Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»କିସିଣ୍ଡାରେ ବନାଗ୍ନୀ ସଚେତନତା ଓ ନିରାକରଣ ସଚେତନତା ସଭା
ଆଞ୍ଚଳିକ

କିସିଣ୍ଡାରେ ବନାଗ୍ନୀ ସଚେତନତା ଓ ନିରାକରଣ ସଚେତନତା ସଭା

February 9, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
କିସିଣ୍ଡାରେ ବନାଗ୍ନୀ ସଚେତନତା ଓ ନିରାକରଣ ସଚେତନତା ସଭା
କିସିଣ୍ଡାରେ ବନାଗ୍ନୀ ସଚେତନତା ଓ ନିରାକରଣ ସଚେତନତା ସଭା

ରେଢ଼ାଖୋଲ (କନ୍ଦର୍ପ ବେହେରା): ଖଳାଶୁଣୀ ବନ୍ୟପ୍ରାଣୀ ବନାଞ୍ଚଳ କିସିଣ୍ଡା ଠାରେ ବନାଗ୍ନୀ ସଚେତନତା ଓ ନିରାକରଣ ଉପରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। କିସିଣ୍ଡାର ବନାଞ୍ଚଳ ଅଧିକାରୀ ମହେନ୍ଦ୍ର କୁମାର ସାହୁ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଚେତନତା ସଭାରେ ସମାଜ ସେବୀ ତଥା କବି ରଘୁନାଥ ପ୍ରଧାନ ମୁଖ୍ୟ ବକ୍ତା, କିସିଣ୍ଡା ମହାବିଦ୍ୟାଳୟର ଅଧ୍ୟକ୍ଷା ସୁଶ୍ରୀତା ଭୋଇ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଭାବରେ କିସିଣ୍ଡା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅରୁଣ କୁମାର ପ୍ରଧାନ, ନାକଟିଦେଉଳ ଅଗ୍ନିଶମ ବିଭାଗର ସହ କେନ୍ଦ୍ର ଅଧିକାରୀ ବିସିକେତନ ସାହୁ, କିସିଣ୍ଡା ଭାରପ୍ରାପ୍ତ ଥାନା ଅଧିକାରିଣୀ ଅଞ୍ଜଳୀ କୁମ୍ଭାର ଯୋଗ ଦେଇ ଜଙ୍ଗଲରେ କିପରି ନିଆଁ ଲାଗିବ ନାହିଁ, ଜଙ୍ଗଲର ଉପକାରିତା ଆଦି ସମ୍ପର୍କରେ ବକ୍ତବ୍ୟ ରଖି ଥିଲେ।

କିସିଣ୍ଡା ରେଞ୍ଜର ବନସଂରକ୍ଷଣ ସମିତିର ସଭ୍ୟ ସଭ୍ୟା, ଏସ ଏଚ ଜି ର ସଦସ୍ୟା, ଗ୍ରାମବାସୀ, କେନ୍ଦୁପତ୍ର ବନାଞ୍ଚଳର ବନପାଳ, ବନରକ୍ଷୀ ତଥା ବନକର୍ମଚାରି ଯୋଗ ଦେଇ ଥିଲେ। ବନାଞ୍ଚଳ ଅଧିକାରୀ ବନାଗ୍ନୀ ନିୟନ୍ତ୍ରଣ ପାଇଁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଉପରେ ଆଲୋକପାତ କରିଵା ସହିତ ବନାଗ୍ନୀରେ ସଂଶ୍ଲିଷ୍ଟ ଥିବା ବ୍ୟକ୍ତି ଙ୍କ ଉପରେ କି ପ୍ରକାର ଆଇନ ସଙ୍ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ତା ଉପରେ ବିଷଦ ଆଲୋଚନା କରିଥିଲେ।ବନାଗ୍ନୀ ନିୟନ୍ତ୍ରଣ ପାଇଁ ଏକ ଶପଥ ପାଠ କରିଵା ସହିତ ଜଙ୍ଗଲ ନିଆଁକୁ ଆୟତ କରିବାକୁ ସମସ୍ତେ ଚେଷ୍ଟା କରିବେ ବୋଲି ଶୋଭାରେ ପ୍ରକାଶ କରିଥିଲେ। ସର୍ବ ଶେଷରେ ଶିବ ନାରାୟଣ ବିଲହାର ଧନ୍ୟବାଦ ଅର୍ପଣ କରିଥିଲେ।

କିସିଣ୍ଡା ସଚେତନତା ସଭା
Share. Facebook Twitter LinkedIn Email WhatsApp Copy Link

Related Posts

ଗୋଦାବରୀଶ ମହାବିଦ୍ୟାଳୟରେ ବିଜ୍ଞାନ ଦିବସ ଉପଲକ୍ଷେ ସଭା

February 28, 2026

ଛତ୍ରପୁର ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା

February 28, 2026

ବାଣପୁର: ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ “ଜାତୀୟ ବିଜ୍ଞାନ ଦିବସ”

February 28, 2026

ବାଲୁଗାଁ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷଙ୍କ ବିୟୋଗରେ ସ୍ମୃତି ଚ଼ାରଣ ସଭା

February 27, 2026
Latest News

ଇସ୍ରାଏଲୀ ଏବଂ ଆମେରିକା ଆକ୍ରମଣରେ ନିହତ ହେଲା ହିଜବୁଲ୍ଲାର ଶୀର୍ଷ କମାଣ୍ଡର

March 2, 2026

ଇଣ୍ଡିଆ-ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬: ସମସ୍ତଙ୍କ ପାଇଁ କଲ୍ୟାଣ, ସମସ୍ତଙ୍କ ପାଇଁ ଆନନ୍ଦ

March 2, 2026

ଓଡିଶାରେ ଉର୍ଫି ଜାଭେଦ୍: ହୋଟେଲ ସାଣ୍ଡିସ ଟାୱାରରେ ଖେଳିବେ ହର୍ବାଲ ହୋଲି

March 2, 2026

ଭୁବନେଶ୍ୱରରେ ମହାଆଡମ୍ବର ପାଳିତ ହେଲା ସାନ୍ତାଳୀ ସମ୍ପ୍ରଦାୟର ବଡ଼ ପର୍ବ ବାହା ବଙ୍ଗା

March 2, 2026

ପୁରୀରେ ମହାନଦୀ ଟ୍ରିବ୍ୟୁନାଲ ଦଳ: ବିବାଦର ସମାଧାନ ନେଇ ଆଲୋଚନା କଲେ ପୀତାମ୍ବର ଆଚାର୍ଯ୍ୟ

March 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.