ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ‘ମୋ ଗାଁ ମୋ ସାହିତ୍ୟ’ କାର୍ଯ୍ୟକ୍ରମ ଅନୁଷ୍ଠିତ

Published: Dec 2, 2019, 10:05 am IST

ସମୀକ୍ଷା ବ୍ୟୁରୋ
ଶେରଗଡ଼,୦୨/୧୨: କରଞ୍ଜେଇ ପୀଠରେ ରବିବାର ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ `ମୋ ଗାଁ ମୋ ସାହିତ୍ୟ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସମାଜରେ ଜନାଦୃତ ପାଇଥିବା ହଳିଆ ଗୀତକୁ ପୁଣି ଉଜ୍ଜୀବିତ କରିବା, ଗ୍ରାମୀଣ ସାହିତ୍ୟର ବିକାଶ ଓ ପ୍ରାଚ଼ୀନ ସାହିତ୍ୟ ତଥା ପୁରାତନ ସଂସ୍କୃତି ଓ ସାହିତ୍ୟକୁ ଲୋକଲୋଚନକୁ ଆଣିବା ଉଦ୍ଦେଶ୍ୟରେ ଏହି ପ୍ରୟାସ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟ ତଥା କବି ସୁଶାନ୍ତ କୁମାର ଦାଶଙ୍କ ଅଧ୍ୟକ୍ଷତା କରିଥିବାବେଳେ ପ୍ରଫେସର ଅରବିନ୍ଦ ପଣ୍ଡା, ରଜନୀକାନ୍ତ ପାଢ଼ୀ, ଲକ୍ଷ୍ମୀନାରାୟଣ ପଟ୍ଟନାୟକ, ଅଧ୍ୟାପକ ସଞ୍ଜୟ କୁମାର ଷଡଙ୍ଗୀ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଚିନ୍ମୟ ରଞ୍ଜନ ମିଶ୍ର ସ୍ବାଗତ ଭାଷଣ ପ୍ରଦାନ ଓ ସଂଯୋଜନା କରିଥିଲେ। ଏହି ଅବସରରେ ଏକ କବିତା ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କବିତା ପାଠ ଉତ୍ସବରେ କୈଳାସ ନାଥ ସ୍ବାଇଁ, କପିଳ ଚନ୍ଦ୍ର ମହାନ୍ତି, ପ୍ରଫୁଲ୍ଲ କୁମାର ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ । ରତ୍ନାକର ସିଅ କବିତା ସଂଯୋଜନା କରିଥିବାବେଳେ ଦୀପ୍ତିିମିତା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ନିରାକର ବିଷୋୟୀ, ଭାସ୍କର ରାଉତଙ୍କ ସମେତ ଗଞ୍ଜାମ ଜିଲ୍ଲାର ବହୁ କବି, ସାହିତ୍ୟିକ, ସାହିତ୍ୟପ୍ରେମୀ ଯୋଗ ଦେଇଥିଲେ।

 

Related posts