Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଲୁଗାଁ: ସତସଙ୍ଗ ଶ୍ରୀମନ୍ଦିରରେ ନବମ ବାର୍ଷିକ ଉଦବୋଧନ ସ୍ମୃତି ମହୋତ୍ସବ
ଆଞ୍ଚଳିକ

ବାଲୁଗାଁ: ସତସଙ୍ଗ ଶ୍ରୀମନ୍ଦିରରେ ନବମ ବାର୍ଷିକ ଉଦବୋଧନ ସ୍ମୃତି ମହୋତ୍ସବ

January 5, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ବାଲୁଗାଁ: ସତସଙ୍ଗ ଶ୍ରୀମନ୍ଦିରରେ ନବମ ବାର୍ଷିକ ଉଦବୋଧନ ସ୍ମୃତି ମହୋତ୍ସବ
ବାଲୁଗାଁ: ସତସଙ୍ଗ ଶ୍ରୀମନ୍ଦିରରେ ନବମ ବାର୍ଷିକ ଉଦବୋଧନ ସ୍ମୃତି ମହୋତ୍ସବ

ବାଲୁଗାଁ: ଯୁଗପୁରୁଷୋତ୍ତମ ପରମ ପ୍ରେମମୟ ଶ୍ରୀଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ଶୁଭ ୧୩୮ ତମ ଜନ୍ମ ମହୋତ୍ସବ ଓ ବାଲୁଗାଁ ସତସଙ୍ଗ ଶ୍ରୀମନ୍ଦିରର ନବମ ବାର୍ଷିକ ଉଦବୋଧନ ସ୍ମୃତି ମହୋତ୍ସବ ପରମପୂଜ୍ୟପାଦ ଶ୍ରୀଶ୍ରୀ ଆଚାର୍ଯ୍ୟଦେବଙ୍କ ଆଶୀର୍ବାଦ କ୍ରମେ ରବିବାର ଦିନ ସହପ୍ରତି ଋତ୍ତିକ କୃଷ୍ଣ ଚନ୍ଦ୍ର ଦାସ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି। ଆଜି ପୁଣ୍ୟ ୧୩୮ତମ ଶୁଭାବିଭାର୍ବ ଉତ୍ସବ ପରିପ୍ରେକ୍ଷୀରେ ବ୍ରହ୍ମ ମୁହୂର୍ତ୍ତରେ ବେଦ ମାଙ୍ଗଳିକୀ, ପ୍ରତ୍ୟୁଷରୁ ଉଷାକୀର୍ତ୍ତନ, ପ୍ରାତଃ ଶ୍ରୀମନ୍ଦିରରେ ଉଷା ବିନତି ଓ ପ୍ରଣାମ ତତପରେ ଶ୍ରୀଶ୍ରୀ ଠାକୁରଙ୍କର ଅମିୟ ସଦଗ୍ରନ୍ଥ ପଠନ ଆଦି ଅନୁଷ୍ଠିତ ହୋଇଥିଲା।

ପୂର୍ବାହ୍ନରେ ସୁଜଜ୍ଜିତ ରଥରୁଢ଼ରେ ଶ୍ରୀଶ୍ରୀ ଠାକୁରଙ୍କ ବିଗ୍ରହ ସହ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରା ସରଳାପଦର ଛକସ୍ଥିତ ଉତ୍ତରାୟଣୀ ମନ୍ଦିର ଠାରୁ ବାହାରି ନଗର ପରିକ୍ରମା କରିବା ପରେ ସତସଙ୍ଗ ଶ୍ରୀମନ୍ଦିର ଠାରେ ପହଞ୍ଚି ଥିଲା।  ସତସଙ୍ଗରେ ପ୍ରାରମ୍ଭିକ ସୂଚନା ଦେଇଥିଲେ ସ୍ଥାନୀୟ ସହପ୍ରତି ଋତ୍ତିକ କଣ୍ଡୁରୀ ଚରଣ ପ୍ରଧାନ।

ମୁଖ୍ୟବକ୍ତା ଭାବେ ସହପ୍ରତି ଋତ୍ତିକ କେଦାର ନାଥ ମହାନ୍ତି ଯୋଗ ଦେଇ ଶ୍ରୀଶ୍ରୀ ଠାକୁରଙ୍କ ଭାବଧାରା, ଶିକ୍ଷା ସହିତ ସଂସ୍କାର ଆବଶ୍ୟକ, ମନୁଷ୍ୟ ଜୀବନର ପରିଚାଳନାର ନିୟମ, ଜୀବନର ନିୟମ ସ୍ୱତନ୍ତ୍ର, ଠାକୁରଙ୍କ ସେବାସହ ସକାଳେ ଓ ସନ୍ଧ୍ୟାରେ ନିୟମିତ ପ୍ରାର୍ଥନା କଲେ ଜୀବନରେ ଶାନ୍ତି, ସୁଖ ଓ ମୈତ୍ରୀ ଆସିପାରିବ ବୋଲି ନିଜ ବ୍ୟକ୍ତବ୍ୟରେ କହିଥିଲେ।

ଉକ୍ତ ମହୋତ୍ସବରେ ସହପ୍ରତି ୠତ୍ତିକ କାଶୀନାଥ ସାହୁ, ପୁରୁଷୋତ୍ତମ ପାଲଟାସିଂହ, ଭିକାରି ଚରଣ ପାତ୍ର, ଯାଜକ ବୈକୁଣ୍ଠ ନାଥ ମହାରଣା, ମହେଶ୍ୱର ଜେନା, ଅଧର୍ଯ୍ୟ ଶରତ ଚନ୍ଦ୍ର ବେହେରା, ବୈକୁଣ୍ଠ ନାଥ ମହାରଣା, ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁ ଯୋଗ ଦେଇଥିଲେ। ଅପରାହ୍ନରେ ମାତୃ ସମ୍ମିଳନୀ, ଶ୍ରୀମନ୍ଦିରରେ ସନ୍ଧ୍ୟା ବିନତି ଓ ପ୍ରଣାମ ପରେ ରାତିରେ ଆତସବାଜି ପ୍ରଦର୍ଶନ କରାଯାଇଥିଲା। ଏହି ଉତ୍ସବରେ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲl।

ଉଦବୋଧନ ସ୍ମୃତି ମହୋତ୍ସବ ନବମ ବାର୍ଷିକ ବାଲୁଗାଁ ସତସଙ୍ଗ ଶ୍ରୀମନ୍ଦିର
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ ମହାବିଦ୍ୟାଳୟରେ ଏନଏସଏସ ଦିବସ ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

September 25, 2026

ତାଳପଦା ସମୁଦ୍ର କୂଳରୁ ମୃତ ଡଲଫିନ୍‌ ଉଦ୍ଧାର

September 23, 2026

ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ସାତସମାରେ ସ୍ୱଚ୍ଛତା ପକ୍ଷ ପାଳିତ

September 23, 2026

୩ କିଲୋମିଟର ଭାରରେ ବୋହିବା ପରେ ଆମ୍ବୁଲାନ୍ସରେ ଜନ୍ମ ନେଲା ଶିଶୁକନ୍ୟା

September 22, 2026
Latest News

ଓଡ଼ିଶାରେ ଆଇସିଡିଆଇର ପରାମର୍ଶ କର୍ମଶାଳା ଆୟୋଜିତ

September 25, 2026

ପାର୍ବଣ ଋତୁରେ ଅତିରିକ୍ତ ଯାତ୍ରୀ ଭିଡ଼କୁ ଦୃଷ୍ଟିରେ ରଖି ପୂଜା ସ୍ପେଶାଲ ଟ୍ରେନ

September 25, 2026

ସ୍ୱଚ୍ଛତା, ସଚେତନତା ଓ ଜନସହଭାଗିତାରେ ଏମସିଏଲ୍‌ର ‘ସ୍ୱଚ୍ଛତା ହିଁ ସେବା-୨୦୨୬’ ଅଭିଯାନ

September 25, 2026

ଦିବ୍ରୁଗଡ଼ ସ୍ଥିତ ଆଇସିଏମଆର-ଏନଆଇଏଚଆର ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି

September 25, 2026

ବାଲୁଗାଁ ମହାବିଦ୍ୟାଳୟରେ ଏନଏସଏସ ଦିବସ ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

September 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.