ଗମ୍ଭାରିମୁଣ୍ଡା ଅଞ୍ଚଳରୁ ବିପୁଳ ପରିମାଣର ଚୋରାମଦ ଜବତ: ଜଣେ ଯୁବକ ଗିରଫ

Published: Nov 17, 2019, 7:44 pm IST

ସମୀକ୍ଷା ବ୍ୟୁରୋ

ବାଣପୁର-ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଗମ୍ଭାରିମୁଣ୍ଡା ଅଞ୍ଚଳରୁ ବିପୁଳ ପରିମାଣର ଚୋରାମଦ ଜବତ କରାଯାଇଛି। ଏନେଇ ବାଣପୁର ପୋଲିସ ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଯୁବକ ଜଣକ ଉକ୍ତ ଅଞ୍ଚଳର ବିଶ୍ୱମ୍ବର ପ୍ରଧାନ ବୋଲି ଖବର ମିଳିଛି। ସମ୍ପୃକ୍ତ ଯୁବକ ଜଣଙ୍କ ଦୀର୍ଘଦିନ ଧରି ଚୋରା ମଦ ବିକ୍ରି କରୁଥିବାର ଅଭିଯୋଗ ହୋଇଥିଲା। ସେ ଏକ କ୍ୟାବିନରେ ଚୋରାମଦ ବେପାର କରୁଥିବାବେଳେ ପୋଲିସ ଖବର ପାଇ ଅଚାନକ ଚଢ଼ାଉ କରିଥିଲା। ତେବେ ଘଟଣାସ୍ଥଳରୁ ବହୁ ପରିମାଣରେ ଦେଶୀ ଓ ବିଦେଶୀ ମଦ ଜବତ କରିଛି ପୋଲିସ। ସୂଚନା ମୁତାବକ ପୋଲିସ ସମ୍ପୃକ୍ତ ଯୁବକ ବିରୋଧରେ କେସ ନମ୍ବର ୩୧୯/୧୯ ଓଡିଶା ଅବକାରୀ ଆଇନ ଅନୁଯାୟୀ ଦଫା ୫୨(ଏ) ଲଗାଇ ମାମଲା ରୁଜୁ କରିଛି।

 

Related posts