ଦିନିକିଆ କଳାହାଣ୍ଡି ଗସ୍ତରେ ଆଦିବାସୀ ଉନ୍ନୟନ କଲ୍ୟାଣ ମନ୍ତ୍ରୀ

Published: Dec 16, 2019, 7:32 pm IST

ସମୀକ୍ଷା ବ୍ୟୁରୋ

କଳାହାଣ୍ଡି, 16/12:ଓଡିଶା ସରକାରଙ୍କ ଆଦିବାସୀ ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା ଦିନିକିଆ କଳାହାଣ୍ଡି ଗସ୍ତରେ ଆସି ଜୁନାଗଡ ବ୍ଲକର ଗୋଲାମୁଣ୍ଡା, ଜୁନାଗଡ ଓ କୁରୁଗୁଡା ଆବାସିକ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି। ଏହି ଅବସରରେ ଗୋଲାମୁଣ୍ଡାରେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଅପଗ୍ରେଡେସନ ପାଇଁ ଗ୍ରାମବାସୀ ଦାବି କରିଥିବା ବେଳେ ମନ୍ତ୍ରୀ ଏହା ଉପରେ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସେହିଭଳି ଜୁନାଗଡ ସହର ମଧ୍ୟରେ ଥିବା ସରକାରୀ ବାଳିକା ଆବାସିକ ଉଚ୍ଚ ବିଦ୍ୟାଳୟର  ଅନ୍ତେବାସୀମାନେ ବିଭିନ୍ନ ସମସ୍ୟା ସମ୍ପର୍କରେ ମନ୍ତ୍ରୀଙ୍କୁ ଅବଗତ କରିଥିଲେ। ଏହାକୁ ଶୁଣିବା ପରେ ସମସ୍ତ ଅସୁବିଧାକୁ କମ୍‌ ସମୟରେ ସମାଧାନ କରିବା ପାଇଁ ଉପସ୍ଥିତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ ସାରକା। ସେହିପରି ଚଳିତ ବର୍ଷ ଦଶମ ବୋର୍ଡ ପରୀକ୍ଷାରେ ଶତ ପ୍ରତିଶତ ଉତ୍ତୀର୍ଣ୍ଣ ହେବା ପାଇଁ ଛାତ୍ରୀମାନଙ୍କୁ କହିଛନ୍ତି ମନ୍ତ୍ରୀ ଜଗନ୍ନାଥ ସାରକା। ମନ୍ତ୍ରୀ ସହ ଏହି ଗସ୍ତରେ କଳାହାଣ୍ଡି ବିଜୁ ଯୁବ ଜନତା ଦଳର ସଭାପତି ଆଦିତ୍ୟ ନନ୍ଦ, ଦିନେଶ ବଗର୍ତ୍ତୀ, ଭୀଷ୍ମ ଦୀପ ପ୍ରମୁଖ ଉପସ୍ଥିତ ରହିଥିଲେ।

Related posts