Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁରରେ ବୃଦ୍ଧି ପାଉଛି ବେଆଇନ ମଦ କାରବାର : ଦୁଇ ଦିନରେ ୩ ମଦ ବେପାରୀ ଗିରଫ
ଆଞ୍ଚଳିକ

ବାଣପୁରରେ ବୃଦ୍ଧି ପାଉଛି ବେଆଇନ ମଦ କାରବାର : ଦୁଇ ଦିନରେ ୩ ମଦ ବେପାରୀ ଗିରଫ

November 24, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଣପୁର, ୨୪/୧୧: (ସମୀକ୍ଷା ବ୍ୟୁରୋ) ବାଣପୁରରେ ଏବେ ବେଆଇନ ମଦ କାରବାରରେ ବୃଦ୍ଧି ଘଟିଛି। ଗତ ଦୁଇ ଦିନ ଭିତରେ ତିନିଜ ଜଣ ବେଆଇନ ମଦ ବେପାରୀ ଗିରଫ ହୋଇଛନ୍ତି। ଏହି ମାମଲରେ ଆଜି ଏଏସଆଇ ବସନ୍ତ ପଟ୍ଟନାୟକ ଜଣଙ୍କୁ ଗିରଫ କରିଛନ୍ତି। ଗିରଫ ହୋଇଥିବା ବ୍ୟକ୍ତି ହେଉଛନ୍ତି ବିଶ୍ବନାଥ ସ୍ବାଇଁ। ୫୫ ବର୍ଷୀୟ ଏହି ବ୍ୟକ୍ତି ଜଣକ ସ୍ଥାନୀୟ ଭଗବତୀ ମନ୍ଦିର ପଛପଟେ ନିଜ ଘରେ ଭିତରେ ଏହି କାରବାର ଚାଲୁ ରଖିଥିଲେ। ତାଙ୍କ ନିକଟରୁ ୧୭ ଲିଟର ଆସ୍କା୪୦ ଜବତ ହୋଇଛି। ସମ୍ପୃକ୍ତ ବ୍ୟକ୍ତିଙ୍କ ନାଁରେ ପୋଲିସ୍‌ ୩୨୭/୧୯ କେସ୍‌ ନମ୍ବରରେ ମାମଲା ରୁଜୁ କରିଛି। ଗତକାଲି ପୁଲିସ୍‌ ଗମ୍ଭାରୀମୁଣ୍ଡା ବଜାରରେ ଥିବା ଏକ ଦୋକାନରୁ ଜଣେ ବେଆଇନ ମଦ ବିକ୍ରେତାଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ବ୍ୟକ୍ତିଙ୍କ ନାମ ଶରତ ଚନ୍ଦ୍ର ବରାଳ। ଏଏସଆଇ ମୁରଲୀଧର ବଳିଆର ସିଂହ ସମ୍ପୃକ୍ତ ବ୍ୟକ୍ତି ନାମରେ ୩୨୯/୧୯ କେସ ନମ୍ବରରେ ମାମଲା ରୁଜୁ କରି ଗିରଫ କରିଛନ୍ତି। ସେହିପରି ନାଚୁଣୀ ଗଙ୍ଗାଧରପୁର ଷ୍ଟେସନ ପଛପଟରୁ ୪.୮ ଲିଟର ଆସ୍କା୪୦ ଜବତ ହୋଇଛି। ଏହି ମାମଲାରେ ଛୋଟରାୟପୁର ଗ୍ରାମର ୨୫ ବର୍ଷୀୟ ଶିବ ପ୍ରଧାନଙ୍କୁ ଏଏସ୍‌ଆଇ ହାଡ଼ିବନ୍ଧୁ ନାୟକ ଗିରଫ କରି ୩୨୮/୧୯ କେସନମ୍ବରରେ ମାମଲା ରୁଜୁ କରିଛନ୍ତି।

ରାଜ୍ୟର ଏକ ପ୍ରମୁଖ ଶକ୍ତିପୀଠ ତଥା ଐତିହ୍ୟ ସମ୍ପନ୍ନ ଅଞ୍ଚଳ ଭାବରେ ବାଣପୁର ପ୍ରସିଦ୍ଧି ଲାଭ କରିଥିବାବେଳେ ସେଠାରେ ବେଆଇନ ମଦ କାରବାର ବୃଦ୍ଧିକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉଦ୍‌ବେଗ ପ୍ରକାଶ ପାଇଛି। ଏନେଇ ଜିଲ୍ଲା ଅବକାରୀ ବିଭାଗ ଏବଂ ପୋଲିସ୍ ପ୍ରଶାସନ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।

arrest BANAPUR police
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ ମହାବିଦ୍ୟାଳୟ ଓଡ଼ିଆ ସାହିତ୍ୟ ପରିଷଦର ବାର୍ଷିକ ସାରସ୍ୱତ ସମାରୋହ ଓ କବିତା ପାଠୋତ୍ସବ

January 31, 2026

ଦୁର୍ଗା ଚରଣ ଚିଲିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସଡ଼କ ସୁରକ୍ଷା ସଚେତନତା ଶୋଭାଯାତ୍ରା

January 31, 2026

ଛତ୍ରପୁର ଆଶ୍ରମ ବିଦ୍ୟାଳୟର ବାର୍ଷିକ ଉତ୍ସବ

January 31, 2026

ବାଣପୁର ସାହାସପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୯୯ ତମ ପ୍ରତିଷ୍ଠା ଦିବସ ଓ ବାର୍ଷିକ ଉତ୍ସବ

January 30, 2026
Latest News

‘ଦିବ୍ୟାଙ୍ଗ କୌଶଳ ଯୋଜନା’: ଦିବ୍ୟାଙ୍ଗମାନଙ୍କୁ ପ୍ରଦାନ କରିବ ଆବଶ୍ୟକ ମୁତାବକ ତାଲିମ

February 1, 2026

କିଭଳି ରହିଛି ସଂଖ୍ୟାଲଘୁଙ୍କ ପାଇଁ ବଜେଟ୍?: ପ୍ରତିକ୍ରିୟା ଦେଲେ ଅଲ ଇଣ୍ଡିଆ ମୁସଲିମ ଜମାତର ସଭାପତି

February 1, 2026

ସନ୍ତୁଷ୍ଟ ନା ଅସନ୍ତୁଷ୍ଟ?: ବଜେଟ୍ ଉପରେ ଜାଣନ୍ତୁ କ’ଣ କହିଲେ ଜୟନ୍ତ ଚୌଧୁରୀ?

February 1, 2026

Budget 2026: ମହଙ୍ଗା ହେଲା ମଦ, ଜାଣନ୍ତୁ କେଉଁଥିରେ ମିଳିଲା ଆଶ୍ଵସ୍ତି?

February 1, 2026

Union Budget 2026: ଆୟକର ସମ୍ପର୍କରେ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ଜାଣନ୍ତୁ କ’ଣ?

February 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.