Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର: ଭଗବତୀ ମଣ୍ଡଳ ଭାଜପା କାର୍ଯ୍ୟକର୍ତ୍ତାମାନଙ୍କୁ ଗୁରୁମନ୍ତ୍ର ଦେଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ
ଆଞ୍ଚଳିକ

ବାଣପୁର: ଭଗବତୀ ମଣ୍ଡଳ ଭାଜପା କାର୍ଯ୍ୟକର୍ତ୍ତାମାନଙ୍କୁ ଗୁରୁମନ୍ତ୍ର ଦେଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

April 3, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବାଣପୁର: ଭଗବତୀ ମଣ୍ଡଳ ଭାଜପା କାର୍ଯ୍ୟକର୍ତ୍ତାମାନଙ୍କୁ ଗୁରୁମନ୍ତ୍ର ଦେଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ
ବାଣପୁର: ଭଗବତୀ ମଣ୍ଡଳ ଭାଜପା କାର୍ଯ୍ୟକର୍ତ୍ତାମାନଙ୍କୁ ଗୁରୁମନ୍ତ୍ର ଦେଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

ବାଣପୁର: ଆଜି ଚିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଣପୁରସ୍ଥିତ ଶହୀଦ କୃତ୍ତିବାସ ଭବନଠାରେ ଭଗବତୀ ମଣ୍ଡଳ ଭାଜପା କାର୍ଯ୍ୟକର୍ତ୍ତାମାନଙ୍କୁ ନେଇ ଆୟୋଜିତ ”ପଣ୍ତିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ୨୦୨୬”ର ‘ମଣ୍ଡଳ ପ୍ରଶିକ୍ଷଣ ବର୍ଗ’ରେ ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଯୋଗଦେଇ କାର୍ଯ୍ୟକର୍ତ୍ତା ମାନଙ୍କୁ ସମ୍ବୋଧିତ କରିଛନ୍ତି।

ଏହାର ପ୍ରଶିକ୍ଷଣ ଶିବିର ମାଧ୍ୟମରେ କାର୍ଯ୍ୟକର୍ତ୍ତାମାନଙ୍କୁ ‘ରାଷ୍ଟ୍ର ପ୍ରଥମ’ ନୀତିକୁ ଆପଣାଇ ରାଷ୍ଟ୍ରନିର୍ମାଣ ଦିଗରେ ଅବିରତ କାର୍ଯ୍ୟରତ ରହିବା ସହ ନୀତି, ଆଦର୍ଶ ଓ ଶୃଙ୍ଖଳିତ ରହିବା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା‌ ଏବଂ ତୃଣମୂଳ ସ୍ତରରେ ସଂଗଠନକୁ ଅଧିକ ସୁଦୃଢ଼ ଓ କ୍ରିୟାଶୀଳ କରିବା ପାଇଁ ଏକ ସୁଚିନ୍ତିତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯାଇଛି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଜୀଙ୍କ ଦୃଢ଼ ନେତୃତ୍ୱରେ ଗରିବ, ଦଳିତ, ବଞ୍ଚିତ, ଶୋଷିତ, ନିଷ୍ପେସିତ ଶ୍ରେଣୀ ଲୋକଙ୍କ ଉତ୍ଥାନ ତଥା ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ଦିଗରେ କାର୍ଯ୍ୟ କରି ଚାଲିଛନ୍ତି। ଆଗାମୀ ଦିନରେ ‘ସମୃଦ୍ଧ ଓଡିଶା’ ଗଠନ ତଥା ‘ବିକଶିତ ଭାରତ’ରେ ‘ବିକଶିତ ଓଡ଼ିଶା’ର ସ୍ଵପ୍ନକୁ ସାକାର କରିବା ଆମର ସଂକଳ୍ପ ବୋଲି ମାନ୍ୟବର ମନ୍ତ୍ରୀ ମତ ପ୍ରକାଶ କରିଛନ୍ତି।

ଏହି ଅବସରରେ ଜିଲ୍ଲା ଭାଜପା ପ୍ରଭାରୀ ପବିତ୍ର ମୋହନ ଦାଶ, ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନର ଜିଲ୍ଲା ସଂଯୋଜକ ନିକୁଞ୍ଜ ପଟ୍ଟନାୟକ, ଜ଼ିଲ୍ଲା ସହ ସଂଯୋଜକ ଲୋତକ ବିନ୍ଦୁ ପଟ୍ଟନାୟକ, ଜିଲ୍ଲା ଭାଜପା ସାଧାରଣ ସମ୍ପାଦକ ଦୁଷ୍ମନ୍ତ ହରିଚ଼ନ୍ଦନ, ବରିଷ୍ଠ ବିଜେପି ନେତ୍ରୀ ରଶ୍ମିମୟୀ ପଟ୍ଟନାୟକ, ଜିଲ୍ଲା ଭାଜପା ଉପସଭାପତି ରୋଜିନାରାଣୀ ଦାଶ, ବାଣପୁର ବ୍ଲକ ଅଧ୍ୟକ୍ଷ‌ ଅମରେନ୍ଦ୍ର ରଣସିଂହ, ଭଗବତୀ ମଣ୍ଡଳ ଭାଜପା ପ୍ରଭାରୀ ଜିତେନ୍ଦ୍ର ଭୋଳ, ଭଗବତୀ ମଣ୍ଡଳ ଭାଜପା ପ୍ରଶିକ୍ଷଣ ବର୍ଗ ପ୍ରଭାରୀ ଭଗବାନ ପ୍ରଧାନ, ମଣ୍ଡଳ ସଭାପତି କାହ୍ନୁଚରଣ ପ୍ରଧାନ, ବାଣପୁର ବ୍ଲକର ପୂର୍ବତନ ଉପାଧ୍ୟକ୍ଷ ପ୍ରଶାନ୍ତ କାଣ୍ଡି, ଦଳର ବରିଷ୍ଠ ନେତା ରମେଶ ପ୍ରଧାନ, ରାଜକିଶୋର ପଣ୍ଡାଙ୍କ ସମେତ ମଣ୍ଡଳର ସମସ୍ତ ପଦାଧିକାରୀ‌ ଓ କାର୍ଯ୍ୟକର୍ତ୍ତା ଗଣ ଉପସ୍ଥିତ ଥିଲେ।

'ବିକଶିତ ଓଡ଼ିଶା' ଚିଲିକା ପୃଥ୍ୱୀରାଜ ହରିଚନ୍ଦନ
Share. Facebook Twitter LinkedIn Email WhatsApp Copy Link

Related Posts

ଉତ୍କଳ ଦିବସ ଉପଲକ୍ଷେ ବରପୁତ୍ରମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ବାଣପୁରବାସୀ

April 2, 2026

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ’ ର ସିଦ୍ଧେଶ୍ୱରୀ ମଣ୍ଡଳ ପ୍ରଶିକ୍ଷଣ ବର୍ଗ ଉଦଘାଟିତ

April 1, 2026

ବାଣପୁରରେ ଖୋଲିଲା ଯୋଗ ଶିକ୍ଷା କେନ୍ଦ୍ର: କ୍ୟାରିଅର ଗଢିବା ପାଇଁ ପାଠ୍ୟକ୍ରମ ବ୍ୟବସ୍ଥା

March 31, 2026

‘ରାଷ୍ଟ୍ର ପ୍ରଥମ’ ନୀତିକୁ ଆପଣାଇ ରାଷ୍ଟ୍ର ନିର୍ମାଣ ଦିଗରେ ଅବିରତ କାର୍ଯ୍ୟ କରୁଛି ବିଜେପି: ପୃଥ୍ୱୀରାଜ ହରିଚ଼ନ୍ଦନ

March 30, 2026
Latest News

ବାଣପୁର: ଭଗବତୀ ମଣ୍ଡଳ ଭାଜପା କାର୍ଯ୍ୟକର୍ତ୍ତାମାନଙ୍କୁ ଗୁରୁମନ୍ତ୍ର ଦେଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

April 3, 2026

ଆମେରିକୀୟ ଏଫ-୩୫ ଲଢ଼ୁଆ ବିମାନକୁ ଖସାଇଲା ଇରାନ: ପାଇଲଟ୍‌ ଅଟକ

April 3, 2026

ରାଜ୍ୟସଭା ନିର୍ବାଚନ ପାଇଁ ବଢିବ ସମସ୍ୟା!: ହ୍ରାସ ପାଉଛି ମଧ୍ୟପ୍ରଦେଶରେ କଂଗ୍ରେସ ବିଧାୟକଙ୍କ ସଂଖ୍ୟା

April 3, 2026

କିପରି ମନୋନୀତ ହେବେ ବିହାରର ନୂତନ ମୁଖ୍ୟମନ୍ତ୍ରୀ?: ପୂର୍ବତନ ସାଂସଦଙ୍କ ଆଶ୍ଚର୍ଯ୍ୟଜନକ ବିବୃତ୍ତି

April 3, 2026

ଆଜି ଚେନ୍ନାଇ ଏବଂ ପଞ୍ଜାବ ମଧ୍ୟରେ ଲଢେଇ: ଜାଣନ୍ତୁ ପ୍ଲେଇଂ ଇଲେଭେନ୍, ପିଚ୍ ରିପୋର୍ଟ ଏବଂ ପାଣିପାଗ

April 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.