Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଉତ୍କଳ ଦିବସ ଉପଲକ୍ଷେ ବରପୁତ୍ରମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ବାଣପୁରବାସୀ
ଆଞ୍ଚଳିକ

ଉତ୍କଳ ଦିବସ ଉପଲକ୍ଷେ ବରପୁତ୍ରମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ବାଣପୁରବାସୀ

April 2, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଉତ୍କଳ ଦିବସ ଉପଲକ୍ଷେ ବରପୁତ୍ରମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ବାଣପୁରବାସୀ
ଉତ୍କଳ ଦିବସ ଉପଲକ୍ଷେ ବରପୁତ୍ରମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ବାଣପୁରବାସୀ

ବାଣପୁର: ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଦୀର୍ଘ ୯୦ ବର୍ଷ ପରେ ମଧ୍ୟ ଭାଷାଭିତ୍ତିକ ରାଜ୍ୟ ଗଠନରେ ବରପୁତ୍ରମାନଙ୍କ ତ୍ୟାଗ ବଳି ଦାନକୁ ମନେପକାଇ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ବାଣପୁରବାସୀ। ମାତୃଭୂମୀ ଓ ମାତୃଭାଷାର ସୁରକ୍ଷା ଥିଲା ସେମାନଙ୍କ ଜୀବନ ଐକାନ୍ତିକ ଲକ୍ଷ୍ୟ। ଯାହାଙ୍କ ଜୀବନଭରି ସଂଗ୍ରାମ ଆମକୁ ଆଜି ଜଣେ ଓଡ଼ିଆ ଭାବରେ ପରିଚିତ କରାଇଛି। ଆମ ଭାଷା ଆଜି ଶାସ୍ତ୍ରୀୟ ଭାଷାର ମାନତ୍ୟ ଲାଭ କରିପାରିଛି କେବଳ ସେହିମାନଙ୍କ କଠିନ ଶ୍ରମସାଧନ ତ୍ୟାଗ ତିତିକ୍ଷାର ମହନୀୟତାରେ। କେତେ ଦୁଃଖ କେତେ ଯାତନା ସହିଛି ଏ ମାଟି।

କେତେ ହୀନମନ୍ୟତା ଭିତରେ ଲାଞ୍ଛିତ ଅପମାନିତ ହୋଇଛି ଏହାର ଭାଷା। ସେହି ବୀରପୁରୁଷଙ୍କ ମହାସଂଗ୍ରାମରେ କିଛି ହରେଇ ଶେଷରେ ପାଇଛେ ଆମର ଭାଷାଭି ତ୍ତିକ ରାଜ୍ୟଓଡ଼ିଶା, ତାର ସେହି ପୂର୍ବ ଗୌରବ ପୂର୍ବ ଐତିହ୍ୟକୁ ଫେରି ପାଇ ସ୍ୱାଭିମାନର ସହିତ ମୁଣ୍ଡଟେକି ବାଟ ଚ଼ାଲିବାକୁ ଜାତିକୁ ମାର୍ଗଦର୍ଶନ କରାଇଥିବା ସେହି ମହାନ ବୀରପୁତ୍ର ଦେଶପ୍ରେମୀ ବରପୁତ୍ରମାନଙ୍କ କଥା ସେମାନଙ୍କ ଜୀବନସଂଗ୍ରାମକୁ ସ୍ମରଣ କରି ସେମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଓଡ଼ିଆ ଜାତିର ଅସ୍ମିତା ଓ ସ୍ୱାଭିମାନକୁ ସୁରକ୍ଷିତ ରଖିବାକୁ ସଂକଳ୍ପ ନେଇଛନ୍ତି ବାଣପୁରବାସୀ।

ଚିଲିକା ସାହିତ୍ୟ ସମାଜ ସହିତ ଓଡ଼ିଆ ଭାଷା ସୁରକ୍ଷା ସମ୍ମିଳନୀ, ପଲ୍ଲୀ ସଂସ୍କୃତି କଳା ପରିଷଦ, କୁମାର ପାଠାଗାର, କବିକୃଷ୍ଣ ଚନ୍ଦ୍ର ପାଠାଗାର, ବାଣପୁର ସଂଗ୍ରାମ ପରିଷଦ, ବରିଷ୍ଠ ନାଗରିକ ମଞ୍ଚ, ଅବସରପ୍ରାପ୍ତ ସେନାକର୍ମଚାରୀ ସଂଘ , ମା’ଭଗବତୀ କଳା ପରିଷଦ,ସାହିତ୍ୟ ସିନ୍ଦୁରା ପରୀଡ଼ା ପାଠାଗାର, ଉପେନ୍ଦ୍ର ମହାରଥି ସ୍ମୃତି ପରିଷଦ, ଆମଭାଷା ସାହିତ୍ୟ ସଂସ୍କୃତି,ଭିନ୍ନକ୍ଷମ ମଞ୍ଚ, କଳାକାର ସଂଘ, ଜାଗୃତି ସାହିତ୍ୟ ସଂସଦ, ଚିନ୍ତାମଣି ବାଳଚ଼ର ଯୁବସେବା ସଂଘ, ପରି ସମଗ୍ର ଚିଲିକାର ବହୁ ସାରସ୍ଵତ, କଳା, ସଂସ୍କୃତି ସାହିତ୍ୟ ଅନୁଷ୍ଠାନଙ୍କ ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଅଞ୍ଚଳର ବହୁକବି, ଗାଳ୍ପିକ ଔପନ୍ୟାସିକ, ନୃତ୍ୟ ସଂଗୀତ କଳାକାର ସମାଜସେବୀ ସଂଗଠକଙ୍କ ସମାହାରରେ ଐତିହାସିକ ପଲଟଣ ପଡ଼ିଆର ଛାୟାମଣ୍ଡପ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି ସ୍ୱତନ୍ତ୍ରଉତ୍କଳ ଦିବସ।

ସକାଳ ୭ ଘଟିକାରୁ ବରପୁତ୍ର ପୂଣ୍ୟଶ୍ଳୋକ ପଣ୍ଡିତ ଗୋଦାବରୀଶ ମିଶ୍ର, କବିଗୋଦାବରୀଶ ମହାପାତ୍ର। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ, ବିପ୍ଲବୀ କୃତ୍ତିବାସ ପାଟଶାଣୀ, ଚିତ୍ରା ଚାର୍ଯ୍ୟ ଉପେନ୍ଦ୍ର ମହାରଥୀ। ନାଟ୍ୟକାର ପରଶୁରାମହରିଚନ୍ଦନ, ପାଇକ କବି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ ପରେ ଓଡ଼ିଆ ଲୋକକଳା ଲୋକସଂସ୍କୃତିର ସୁରକ୍ଷା ପାଇଁ ପାଲା, ଦାସକାଠିଆ, ଓଡ଼ିଶୀ ନୃତ୍ୟ ସଂଗୀତ ପରିବେଶଣ ପରେ ଅପରାହ୍ନରେ ସାରସ୍ଵତ ସଭାରେ ସ୍ଥାନୀୟ ଅଞ୍ଚଳର କବି କଥାକାରଙ୍କ ସ୍ୱରଚିତ କବିତା ଆବୃତି ସହିତ “ଆମ ଅସ୍ମିତାଆମର ଗର୍ବ “ଏହାର ସୁରକ୍ଷା ଆମର ନୈତିକ କର୍ତବ୍ୟ ଉପରେ ବକ୍ତାମାନଙ୍କ ଅବିଭାଷଣ ପରେ ସମବେତ ସ୍ଵରରେ ଉତ୍କଳବନ୍ଦନା ଗାନରେ ଉଦଯାପିତ ହୋଇଥିଲା ଉତ୍କଳ ଦିବସ ସମାରୋହ।

ଏଥିରେ ଚିଲିକା ସାହିତ୍ୟ ସମାଜର ସଭାପତି କବି ବାଳ ମୁକୁନ୍ଦ ଦାସ, ସଂପାଦକ ଡ଼ଃ ଲକ୍ଷ୍ମୀଧର ସୁବୁଦ୍ଧି, ବରିଷ୍ଠ କବି ପୁରୁଷୋତ୍ତମ ମହାପାତ୍ର,ଗାଳ୍ପିକ ଡଃ କୈଳାସ ମହାରଣା, ଦୁଷ୍ମନ୍ତ କୁମାର ହରିଚନ୍ଦନ, କବି ଶଶିଭୂଷଣ ବରାଳ, କବି ରଙ୍କ ନାଥ ସେଠୀ, ଅଧ୍ୟାପକ ସର୍ବେଶ୍ଵର ଷଡ଼ଙ୍ଗୀ, ଗାଳ୍ପିକ ଭାଗିରଥୀ ସ୍ୱାଇଁ, ନାରୀକବି ପ୍ରିୟ ଦର୍ଶିନୀ ମହାରଣା, ସଂଧ୍ୟାଦେବୀ , ଟୁନିଦାସ, ଚିଲିକା ଚ଼ଢ଼େଇ ରୋଜିମିଶ୍ର, କବିଶେଷଦେବ ମହାରଣା, ଦିଲ୍ଲିପ କୁମାର ହୋତା, ଶିଶିରକୁମାର ଦାସ, ଅଧ୍ୟାପକ ଚାନ୍ଦକିଶୋର ତ୍ରିପାଠୀ, ଡଃ ଚିନ୍ତାମଣି ମିଶ୍ର, ଅଶୋକ ନନ୍ଦ , ନାଟ୍ୟକାର ମହେଶ୍ୱର ଜେନା, ବ୍ରଜ କିଶୋର ଜେନା, ପାଠାଗାର ସଭାପତି ଗୋଲକ ବିହାରୀ ପରିଡ଼ା, ଗୋକୁଳି ମହାପାତ୍ର, ଶ୍ରୀମନ୍ତ ମହାପାତ୍ର, ନଳିନୀକାନ୍ତ ପଟ୍ଟନାୟକ, ସଂଗ୍ରାମ କେଶରୀ ସାହୁ, ଏନଏସି ଅଧ୍ୟକ୍ଷ ମିଟୁ ନାୟକ, ଇଁ ଶେଷଦେବ ବରାଳ, ଦାଶରଥି ସାହୁ, କିଶୋର ଚନ୍ଦ୍ର ପ୍ରଧାନ, ନବକିଶୋର ପ୍ରଧାନ,ରବୀନ୍ଦ୍ରନାଥ ମାନସିଂ, ଶ୍ରୀନିବାସ ଆଚାରୀ, ଉମାକାନ୍ତ ଲାଠି, ଜୟକୃଷ୍ଣ ଦାସ, ବୈରାଗୀ ଚରଣ ବଳ, ବଟକୃଷ୍ଣ ପ୍ରଧାନ, ବିରେନ୍ଦ୍ର ବେହେରା, ଦେବାଶୀଷ ପଣ୍ଡା, ସୁରେନ୍ଦ୍ର ଶବର, ପାଲାଗାୟିକା ପ୍ରଜ୍ଞା ପାରମିତା ପଣ୍ଡା, ଓଡ଼ିଶୀ କଣ୍ଠଶିଳ୍ପୀ, ଉମା ମିଶ୍ର, ବିଷ୍ଣୁପ୍ରିୟା ବାରିକ୍, ଚିରଞ୍ଚିଭ ପରୀଡ଼ା, ସରୋଜ ଶାସମଲ, ପଖୌଜବାଦକ ରଘୁନାଥ ମହାପାତ୍ର, ଓଡ଼ିଶୀ ନୃତ୍ୟଶିଳ୍ପୀ ସାଇସ୍ମିତା ସାହୁ ଓ ସାଥି ପ୍ରମୁଖ ଯୋଗଦେଇ ସମାରୋହକୁ ସରସ ସୁନ୍ଦର କରିଥିଲେ।

ଶେଷରେ ମାତୃଭାଷା ଓଡ଼ିଆ ଭାଷା ସାହିତ୍ୟର ସୁରକ୍ଷା ଓ ତାର ବ୍ୟବହାର ନିମନ୍ତେ ଏହାକୁ ସରକାରଙ୍କ କାର୍ଯ୍ୟାଳୟ ମାନଙ୍କରେ ବହୁଳ ଭାବରେ ବ୍ୟବହାର, ଓଡ଼ିଆ ଭାଷାର ଆଦ୍ୟ ସ୍ଵର “ବର୍ଣ୍ଣବୋଧ”, ର ବାଧ୍ୟତାମୂଳକ ପୁନଃ ପ୍ରଚଳନ, ବିଷୁବ କୁ ଓଡ଼ିଆ ନବବର୍ଷ ଭାବରେ ସରକାରୀ ସ୍ଥରରେ ଧୁମଧାମରେ ପାଳନ, ବିଦ୍ୟାଳୟ, ମହାବିଦ୍ୟାଳୟ।

ବିଶ୍ଵବିଦ୍ୟାଳୟ ମାନଙ୍କରେ ଓଡ଼ିଆ ଭାଷାର ସ୍ଵତନ୍ତ୍ର ଶିକ୍ଷକ ପ୍ରଶିକ୍ଷକ ନିଯୁକ୍ତି, ନିମନ୍ତ୍ରଣ ପତ୍ର ମାନଙ୍କରେ ଓଡ଼ିଆ ଭାଷାର ବ୍ୟବହାର, ଇଁରାଜୀ ମାଧ୍ୟମ ବିଦ୍ୟାଳୟମାନଙ୍କରେ ଓଡ଼ିଆ ଭାଷା ସାହିତ୍ୟର ବାଧ୍ୟତାମୂଳକ ପଠନ ଓ ବ୍ୟବହାର, ଏବଂ ଓଡ଼ିଆ ଅସ୍ମିତା ର ସୁରକ୍ଷା ପାଇଁ ନିଷ୍ଠାର ସହିତ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ସମାରୋହରେ ସରକାରଙ୍କୁ ଅନୁରୋଧ କରାଯାଇଥିଲା । ସହ ସଂପାଦକ ରମେଶ ଚନ୍ଦ୍ର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ଉତ୍କଳ ଦିବସ ବରପୁତ୍ରମାନଙ୍କୁ ଶ୍ରଦ୍ଧାଞ୍ଜଳି ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ଜନ୍ମ ମାଟିରେ ବାଣପୁର ମୁକ୍ତି ସଂଗ୍ରାମର ମହାନାୟକ ବିପ୍ଲବୀ କୃତିବାସ ପାଟ୍ଟଶାଣୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

June 3, 2026

ବାଣପୁର ପାଇକ ବିଦ୍ରୋହ: ଓଡ଼ିଆ ଅସ୍ମିତାର ଏକ ଅନନ୍ୟ ଅଗ୍ନିଶିଖା

June 1, 2026

ବାଣପୁର: ଅଗ୍ନିକାଣ୍ଡ କ୍ଷତିଗସ୍ତ ପରିବାରଙ୍କୁ ସାକ୍ଷାତ କଲେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

May 29, 2026

ମହାଭାରତ ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ

May 28, 2026
Latest News

ମମତା ବାନାର୍ଜୀଙ୍କୁ ନିଜ ଆସନ ଯାଚିଲେ ହୁମାୟୁନ୍: କହିଲେ, ଟିଏମସି ର ପରିସ୍ଥିତି ଦେଖି କଷ୍ଟ ହେଉଛି

June 5, 2026

ସାଇଲେଣ୍ଟ କିଲର କିଡନୀ ରୋଗ: ଡେରି ହେବା ପୂର୍ବରୁ ଜାଣନ୍ତୁ ଏହାର ଲକ୍ଷଣ

June 5, 2026

ଭାରତରେ ଲିଭରପୁଲ୍ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ ପ୍ରତିଷ୍ଠା ନେଇ ମଞ୍ଜୁରୀ ପତ୍ର ପ୍ରଦାନ

June 5, 2026

କୁଏତ ବିମାନବନ୍ଦର ଆକ୍ରମଣରେ ଜଣେ ଭାରତୀୟଙ୍କ ମୃତ୍ୟୁ; ଆହତ ୧୩ ଜଣଙ୍କୁ ସହାୟତା ପ୍ରଦାନ

June 5, 2026

ଉତ୍ତର ପୂର୍ବ ପରିଷଦର ୭୩ତମ ପୂର୍ଣ୍ଣାଙ୍ଗ ବୈଠକର ଅଧ୍ୟକ୍ଷତା କଲେ ଅମିତ ଶାହ

June 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.