Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଉମାମହେଶ୍ବର ଦେବଙ୍କ ପୀଠରେ ଅଷ୍ଟଶମ୍ଭୁ ମିଳନ ମହୋତ୍ସବ
ଆଞ୍ଚଳିକ

ଉମାମହେଶ୍ବର ଦେବଙ୍କ ପୀଠରେ ଅଷ୍ଟଶମ୍ଭୁ ମିଳନ ମହୋତ୍ସବ

April 15, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଉମାମହେଶ୍ବର ଦେବଙ୍କ ପୀଠରେ ଅଷ୍ଟଶମ୍ଭୁ ମିଳନ ମହୋତ୍ସବ
ଉମାମହେଶ୍ବର ଦେବଙ୍କ ପୀଠରେ ଅଷ୍ଟଶମ୍ଭୁ ମିଳନ ମହୋତ୍ସବ

ବାଲୁଗାଁ: ଆଜି ଅପରାହ୍ନରେ ଚିଲିକା ବ୍ଲକ ଅନ୍ତର୍ଗତ ବାଲୁଗାଁ ଅଞ୍ଚଳର ଆରାଧ୍ୟ ଶ୍ରୀ ଶ୍ରୀ ଉମାମହେଶ୍ବର ଦେବଙ୍କ ପୀଠରେ ୧୮ ତମ ଅଷ୍ଟଶମ୍ଭୁ ମିଳନ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଦୁଇ ଦିନ ବ୍ୟାପି ଉକ୍ତ ଶମ୍ଭୁ ମିଳନରେ ମହାବିଷୁବ ସଂକ୍ରାନ୍ତି ଅବସରରେ ମଙ୍ଗଳବାର ଦିନ ତମାମ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷଣ କରାଯାଇଥିଲା। ବିଳମ୍ବିତ ରାତ୍ରରେ ବାଜା, ରୋଷଣୀ, ପାଟପଟୁଆରରେ ଆଖପାଖ ଅଞ୍ଚଳର ୧୮ ଦେବାଦେବୀଙ୍କ ବିଜେ ପ୍ରତିମା ବିମାନରେ ଆଗମନ ହୋଇ ନିଜ ନିଜ ଆସ୍ଥାନରେ ବିରାଜମାନ ହୋଇଥିଲେ।

ପ୍ରାତଃ କାଳରେ ସକାଳ ଭୋଗ, ମଧ୍ୟାହ୍ନରେ ଭୋଗ ଲାଗି କରାଯାଇ ଅପରାହ୍ନରେ ହୋମ ପୂର୍ଣ୍ଣାହୁତି ହୋଇଥିଲା। ସମସ୍ତ ବିଜେ ପ୍ରତିମାଙ୍କ ନିକଟରେ ମେଳଣ ଭୋଗ ଲାଗି କରିବା ପରେ ମେଳଣ ପର୍ଵ ହୋଇଥିଲା। ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଆଖପାଖ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ଦେବା ଦେବୀଙ୍କୁ ଦର୍ଶନ କରି ଆଶୀର୍ବାଦ ଲାଭ କରିଥିଲେ।

ଉକ୍ତ ମେଳଣ ପର୍ବରେ ଶ୍ରୀ ଶ୍ରୀ ଉମାମହେଶ୍ବର ଦେବଙ୍କ ନିମନ୍ତ୍ରଣ କ୍ରମେ ଗବପଦର ବିଜେ ଶ୍ରୀ ଶ୍ରୀ ରାମେଶ୍ୱର ଦେବ, ବାଙ୍କନିଧି ଦେବ,ସିଙ୍ଗେଶ୍ୱର ବିଜେ ସିଂହନାଥ ଦେବ,ନିମିକ୍ଷେତା ବିଜେ ନୀଳକଣ୍ଠେଶ୍ୱର ଦେବ, ଦୋଳମୁଣ୍ଡାଇ ବିଜେ ବାଲୁଙ୍କେଶ୍ୱର ଦେବ,ବଡ଼କୁଳ ବିଜେ ଚନ୍ଦ୍ରଶେଖର ଦେବ, ମଙ୍ଗରାଜପୁର ବିଜେ ଗତିଶ୍ୱର ଦେବ, ରଘୁନାଥପୁର ବିଜେ ଗୁପ୍ତେଶ୍ଵର ଦେବ, ଖଣ୍ଡୁଆଳ କୋଟ ବିଜେ ଜଳେଶ୍ବର ଦେବ, ଇଞ୍ଜନପୂର ବିଜେ ବୁଢ଼ାଲିଙ୍ଗେଶ୍ୱର ଦେବ, ସାମନ୍ତରାପୁର ବିଜେ ଦଧିବାମନ ଦେବ, ପାଟଣା ସାହି ବିଜେ ଗୋପାଳଜିଉ ଦେବ, ବାଲୁଗାଁ ବିଜେ ରଘୁନାଥ ଦେବ, କୁଲାକୁଣ୍ଢେଇ ବିଜେ ରାଧାଗୋବିନ୍ଦ ଦେବ, ପାଟଣା ସାହି ମା ଜାଗୁଳାଇ, ଗୁଣ୍ଡୁରିପୁରୁ ମା ଜାଗୁଳାଇ, ବାଲୁଗାଁ ବଜାର ମା ଚଣ୍ଡୀ ଠାକୁରାଣୀଙ୍କ ବିଜେ ପ୍ରତିମା ବିମାନ ମାନ ସାମିଲ ହୋଇଥିଲେ। ମେଳଣ ପର୍ଵ ସୁରୁଖୁରୁରେ ହୋଇଥିବା ବେଳେ ଦର୍ଶକଙ୍କ ଭିଡକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ମନ୍ଦିର ଟ୍ରଷ୍ଟି,ମନ୍ଦିର କମିଟି ସଦସ୍ୟ ଏବଂ ଆଖପାଖ ଅଞ୍ଚଳବାସୀ ଏହି କାର୍ଯ୍ୟକ୍ରମରେ ପୂର୍ଣ୍ଣ ସହଯୋଗ କରିଥିଲେ।

ଅଷ୍ଟଶମ୍ଭୁ ମିଳନ ଉମାମହେଶ୍ବର ଦେବ ଚିଲିକା ବ୍ଲକ ବାଲୁଗାଁ
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ ହାଇସ୍କୁଲର ଆଦର୍ଶ ଶିକ୍ଷକ ଓ ସୁନାମଧନ୍ୟ ସାହିତ୍ୟିକ ଜିତେନ୍ଦ୍ର ନାଥ ବରାଳଙ୍କ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା

June 16, 2026

ବାଣପୁର: ତୋରସିଂ ଗ୍ରାମରେ ପାରମ୍ପରିକ କ୍ରୀଡା ପ୍ରତିଯୋଗିତା

June 15, 2026

ବଡ଼କୁଳ ଓଟିଡିସି ପାନ୍ଥନିବାସ ଠାରେ ଗଣପର୍ବ ରଜ ଉତ୍ସବ ପାଳିତ

June 14, 2026

ସଲପଡିହ ବିଦ୍ୟାଳୟରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ

June 7, 2026
Latest News

ଜୁନ ୧୯ ରେ ପିଏମ-ଭିବିଆରୱାଇ ର ଦେଶବ୍ୟାପୀ ଶୁଭାରମ୍ଭ କାର୍ଯ୍ୟକ୍ରମ

June 16, 2026

ବିପର୍ଯ୍ୟୟ ପରିଚାଳନା: ଖୋର୍ଦ୍ଧା ଜିଲ୍ଲାର ୫୧ ଟି ବାତ୍ୟା ଆଶ୍ରୟସ୍ଥଳୀରେ ହେବ ମକ୍ ଡ୍ରିଲ

June 16, 2026

ମୌସୁମୀ ପୂର୍ବରୁ ସୁରକ୍ଷା ଓ ସଂରକ୍ଷଣ କାର୍ଯ୍ୟକୁ ତ୍ୱରାନ୍ୱିତ କଲା ପୂର୍ବତଟ ରେଳପଥ

June 16, 2026

ତ୍ୟାଗ ଓ ତିତୀକ୍ଷାର ମାଟି ‘ବାଜପୁର’: ସାଂସଦ ଅପରାଜିତା ଷଡ଼ଙ୍ଗୀ

June 16, 2026

ସମ୍ ହସ୍ପିଟାଲରେ ହାଇ-ଟେକ୍ ନ୍ୟୁରୋସର୍ଜରୀ ଦ୍ୱାରା ୬୦ ବର୍ଷୀୟା ମହିଳାଙ୍କ ଜୀବନ ରକ୍ଷା

June 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.