ବାଣପୁର ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ

Published: Dec 16, 2019, 2:02 pm IST

ସମୀକ୍ଷା ବ୍ୟୁରୋ

ବାଣପୁର, ୧୬/୧୨: ବାଣପୁର ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷା ରଞ୍ଜିତା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବାଣପୁର ଥାନା ଭାରପ୍ରାପ୍ତ ଅଧିକାରୀ ସଞ୍ଜୟ କୁମାର ପଟ୍ଟନାୟକ ଉପସ୍ଥିତ ରହି ଏହାକୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ଶ୍ରୀ ପଟ୍ଟନାୟକ କ୍ରୀଡାବିତ୍ ତଥା ଛାତ୍ରୀମାନଙ୍କୁ ଉତ୍ସାହିତ କରିବା ନିମେନ୍ତ ବାଣପୁର ମାଟିର ଗର୍ବ ଓ ଗୌରବ ବର୍ଣ୍ଣନା କରିବା ସହ ଜଣେ ଜଣେ ସଫଳ କ୍ରୀଡ଼ାବିତ ହୋଇ ବାଣପୁର ମାଟି ପାଇଁ ଗର୍ବ ଗୌରବ ବଢାଇବାକୁ ଆହ୍ବାନ ଦେଇଥିଲେ। ଏତଦ୍‌ବ୍ୟତୀତ ଉତ୍ତମ ଚରିତ୍ର ଗଠନ ସହିତ ଆଇନ୍‌ ଶୃଙ୍ଖଳା ପ୍ରତି ନିଜ ନିଜର ଦାୟିତ୍ବ ଓ କର୍ତ୍ତବ୍ୟ ସମ୍ପାଦନ କରିବା ପାଇଁ ସଚେତନ ମଧ୍ୟ କରାଇଥିଲେ।

ଏହି ଅବସରରେ କାର୍ଯ୍ୟକ୍ରମର ସଂଯୋଜକ ଅଧ୍ୟାପକ ସର୍ବେଶ୍ବର ଷଡଙ୍ଗୀ ମା’ ଭଗବତୀଙ୍କ ପୀଠରୁ ମଶାଲ୍‌ ପ୍ରଜ୍ଜ୍ବଳନ କରି କ୍ରୀଡ଼ାବିତ୍‌ମାନଙ୍କୁ ପ୍ରଦାନ କରି କ୍ରୀଡ଼ା ଉତ୍ସବର ଶୁଭ ଆରମ୍ଭ କରିଥିଲେ। କ୍ରୀଡ଼ାବିତ୍‌ଙ୍କଠାରୁ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ପଟ୍ଟନାୟକ ମଶାଲ ଗ୍ରହଣ କରି କ୍ରୀଡ଼ା ପ୍ରାଙ୍ଗଣରେ ସ୍ଥାପନ କରି କ୍ରୀଡା ଉତ୍ସବକୁ ବିଧିବଦ୍ଧ ଭାବରେ ଉଦ୍‌ଘାଟିତ କରିଥିଲେ। କ୍ରୀଡ଼ା ଶିକ୍ଷକ ବିଭଧେନ୍ଦୁ ମାନସିଂହ ଏହି କ୍ରୀଡ଼ା ଉତ୍ସବର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ମନ୍ତବ୍ୟ ରଖିବା ସହ କ୍ରୀଡ଼ା ଉପସଭାପତି ଅଧ୍ୟାପକ ମନୋଜ କୁମାର ମହାପାତ୍ର କ୍ରୀଡ଼ାକ୍ଷେତ୍ରରେ ମହାବିଦ୍ୟାଳୟ ଛାତ୍ରୀଙ୍କ କୃତିତ୍ବ ବର୍ଣ୍ଣନା କରିଥିଲେ। ଅଧ୍ୟାପକ ପ୍ରଶାନ୍ତ କୁମାର ଦାଶ, ଅଧ୍ୟାପିକା ସୁଚିତ୍ରା ଦାସ, କଲ୍ୟାଣୀ ବୈରୀ ରଞ୍ଜନ, ପ୍ରମୋଦିନୀ ସାମନ୍ତରାୟ, ରୋଜାଲିନ୍‌ ଦାଶ, କସ୍ତୁରୀ ପଟ୍ଟନାୟକ, ରବିନ୍ଦ୍ର ମାର୍ଥା, ଶିବଶଙ୍କର ପଣ୍ଡା ପ୍ରମୁଖ ବିଚାରକ ଭାବେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସେହିପରି ଏହି ମହିଳା ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଉତ୍ସବର ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦେବ ଯୋଗଦେଇଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ରଘୁନାଥ ସାହୁ, ପୂର୍ବତନ ମନ୍ତ୍ରୀ ଦେବେନ୍ଦ୍ର ନାଥ ମାନସିଂହ, ଗୋଦାବରୀଶ ମହାବିଦ୍ୟାଳୟର ପୂର୍ବତନ କ୍ରୀଡା ପ୍ରଶିକ୍ଷକ ବୈରାଗୀ ଚରଣ ବଳ ପ୍ରମୁଖ ଯୋଗ ଦେଇଥିଲେ।

Related posts