
ବାଲୁଗାଁ, 27/11, (ସମୀକ୍ଷା ବ୍ୟୁରୋ): ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ଧୂଆଁଳ ଗ୍ରାମରେ ଥିବା ହାଟୁଆଳି ଉପ୍ରା ବିଦ୍ୟାଳୟରେ ଏକ ଅମାନୁଷିକ କାଣ୍ଡ ଘଟିଛି। ହାଟୁଆଳି ଉପ୍ରା ବିଦ୍ୟାଳୟରେ ଜନୈକ ଶିକ୍ଷକ ଜଣେ ଛାତ୍ରକୁ ଅମାନୁଷିକ ଭାବେ ମାଡ ମାରିଛନ୍ତି। ସରକାରଙ୍କ ପକ୍ଷରୁ ଶିକ୍ଷାନୁଷ୍ଠାନରୁ ମାଡ ବ୍ୟବସ୍ଥା ଉଠାଯାଇଥିବା ବେଳେ ଶିକ୍ଷକ ଜଣଙ୍କ ଅମାନୁଷିକ ଭାବରେ ଶିଶୁଟିକୁ ମାଡ ମାରିଛନ୍ତି। ମାଡ ଫଳରେ ଶିଶୁଟି ଗୁରୁତର ଭାବରେ ଆହତ ହୋଇଛି। ଶିଶୁର ବେକ, ପିଠି ଏବଂ ପେଣ୍ଡାରେ ଆଘାତ ଲାଗିଥିବା ଜଣାପଡିଛି।
ଉଲ୍ଲେଖଯୋଗ୍ୟ ଯେ, ମଙ୍ଗଳବାର ଦିନ ଶିକ୍ଷକ ଇସ୍ରାଏଲ ଖାଁ ଛାତ୍ର ମାନସ ସେଠୀଙ୍କୁ ବହି ଦେବାକୁ କହିଥିଲେ। ମାତ୍ର ଏହି କୋମଳମତି ଶିଶୁ ଜଣକ ବହି ନଦେବାରୁ ଅତ୍ୟନ୍ତ ନିଷ୍ଠୁର ଭାବରେ ମାଡ ମାରିଥିଲେ। ଶିଶୁଟିକୁ ବାଲୁଗାଁ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏନେଇ ପ୍ରଧାନଶିକ୍ଷକଙ୍କ ନିକଟରେ ଅଭିଯୋଗ କରାଯାଇଥିଲେ ମଧ୍ୟ ସେ ଘଟଣା ଚପାଇବାକୁ ଉଦ୍ୟମ କରିଥିଲେ।
Tags: