ରେଢ଼ାଖୋଲ (କନ୍ଦର୍ପ ବେହେରା): ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟରେ ଡ଼ଃ ଆର୍ ପୁଷ୍ପାଞ୍ଜଳିଙ୍କ ରଚିତ ଗଳ୍ପ ସଙ୍କଳନ “ନିଜକୁ ନାୟିକା ମନେକରି ” ଲୋକାର୍ପିତ ହୋଇଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷ ସୁଧୀର କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପୁସ୍ତକ ଉନ୍ମୋଚନ ସମାରୋହରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ପ୍ରାଧ୍ୟାପକ କବି ଡ଼ଃ ଦୀପେନ କୁମାର ପଟ୍ଟନାୟକ, ପୁସ୍ତକ ସମୀକ୍ଷକ ଭାବେ ଅବସର ପ୍ରାପ୍ତ ଓଡିଆ ଅଧ୍ୟାପିକା ପୁଷ୍ପାଞ୍ଜଳି ସାମନ୍ତରାୟ, ମୁଖ୍ୟ ବକ୍ତା ଭାବେ କବି ବିପିନ ମହାନନ୍ଦ, ସମ୍ମାନୀତ ଅତିଥି ଭାବେ +୨ ଅନୁଷ୍ଠାନ ର ଅଧ୍ୟକ୍ଷ ହେମାନନ୍ଦ ପ୍ରଧାନ ଓ କବି କୁଳମଣି ମେହେର ଯୋଗ ଦେବା ସହିତ ପୁସ୍ତକ ଉନ୍ମୋଚନ କରିଥିଲେ।
ଲେଖକର ଦୃଷ୍ଟିଭଙ୍ଗୀ, ପୁସ୍ତକ ସାରାଂଶ, ପାଠକ ମାନଙ୍କ ନିକଟରେ ନିଜ ଭାବନା ପହଞ୍ଚାଇବାର ପ୍ରୟାସ, ଚମତ୍କାରିତା ଦିଗ, ଶବ୍ଦ ବିନ୍ୟାସ ଓ ପୁସ୍ତକ ର ଗୁରୁତ୍ୱ ସମ୍ପର୍କ ରେ ଅତିଥିମାନେ ବକ୍ତବ୍ୟ ଦେଇଥିଲେ। ଗୀତାଞ୍ଜଳି ମିର୍ଦ୍ଧା ପ୍ରାରମ୍ଭିକ ସୂଚନା ଓ ରଚନା ମାଝୀ ଅତିଥି ପରିଚୟ ପ୍ରଦାନ କରିଥିଲେ। ଡ଼ଃ ପୁଷ୍ପାଞ୍ଜଳି ନିଜକୁ ଜୀବନ୍ତ କବିତା ଓ ଗଳ୍ପ ମନେକରି ନିଜ ର ପୁସ୍ତକ ର ପୃଷ୍ଟଭୁମି ବିଷୟ ରେ ଆଲୋଚନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ।


