ବ୍ରହ୍ମପୁର: ଶନିବାର ଦିନ ବ୍ରହ୍ମପୁର ମହାନଗର ନିଗମ ପରିସରରେ ମଧୁମେହ, ଉଚ୍ଚ ରକ୍ତଚାପ ଏବଂ ଥାଇରଏଡ଼୍ ସଚେତନତା ଏବଂ ପରୀକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର ବିଏମ୍ସିର କାର୍ଯ୍ୟରତ ସମସ୍ତ ଅଧିକାରୀ ଏବଂ କର୍ମଚାରୀ ବୃନ୍ଦ ତଥା ସହରର ସମସ୍ତ ୱାର୍ଡ଼ର ଜମାଦାର ଏବଂ ସଫେଇ କର୍ମଚାରୀଙ୍କ ପାଇଁ ସଚେତନତା ତଥା ରକ୍ତ ପରୀକ୍ଷଣ କରାଯାଇଥିଲା । ଏଥିରେ ବ୍ରହ୍ମପୁର ସ୍ଥିତ ଡ଼ାଏବେଟିସ୍ ଏଣ୍ଡ ଏଣ୍ଡୋକେୟାର କ୍ଲିନିକ୍ର ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡା. ସୁନିଲ କୁମାର କୋଟା ଏବଂ ତାଙ୍କ ସହକର୍ମୀ ବୃନ୍ଦ ସହଯୋଗ କରିଥିଲେ । ବିଶ୍ୱ ମଧୁମେହ ଦିବସ ଉପଲକ୍ଷେ ଏହି କାର୍ଯ୍ୟକ୍ରମ୧୪ ନଭେମ୍ବରରେ ବ୍ରହ୍ମପୁର ସ୍ଥିତ ଟାଉନ୍ ହଲରେ ବ୍ରହ୍ମପୁର ପୌର କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର ଏବଂ ବସ୍ତି ଉନ୍ନୟନ ଅଧିକାରୀ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ଉଦ୍ଘାଟନ କରିଥିଲେ । ସର୍ବପ୍ରଥମେ ଡା. ସୁନିଲ କୁମାର କୋଟା ଉପସ୍ଥିତ କର୍ମଚାରୀ ବୃନ୍ଦଙ୍କୁ ଡ଼ାଏବେଟିସ୍, ଉଚ୍ଚ ରକ୍ତଚାପ ଥାଇରଏଡ଼୍ ତଥା ଚର୍ବି ସମସ୍ୟା ଉପରେ ଏକ ପ୍ରଶ୍ନୋତ୍ତରର କାର୍ଯ୍ୟକ୍ରମ ଜରିଆରେ ଅବଗତ କରାଇଥିଲେ । ଏଥିରେ ସବୁରୋଗର କାରଣ, ରକ୍ତଚାପ, ଥାଇରଏଡ଼୍, ସ୍ନାୟୁପରୀକ୍ଷା, ପରିଶ୍ରା ପରୀକ୍ଷା (ମାଇକ୍ରାଲ) କରାଯାଇଥିଲା । ଏଥିରେ ତାଙ୍କର ଚକ୍ଷୁ ଚିକିତ୍ସାଳୟର କର୍ମଚାରୀ ଯୋଗଦେଇ ଉପସ୍ଥିତ ଲୋକମାନଙ୍କର ଚକ୍ଷୁ ପରୀକ୍ଷା କରାଯାଇ ଏହି କାର୍ଯ୍ୟକ୍ରମ ବ୍ରହ୍ମପୁର ସହରର ସମସ୍ତ ୱାର୍ଡ଼ର ବିିିଭିନ୍ନ ସଫେଇ କର୍ମଚାରୀଙ୍କ ପାଇଁ ୪ଟି ପୃଥକ ଦିନମାନଙ୍କରେ ଆୟୋଜିତ ହୋଇଥିଲା । ସର୍ବମୋଟ ପ୍ରାୟତଃ ୬୦୦ କର୍ମଚାରୀ ଏହି ଶିବିରମାନଙ୍କରେ ଲାଭାନ୍ୱିତ ହେବା ସହ ମଧୁମେୟ ଏବଂ ଥାଇରଏଡ଼୍ ସମ୍ବନ୍ଧିୟ ଏକ ଶିକ୍ଷଣୀୟ ପୁସ୍ତିକା ଗ୍ରହଣ କରିଥିଲେ ।
ମଧୁମେହ, ରକ୍ତଚାପ ଏବଂ ଥାଇରଏଡ଼୍ ସଚେତନତା ଏବଂ ପରୀକ୍ଷଣ କାର୍ଯ୍ୟକ୍ରମ
Published:
Dec 1, 2019, 12:23 am IST
Tags: