Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଲୁଗାଁ ଶିବାନୀ ହତ୍ୟାକାଣ୍ଡର ପର୍ଦ୍ଦାଫାଶ : ହତ୍ୟାକାରିଣୀ ଭାଉଜ ଗିରଫ
ଆଞ୍ଚଳିକ

ବାଲୁଗାଁ ଶିବାନୀ ହତ୍ୟାକାଣ୍ଡର ପର୍ଦ୍ଦାଫାଶ : ହତ୍ୟାକାରିଣୀ ଭାଉଜ ଗିରଫ

December 15, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ
ବାଲୁଗାଁ, ୧୫/୧୨: ବାଲୁଗାଁର ଶିବାନୀ ହତ୍ୟାକାଣ୍ଡ ଉପରୁ ପରଦା ଉଠାଇଛି ପୋଲିସ୍‌। ମୃତ ଶିବାନୀଙ୍କ ଭାଉଜ କାବେରୀ ଏହି ଘଟଣାର ମୁଖ୍ୟ କାର୍ପଟଦାର ବୋଲି ଜଣାପଡିଛି । ଏକତରଫା ପ୍ରେମର ରୂପ ଦେଇ ଶିବାନୀଙ୍କୁ ନିଜେ ହତ୍ୟା କରିଥିଲା କାବେରୀ। ରବିବାର ଖୋର୍ଦ୍ଧା ଏସ୍‌ପି ଅଜୟ ପ୍ରତାପ ସ୍ବାଇଁ କାବେରୀ ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବୋଲି ପ୍ରକାଶ କରିଛନ୍ତି। ଉଭୟଙ୍କ ମଧ୍ୟରେ ସମ୍ପର୍କ ତିକ୍ତ ରହିଥିବାରୁ କାବେରୀ ପ୍ରତିଶୋଧ ପରାୟଣ ହୋଇ ହତ୍ୟା କରିଥିବା ଜଣାପଡିଛି ।

ଗଙ୍ଗନଗର ଘରେ ଦୁଇ ଜଣ ଥିବା ବେଳେ କାବେରୀ ଶିବାନୀଙ୍କୁ ହତ୍ୟା କରିବା ସହିତ ଏକତରଫା ପ୍ରେମ କାରଣରୁ ସେହି ଗ୍ରାମର ଜନୈକ ଯୁବକଙ୍କୁ ଦୋଷାରୋପ କରିଥିଲେ। ଶିବାନୀଙ୍କ ପ୍ରେମିକ ବିଭୁ ଏବଂ ଭାଉଜ କାବେରୀଙ୍କୁ ପୋଲିସ୍‌ ଥାନାକୁ ନେଇ ଜେରା କରିବା ପରେ ସତ ସାମ୍‌ନାକୁ ଆସିଥିଲା। ଶିବାନୀଙ୍କ ଭାଇଙ୍କୁ କାବେରୀ ପ୍ରେମ ବିବାହ କରିଥିବା ବେଳେ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ସମ୍ପର୍କ ତିକ୍ତ ରହିଥିଲା। ଶିବାନୀ ସବୁବେଳେ କାବେରୀଙ୍କୁ ଅସମ୍ମାନ କରୁଥିବା ବେଳେ ଶନିବାର ମଧ୍ୟ ସମାନ ଘଟଣା ଘଟିବାରୁ ଉତ୍‌କ୍ଷିପ୍ତ କାବେରି ଏକ ଧାରୁଆ ଅସ୍ତ୍ରରେ ଶିବାନୀଙ୍କ ଗଳାକାଟି ହତ୍ୟା କରିଥିଲେ। ଘରେ କେହି ନ ଥିବା ସୁଯୋଗ ନେଇ ପାଖରେ ପଡ଼ିଥିବା ଏକ ଧାରୁଆ ଛୁରୀରେ ତାଙ୍କ ବେକ କାଟିଦେଇଥିଲେ। ଏତିକି ନୁହେଁ, ନିଜକୁ ବଞ୍ଚାଇବାକୁ ସେ ଏହି ହତ୍ୟାକାଣ୍ଡକୁ ନାଟକୀୟ ରଙ୍ଗ ଦେଇଥିଲେ। କେହି ଦୁର୍ବୃତ୍ତ ଶିବାନୀଙ୍କ ଗଳାକାଟି ଶିଡ଼ି ବାଟେ ଫେରାର ହୋଇଯାଇଥିବା ସେ ଲୋକଙ୍କୁ କହିଥିଲେ। ତେବେ ପୋଲିସ ତଦନ୍ତରୁ ଜଣାପଡ଼ିଥିଲା ଯେ ଘଟଣା ବେଳେ ଶିବାନୀ ଓ କାବେରୀଙ୍କ ବ୍ୟତୀତ କୌଣସି ତୃତୀୟ ବ୍ୟକ୍ତି ଘରେ ଉପସ୍ଥିତ ନ ଥିଲେ। ତଦନ୍ତ ଆଗକୁ ବଢ଼ାଇ କାବେରୀଙ୍କୁ ପଚରାଉଚରା କରିଥିଲା। ଜେରା ସମୟରେ କାବେରୀ ଦୋଷ ସ୍ୱୀକାର କରିଥିବା ଏସପି ସୂଚନା ଦେଇଛନ୍ତି। ପୋଲିସ କାବେରୀଙ୍କୁ ଗିରଫ କରିବା ସହିତ ତାଙ୍କ ବିରୋଧରେ ଆଇପିସି ଦଫା ୩୦୨ ଏବଂ ୪୫୦ ବଳରେ ବାଲୁଗାଁ ଥାନାରେ ମାମଲା (ନଂ.-୧୬୦) ରୁଜୁ କରିଛି ।

ରିପୋର୍ଟର : ସୀତାରାମ ଅଗ୍ରଓ୍ବାଲ

BANAPUR murder
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

March 14, 2026

ବାଲୁଗାଁ: ସାମ୍ବାଦିକଙ୍କ ମାତୃ ବିୟୋଗ

March 12, 2026

ଗୋଦାବରୀଶ ମହାବିଦ୍ୟାଳୟରେ ସଡ଼କ ସୁରକ୍ଷା ଉପରେ ଡିଜିଟାଲ ଭିଡିଓ ପ୍ରଦର୍ଶନ କାର୍ଯ୍ୟକ୍ରମ

March 11, 2026

ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ

March 10, 2026
Latest News

ପଖାଳ ଦିବସରେ ବାଣପୁରରେ ପ୍ରଚଳିତ ମା’ଭଗବତୀଙ୍କ ଅତିପ୍ରିୟ ପଖାଳ ଭୋଗ ଲୋକକଥା

March 20, 2026

ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ପ୍ରସ୍ତୁତି ସମ୍ପର୍କରେ ରାଜସ୍ୱ ମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

March 20, 2026

ପଶ୍ଚିମ ଏସିଆର ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 20, 2026

ମୁଖ୍ୟମନ୍ତ୍ରୀଙ୍କ ସହିତ ଆଉଟସୋର୍ସିଙ୍ଗ ମହାସଂଘର ଆଲୋଚନା ସଫଳ: ଆନ୍ଦୋଳନ ସ୍ଥଗିତ

March 20, 2026

SIR କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗ: ଜଣେ ସହକାରୀ ଶିକ୍ଷୟିତ୍ରୀ ନିଲମ୍ବିତ

March 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.