Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁରର ସେବାଦେବୀଙ୍କୁ  ମିଳିଲା ଆଉ ଏକ ପ୍ରତିଭା ସମ୍ମାନ: ମା’ଭଗବତୀ ପ୍ରତିଭା ସମ୍ମାନରେ ସମ୍ମାନିତ ହେଲେ ପ୍ରେମଲତା ଦେବୀ
ଆଞ୍ଚଳିକ

ବାଣପୁରର ସେବାଦେବୀଙ୍କୁ  ମିଳିଲା ଆଉ ଏକ ପ୍ରତିଭା ସମ୍ମାନ: ମା’ଭଗବତୀ ପ୍ରତିଭା ସମ୍ମାନରେ ସମ୍ମାନିତ ହେଲେ ପ୍ରେମଲତା ଦେବୀ

December 28, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର,୨୮/୧୨: ମା’ ଭଗବତୀ ବିକାଶ ପରିଷଦର ତ୍ରୟୋଦଶତମ ବାର୍ଷିକୀ ଉତ୍ସବ ଅବସରରେ ବାଣପୁରର ଖ୍ୟାତନାମା ହୋମିଓପ୍ୟାଥିକ ଡାକ୍ତର ପ୍ରେମଲତା ଦେବୀଙ୍କୁ ମା’ ଭଗବତୀ ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଛି। ସମାଜେସବାରେ ଦୀର୍ଘ ସମୟ ଧରି ପ୍ରେମଲତା ଦେବୀ ନିଜକୁ ନିୟୋଜିତ କରିଛନ୍ତି। କେବଳ ସେବା ନୁହେଁ ରାଜନୀତି ସହ ସେବାକୁ ମଧ୍ୟ ପ୍ରମୁଖ କାର୍ଯ୍ୟ ଭାବେ ନିଭାଇଛନ୍ତି ଶ୍ରୀମତୀ ଦେବୀ। ବାଣପୁର ଅଞ୍ଚଳରେ ଜଣେ ଯୋଗ୍ୟା ସରପଞ୍ଚ ଭାବେ ବେଶ୍‌ ସକ୍ରିୟ ଯୋଗଦାନ କରିଥିବାବେଳେ ପଞ୍ଚାୟତ ସମିତିର ଅପ୍ରତିଦ୍ବନ୍ଦ୍ବୀ ଅଧ୍ୟକ୍ଷା ରୂପେ ମଧ୍ୟ କାର୍ଯ୍ୟ କରିଛନ୍ତି। ଏତଦ୍‌ବ୍ୟତୀତ ନନ୍ଦପୁର ସେବା ସମବାୟ ସମିତିର ସଭାପତି ରୂପେ ମଧ୍ୟ ବେଶ୍‌ ସକ୍ରିୟତା ଦେଖାଇଛନ୍ତି ପ୍ରେମଲତା ଦେବୀ।

ପ୍ରେମଲତା ଦେବୀ ବାଣପୁର ଅଞ୍ଚଳରେ ‘ସେବା ଦେବୀ’ ଭାବେ ଘରେ ଘରେ ପରିଚିତ। କେବଳ ଡାକ୍ତରୀ ସେବା ନୁହେଁ ସମାଜ ସେବାରେ ମଧ୍ୟ ବେଶ୍‌ ଅଗ୍ରଣୀ ଭୂମିକା ଗ୍ରହଣ କରିଛନ୍ତି। ସମାଜସେବା ସହିତ ରାଜନୀତିରେ ଜଡିତ ହୋଇ ସମାଜର ମଙ୍ଗଳ ଉଦ୍ଦେଶ୍ୟରେ କାର୍ଯ୍ୟ କରି ନିଜର ଏକ ନିଆରା ପରିଚୟ ସୃଷ୍ଟି କରିଛନ୍ତି ପ୍ରେମଲତା। ବାଣପୁରର ଅନ୍ତରାକିଆରୀ ପଲ୍ଲୀର ପ୍ରେମଲତା ନିଜର ଯାଦୁକରୀ ସ୍ପର୍ଶରେ ନିସ୍ବ ଅସହାୟ ଦୀନଦୁଃଖୀଙ୍କର ସେବା କରିବା ସହ ସେମାନଙ୍କୁ ନୂତନ ପ୍ରାଣ ସଂଜୀବନୀ ମନ୍ତ୍ରରେ ଅଭିମନ୍ତ୍ରିତ କରାଇଛନ୍ତି।

ଆଜି ଜୟଦେବଭବନଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମା’ ଭଗବତୀ ବିକାଶ ପରିଷଦ ତରଫରୁ ପ୍ରେମଲତାଙ୍କୁ ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଛି।ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ମୁଖ୍ୟ ବିଚାରପତି ଦୀପକ ମିଶ୍ର ଓ ତାଙ୍କ ପତ୍ନୀ ସୁପ୍ରମା ମିଶ୍ର ଏବଂ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ପ୍ରମୁଖ ଉପସ୍ଥିତ ରହିଥିଲେ। ସେହିପରି ମଞ୍ଚାସୀନ ଅତିଥି ଭାବରେ ମା’ ଭଗବତୀ ବିକାଶ ପରିଷଦର ସଭାପତି ତଥା ପୂର୍ବତନ ମନ୍ତ୍ରୀ ଦେବେନ୍ଦ୍ର ନାଥ ମାନସିଂହ, ସମ୍ପାଦକ ସୁବଳ ଚରଣ ଭୋଳ, ଚିଲିକା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ରଘୁନାଥ ସାହୁ ପ୍ରମୁଖ ଯୋଗଦାନ କରି ପ୍ରେମଲତା ଦେବୀଙ୍କର ଭୂୟସୀ ପ୍ରଶଂସା କରିଥିଲେ।

BANAPUR
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଦିଲ୍ଲୀରେ ମହାନଦୀ ଜଳ ବିବାଦ ସମାଧାନ ବୈଠକ

October 1, 2026

ବନ୍ୟା ପ୍ରଭାବିତଙ୍କ ପାଇଁ ଦଶହରା ପୂର୍ବରୁ ସରିବ କ୍ଷତିପୂରଣ ବଣ୍ଟନ : ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ

October 1, 2026

ଓମ୍ଫେଡର ୨୯ତମ ସାଧାରଣ ପରିଷଦ ବୈଠକ ଶେଷ

October 1, 2026

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଧୂମଧାମରେ ପାଳିତ ହେବ ଶହୀଦ ବାଜି ରାଉତଙ୍କ ଜନ୍ମ ଶତବାର୍ଷିକୀ

October 1, 2026
Latest News

ଜିମ୍ବାୱେରେ ହେଲିକପ୍ଟର ଦୁର୍ଘଟଣା: ବ୍ୟବସାୟୀ ୱିକନେଲ୍, ତାଙ୍କ ପତ୍ନୀଙ୍କ ସମେତ ୬ ମୃତ

October 1, 2026

ବାସି ରୁଟି ଫୋପାଡ଼ୁଛନ୍ତି କି? ଜାଣନ୍ତୁ ଏହାର ଆଶ୍ଚର୍ଯ୍ୟଜନକ ସ୍ୱାସ୍ଥ୍ୟ ଉପକାରିତା

October 1, 2026

‘ନୂଆ ଭୋଟରମାନଙ୍କୁ ପିତାମାତାଙ୍କ ବିବରଣୀ ଦେବାକୁ ପଡ଼ିବ ନାହିଁ’: ନିର୍ବାଚନ କମିଶନଙ୍କ ବଡ଼ ନିଷ୍ପତ୍ତି

October 1, 2026

ଆଜି ଦିଲ୍ଲୀରେ ମହାନଦୀ ଜଳ ବିବାଦ ସମାଧାନ ବୈଠକ

October 1, 2026

ବିମାନକୁ ବଡ଼ ଦୁର୍ଘଟଣାରୁ ରକ୍ଷା କରିଥିବା ଭାରତୀୟ ପାଇଲଟ୍‌ଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା

October 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.