ବାଣପୁର-ବାଲୁଗାଁ ମୁଖ୍ୟ ରାସ୍ତାରୁ ଗୁରୁତର ଅବସ୍ଥାରେ ଜଣେ ଅଜଣା ମହିଳା ଉଦ୍ଧାର

Published: Nov 19, 2019, 2:28 pm IST

ସମୀକ୍ଷା ବ୍ୟୁରୋ

ବାଣପୁର – ବାଲୁଗାଁ ମୁଖ୍ୟ ରାସ୍ତା ପାରିନୂଆଗାଁ ଛକ ନିକଟରେ ଜଣେ ଅଜଣା ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ମହିଳା ଜଣକ ଅଚେତ ଅବସ୍ଥାରେ ରାସ୍ତା ଉପରେ ପଡିଥିବାବେଳେ ତାଙ୍କ ମୁଖରୁ ରକ୍ତସ୍ରାବ ହେଉଥିବାର ଦେଖାଯାଇଥିଲା। ଘଟଣାସ୍ଥଳରୁ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିଥିବାବେଳେ ଗୋଦାବରୀଶ ମହାବିଦ୍ୟାଳୟ ଛାତ୍ରମାନେ ତାଙ୍କୁ ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଇଥିଲେ। ମହିଳାଜଣକ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ତାଙ୍କ ସ୍ବାସ୍ଥ୍ୟବସ୍ଥା ବେଶ୍‌ ଉଦ୍‌ବେଗଜନକ ରହିଥିବାରୁ ଡ. ସ୍ବାଇଁ ତାଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରିଛନ୍ତି। ସମ୍ପୃକ୍ତ ମହିଳା ଜଣକ ଅଚେତ ରହିଥିବାରୁ ତାଙ୍କ ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ। ତେବେ ନିଛାଟିଆ ରାସ୍ତାରେ ଯାଉଥିବା ସମୟରେ କୌଣସି ଏକ ଗାଡ଼ି ତାଙ୍କୁ ଧକ୍କା ଦେଇଥିବାର ଅନୁମାନ କରାଯାଉଛି। ପୋଲିସ୍‌ ଏହି ଘଟଣାର ତଦନ୍ତ କରୁଥିବାବେଳେ ମହିଳା ଜଣକ ପରିଚୟ ସମ୍ପର୍କରେ କିଛି ସୂଚନା ପାଇପାରି ନାହିଁ।

Related posts