Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଚିଲିକା ବ୍ଲକରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ
ଆଞ୍ଚଳିକ

ଚିଲିକା ବ୍ଲକରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

September 21, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ଚିଲିକା ବ୍ଲକରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ
ଚିଲିକା ବ୍ଲକରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

ଖୋରଧା: ଆଜି ପୂର୍ବାହ୍ନରେ ଖୋରଧା ଜିଲ୍ଲା ଅନ୍ତର୍ଗତ ଚିଲିକା ବ୍ଲକ ସମ୍ମିଳନୀ କକ୍ଷରେ ମୁଖ୍ୟ ଜିଲ୍ଲା ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ (ଜିଲ୍ଲା ପରିଷଦ) ଜ୍ୟୋତି ଶଙ୍କର ସାହୁ ଏବଂ ଆରକ୍ଷୀ ଅଧିକ୍ଷକ ପାରମାର ସ୍ମିଥ ପାରୁଶୋତ୍ତମ୍ ଦାସଙ୍କ ଅଧ୍ୟକ୍ଷତାରେ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ଜନ ଶୁଣାଣି ଶିବିରରେ ଖୋରଧା ଉପଜିଲ୍ଲାପାଳ ସଂକଳ୍ପ ସ୍ଵସ୍ତିକ ସାହୁ, ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସଞ୍ଜୟ ଚନ୍ଦ୍ର ରାୟ, ଚିଲିକା ବିଡିଓ ପୁନମ ମହାପାତ୍ର, ତହସିଲଦାର ଏବଂ ଆସିଷ୍ଟାଣ୍ଟ କଲେକ୍ଟର (ଅଭିଯୋଗ) ଭୁବନେଶ୍ଵରୀ କଅଁର ପ୍ରମୁଖ ଜନ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦେଇ ଜନସାଧାରଣ ମାନଙ୍କ ବିଭିନ୍ନ ଆପତ୍ତି ଅଭିଯୋଗ ଗୁଡ଼ିକର ଶୁଣାଣିରେ ସହଯୋଗ ପ୍ରଦାନ କରିଥିଲେ।

ଆଜିର ଅଭିଯୋଗ ଶିବିରକୁ ମୋଟ ୪୩ ଗୋଟି ଅଭିଯୋଗ ଆସିଥିବା ବେଳେ ତନ୍ମଧ୍ୟରୁ ୩୯ ଗୋଟି ବ୍ୟକ୍ତିଗତ ଅଭିଯୋଗ ଏବଂ ୦୪ ଗୋଟି ଗ୍ରାମୀଣ ସମସ୍ୟା ଜନିତ ଥିଲା। ଅଭିଯୋଗ ଶିବିରରେ ୬ ଗୋଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା। ଅନ୍ୟ ସମସ୍ତ ଅଭିଯୋଗ ଗୁଡ଼ିକୁ ବିଭାଗୀୟ ଅଧିକାରୀ ମାନେ ଯତ୍ନବାନ ହୋଇ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

ଶିବିରରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ, କୁସୁମ କୁମାରୀ ପ୍ରହରାଜ, ସହକାରୀ ନିର୍ଦ୍ଦେଶକ, ଉଦ୍ୟାନ କୃଷି, ଶ୍ରୀୟା ଶାଶ୍ଵତୀଙ୍କ ସମେତ ତ୍ରିସ୍ତରୀୟ ପଞ୍ଚାୟତିରାଜ ଅନୁଷ୍ଠାନ ସଦସ୍ୟା/ସଦସ୍ୟ, ଶିକ୍ଷା, ସ୍ଵାସ୍ଥ୍ୟ ଓ ଗମନାଗମନ ବରିଷ୍ଠ ଅଧିକାରୀ ବୃନ୍ଦ,ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ ଏବଂ ଲାଇନ୍ ଡିପାର୍ଟମେଣ୍ଟ ଅଧିକାରୀ ଓ ଗଣ ମାଧ୍ୟମ ପ୍ରତିନିଧି ବୃନ୍ଦ ଯୋଗଦେଇଥିଲେ।

ଚିଲିକା ବ୍ଲକ ଜନ ଅଭିଯୋଗ ଶୁଣାଣି
Share. Facebook Twitter LinkedIn Email WhatsApp Copy Link

Related Posts

ପୋଖରୀ ପାଣିରେ ବୁଡ଼ି ନାବାଳିକାର ମୃତ୍ୟୁ

September 21, 2026

ବୋଲେରୋ-ବାଇକ ମୁହାଁମୁହିଁ ଧକ୍କା, ପୂର୍ବତନ ସମିତିସଭ୍ୟ ମୃତ; ଜଣେ ଗୁରୁତର

September 19, 2026

ଚ଼ିଲିକା ବ୍ଲକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କଲେ ଆଇନ ମନ୍ତ୍ରୀ

September 18, 2026

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିବସରେ ବାଣପୁର ନଗର ମଣ୍ଡଳ ବିଜେପି ପକ୍ଷରୁ ଦୀପଦାନ

September 17, 2026
Latest News

ଖୋଲିଲା କୋଣାର୍କ ସୂର୍ଯ୍ୟମନ୍ଦିରର ମୁଖ୍ୟ ପ୍ରବେଶ ଦ୍ୱାର

September 21, 2026

ଗୋଦାବରୀଶ ମହାବିଦ୍ୟାଳୟରେ ବିଶ୍ୱଶାନ୍ତି ଦିବସ

September 21, 2026

ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟରେ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ

September 21, 2026

ଚିଲିକା ବ୍ଲକରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

September 21, 2026

ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ଯୋଗୁଁ ଟ୍ରେନ ଚଳାଚଳରେ ପରିବର୍ତ୍ତନ 

September 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.