Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ମହୁକୁଦରେ ବ୍ଳକ୍ ସ୍ତରୀୟ ବିଶ୍ୱଶାନ୍ତି ଅଲେଖ ମହିମା ଅଖଣ୍ଡ ବ୍ରହ୍ମ ଯଜ୍ଞ
ଆଞ୍ଚଳିକ

ମହୁକୁଦରେ ବ୍ଳକ୍ ସ୍ତରୀୟ ବିଶ୍ୱଶାନ୍ତି ଅଲେଖ ମହିମା ଅଖଣ୍ଡ ବ୍ରହ୍ମ ଯଜ୍ଞ

February 19, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ମହୁକୁଦରେ ବ୍ଳକ୍ ସ୍ତରୀୟ ବିଶ୍ୱଶାନ୍ତି ଅଲେଖ ମହିମା ଅଖଣ୍ଡ ବ୍ରହ୍ମ ଯଜ୍ଞ
ମହୁକୁଦରେ ବ୍ଳକ୍ ସ୍ତରୀୟ ବିଶ୍ୱଶାନ୍ତି ଅଲେଖ ମହିମା ଅଖଣ୍ଡ ବ୍ରହ୍ମ ଯଜ୍ଞ

ରେଢ଼ାଖୋଲ (କନ୍ଦର୍ପ ବେହେରା): ନାକଟିଦେଉଳ ବ୍ଲକ୍ ମହୁକୁଦ ଗ୍ରାମର ଖଳିମୁଣ୍ଡା ସାହି ଠାରେ ଆଧ୍ୟାତ୍ମିକ ଭକ୍ତିପୁର୍ଣ୍ଣ ପରିବେଶ ମଧ୍ୟରେ ମହିମା ଭକ୍ତ ବୃନ୍ଦଙ୍କ ଦ୍ୱାରା ମହିମା ଧର୍ମ ର ପ୍ରଚାର ଓ ପ୍ରସାର ନିମିତ୍ତ ବ୍ଳକ୍ ସ୍ତରୀୟ ଅଲେଖ ମହିମା ଅଖଣ୍ଡ ବ୍ରହ୍ମଯଜ୍ଞ ଆୟୋଜିତ ହୋଇଯାଇଛି। ତାଳଚେରର ବକ୍କଳଧାରୀ ସାଧୁ ଅବଧୂତ ଯୁଧିଷ୍ଠିର ବାବାଙ୍କ ତତ୍ୱାବଧାନରେ ଧଉରାଗୋଠର ସାଧୁ ପ୍ରଶାନ୍ତ ଦାସ, ପ୍ରମୋଦ ଦାସ, ବିଜାପାଲିର ହରିହର ଦାସ, ନରହରି ବୈରାଗୀ ଓ କୃଷ୍ଣ ଚନ୍ଦ୍ର ତ୍ୟାଗୀ ଙ୍କ ସହାୟତା ରେ ଅଖଣ୍ଡ ବ୍ରହ୍ମଯଜ୍ଞ ସମ୍ପାଦିତ ହୋଇଥିବା ବେଳେ ଭଜନ, ପ୍ରବଚନ, କୀର୍ତ୍ତନ ଓ ସାମୁହିକ ଭୋଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ବ୍ଳକ୍ ସ୍ତରୀୟ ମହିମା ଭକ୍ତ ମଣ୍ଡଳି ର ସଭାପତି ମାୟାଧର ପ୍ରଧାନ ଓ ସମ୍ପାଦକ ମଧୁସୂଦନ ପ୍ରଧାନ ଙ୍କ ସଂଯୋଜନାରେ ଆଧ୍ୟାତ୍ମିକ ସମାରୋହ ଅନୁଷ୍ଠିତ ହୋଇଥିଲା। ଖଳିମୁଣ୍ଡା ସାହି କମିଟି, ଭାଗବତ ମଣ୍ଡଳୀ ଓ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ପରିଚାଳନାରେ ଅନୁଷ୍ଠିତ ଏହି ଧାର୍ମୀକ ସମାବେଶ ରେ ଅଲେଖ ବିଶ୍ୱାଳ, କନ୍ଦର୍ପ ରାଉଳ, ବୈକୁଣ୍ଠନାଥ ରାଉଳ, ଦେବରାଜ ପ୍ରଧାନ, ଅଶୋକ ସାହୁ, ସୁରେଶ ବେହେରା, ପରମେଶ୍ୱର ସାହୁ, ଲୋକନାଥ ପ୍ରଧାନ, ସୁବ୍ରତ ବିଶ୍ଵାଳ, ଦୁଃଶାସନ ବେହେରା, ସନାତନ ବେହେରା, ପ୍ରତାପ ସାହୁ, ହିରଣ୍ମୟ ବିଶ୍ଵାଳ,ଈଶ୍ଵର ଚନ୍ଦ୍ର ବିଶ୍ୱାଳ, ଅମିତ ବିଶ୍ୱାଳ, ମାୟାଧର ସାହୁ ଓ ଗଜେନ୍ଦ୍ର ସାହୁ ପ୍ରମୁଖ ସାହାଯ୍ୟ ସହଯୋଗ କରିଥିଲେ। ଭୀମଭୋଇ ଙ୍କ ଭଜନ ରେ ପ୍ରକମ୍ପିତ ଏହି ସମାରୋହ ରେ ଅଞ୍ଚଳ ରେ ଥିବା ବିଭିନ୍ନ ଗ୍ରାମର ମହିମା ଭକ୍ତଗଣ ଭାଗ ନେଇଥିଲେ।

ଅଖଣ୍ଡ ବ୍ରହ୍ମ ଯଜ୍ଞ ଅଲେଖ ମହିମା ନାକଟିଦେଉଳ ବ୍ଲକ୍ ମହୁକୁଦ ଗ୍ରାମ
Share. Facebook Twitter LinkedIn Email WhatsApp Copy Link

Related Posts

ବେଆଇନ ମୋରମ୍ ଚାଲାଣ ଅଭିଯୋଗରେ ହାଇୱା ଗାଡ଼ି ଜବତ

February 19, 2026

ଜିଲ୍ଳାପାଳ ଏବଂ ଏସ୍ ପିଙ୍କ ନାଲିପଡା ଅର୍ଜୁନପୁର ଗ୍ରାମ ପଂଚାୟତରେ ପଲ୍ଲୀରେ ପ୍ରଶାସନ ଜନଶୁଣାଣି

February 16, 2026

ରଙ୍କନାଥ ମନ୍ଦିରରେ ନୂତନ ପ୍ରବଚନ ମଣ୍ଡପକୁ ଉଦଘାଟନ କଲେ ଆଇନ ମନ୍ତ୍ରୀ

February 15, 2026

ଚିଲିକା ସାମ୍ବାଦିକଙ୍କ ମାତୃ ବିୟୋଗ

February 14, 2026
Latest News

ମହୁକୁଦରେ ବ୍ଳକ୍ ସ୍ତରୀୟ ବିଶ୍ୱଶାନ୍ତି ଅଲେଖ ମହିମା ଅଖଣ୍ଡ ବ୍ରହ୍ମ ଯଜ୍ଞ

February 19, 2026

“ମାଗଣା ଉପହାର ଦେଲେ ବିକାଶ କିପରି ହେବ?”: ମାଗଣା ଯୋଜନା ଉପରେ ସୁପ୍ରିମ କୋର୍ଟଙ୍କ ଭର୍ତ୍ସନା

February 19, 2026

ଟି-୨୦ ବିଶ୍ୱକପରେ ଆଉ ଏକ ବିପର୍ଯ୍ୟୟ: ଶ୍ରୀଲଙ୍କାକୁ ୬ ୱିକେଟରେ ପରାସ୍ତ କଲା ଜିମ୍ବାୱେ

February 19, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍‌ରେ ଜିଓ ପକ୍ଷରୁ ‘ନେସନ୍‌-ଫର୍ଷ୍ଟ ଏଆଇ ଷ୍ଟାକ୍‌’ର ରୂପରେଖ ପ୍ରଦର୍ଶିତ

February 19, 2026

ଭାରତୀୟ ବିମାନ ସେବା ବିରୋଧରେ ବଡ଼ ନିଷ୍ପତ୍ତି: ଏୟାରସ୍ପେସ୍ ବନ୍ଦ କଲା ବାଂଲାଦେଶ 

February 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.