Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଲୁଗାଁ ବାଇପାସ୍‌ ରୋଡ୍‌ରେ ପୁଣି ଏକ ଦୁର୍ଘଟଣା : ମା’ ମୃତ, ଝିଅ ଗୁରୁତର
ଆଞ୍ଚଳିକ

ବାଲୁଗାଁ ବାଇପାସ୍‌ ରୋଡ୍‌ରେ ପୁଣି ଏକ ଦୁର୍ଘଟଣା : ମା’ ମୃତ, ଝିଅ ଗୁରୁତର

November 29, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଲୁଗାଁ, ୨୯/୧୧: (ସମୀକ୍ଷା ବ୍ୟୁରୋ) : ବାଲୁଗାଁ ବାଇପାସ୍‌ ରୋଡ୍‌ ସୁବୁଦ୍ଧିପାଟଣା ଛକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏହି ରାସ୍ତାରେ ଜଣେ ବାଳିକା ତା‘ମାଆକୁ ସାଇକେଲରେ ବସାଇ ଯାଉଥିବାବେଳେ ଏକ ଛତିଶଗଡର ଚାରିଚକିଆ ଯାନ ଧକ୍କା ଦେଇଛି। ସୂଚନାରୁ ପ୍ରକାଶ ଯେ, ଭୁବେନଶ୍ବରରୁ ବ୍ରହ୍ମପୁର ଯାଉଥିବା ସିଜି୦୭ବି ଏସ୍‌-୫୭୧୩ ନମ୍ବରର ଏହି କାର୍‌ଟି ବେପରୁଆ ଗାଡ଼ି ଚଳାଉଥବାରୁ ଜନୈକ ମା’-ଝିଅଙ୍କୁ ପଛପଟୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ମା’ ଓ ଝିଅ ଉଭୟ ଗୁରୁତର ହୋଇପଡିଥିଲେ।

ଗୁରୁତର ଅବସ୍ଥାରେ ଦୁହିଁକୁ ସମାଜ ଆଇନାର ପ୍ରତିନିଧି ତଥା ସାମ୍ବାଦିକ ମନୋରଞ୍ଜନ ବେହେରା ଉଦ୍ଧାର କରି ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରକୁ ନେବା ସହିତ ଗାଡ଼ି ଓ ଚାଳକଙ୍କୁ ଅଟକ ରଖି ପୋଲିସ୍‌ ଜିମା ଦେଇଥିଲେ। ଦୁର୍ଘଟଣାରେ ପୀଡ଼ିତା ଦୁହିଁଙ୍କ ଅବସ୍ଥା ବେଶ୍‌ ଉଦ୍‌ବେଗଜନକ ରହିଥିବାରୁ ତାଙ୍କୁ ଭୁବନେଶ୍ବର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଭୁବନେଶ୍ବର ହସପିଟାଲ୍‌କୁ ନେବା ରାସ୍ତାରେ ହିଁ ମା’ର ମୃତ୍ୟୁ ଘଟିଥିବାର ସୂଚନା ରହିଛି। ଝିଅକୁ ସ୍ଥାନାନ୍ତର କରାଯାଇଛି। ବାଳିକା ଜଣକୁ ମାତ୍ର ୧୮ ବର୍ଷ ହୋଇଥିବାବେଳେ ସେ ବୋରିଆସାହି ଗ୍ରାମର ବୋଲି ଜଣାପଡିଛି। ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ସମ୍ପୃକ୍ତ ଗାଡ଼ି ଚାଳକଙ୍କୁ ଗିରଫ କରିବା ସହ ଗାଡ଼ିକୁ ଜବତ କରିଛି।

ସୂଚନାଯୋଗ୍ୟ, କିଛିଦିନ ତଳେ ଏହି ରାସ୍ତାରେ ଏକ ବାଇକ୍‌ ଦୁର୍ଘଟଣା ଘଟିଥିବାବେଳେ ବାଇକ୍‌ ଚାଳକ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ଛକ ନିକଟରେ ବାରମ୍ବାର ଦୁର୍ଘଟଣା ହେଉଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।

ରିପୋର୍ଟର : ସୀତାରାମ ଅଗ୍ରଓ୍ବାଲ , ମୋ: ୭୯୭୮ ୧୪୮ ୪୨୬

balugaonbypass road roadaccident
Share. Facebook Twitter LinkedIn Email WhatsApp Copy Link

Related Posts

ରଣପୁର: ତାରିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ

December 27, 2025

ମନ୍ଦାକିନୀ ନୋଡାଲ ଇଉପିଏସ ସ୍କୁଲରେ ବାର୍ଷିକ ଉତ୍ସବ

December 23, 2025

ବାଲୁଗାଁ ମହାବିଦ୍ୟାଳୟ‌ର ଅର୍ଥନୀତି ବିଭାଗ ପକ୍ଷରୁ ଏକ-ଦିବସୀୟ ଜାତୀୟ ସମ୍ପାନ ଅନୁଷ୍ଠିତ

December 23, 2025

ବାଲୁଗାଁ ମହାବିଦ୍ୟାଳୟର ଜାତୀୟ ଗଣିତ ଦିବସ ପାଳନ, ପ୍ରାଣୀ ବିଜ୍ଞାନ ବିଭାଗ ପକ୍ଷରୁ ସେମିନାର

December 22, 2025
Latest News

ଜାତୀୟ କଂଗ୍ରେସ ପ୍ରତିଷ୍ଠା ଦିବସ ଉପଲକ୍ଷେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସର ସଫେଇ କାର୍ଯ୍ୟକ୍ରମ

December 29, 2025

India Economy 2027: ଭାରତ ଦୁଇ ବର୍ଷ ମଧ୍ୟରେ ତୃତୀୟ ବୃହତ୍ତମ ଅର୍ଥନୀତି ଦେଶ ହେବ

December 29, 2025

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଚାଲିଛି ଅନ୍ତର୍ଜାତୀୟ ଓଡିଶୀ ନୃତ୍ୟ ମହୋତ୍ସବ

December 29, 2025

ବଢିଲା କଳାକାର ଭତ୍ତା, ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଏଣିକି କଳାକାରମାନେ ମାସକୁ ପାଇବେ…

December 29, 2025

ଆଜି ଡିସେମ୍ବର 29 ତାରିଖ ସୋମବାରରେ ଏହି ପାଞ୍ଚଟି ରାଶି ପାଇଁ ଯାହା ଅଛି ଜାଣିଲେ ହେବେ ଆଶ୍ଚର୍ଯ୍ୟ

December 29, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.