଭିଯୁକ୍ତଙ୍କ ବିରୁଦ୍ଧରେ ପୃଥକ ଭାବେ ଦୁଇଟି ମାମଲା ରୁଜୁକରି କୋର୍ଟ ଚାଲାଣ କରାଯାଇଥିବା ବାଲୁଗାଁ ଅବକାରୀ ଅଧିକାରୀ ଶ୍ରୀ ମୁଦୁଲି କହିଛନ୍ତି। ଉକ୍ତ ଚଢ଼ାଉରେ ବାଲୁଗାଁ ଅବକାରୀ ଅଧିକାରୀ ଶ୍ରୀ ମୁଦୁଲିଙ୍କ ସମେତ ଏସଆଇ ମୀନକେତନ ମହାଳିକ, ସୁନିତା ମହାରଣା, ଅଶେଷ କୁମାର ପ୍ରଧାନ, ରଞ୍ଜିତ ପଟେଲ ପ୍ରମୁଖ ସାମିଲ ଥିଲେ।


