Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁରଠାରେ ଆଦିବାସୀ ସଚେତନତା ଶିବିର: ଅନ୍ଧ ବିଶ୍ବାସ ଓ ଗୁଣିଗାରେଡିରୁ ବାହାରି ମୁଖ୍ୟ ସ୍ରୋତରେ ସାମିଲ୍‌ ହେବାକୁ ଆହ୍ବାନ
ଆଞ୍ଚଳିକ

ବାଣପୁରଠାରେ ଆଦିବାସୀ ସଚେତନତା ଶିବିର: ଅନ୍ଧ ବିଶ୍ବାସ ଓ ଗୁଣିଗାରେଡିରୁ ବାହାରି ମୁଖ୍ୟ ସ୍ରୋତରେ ସାମିଲ୍‌ ହେବାକୁ ଆହ୍ବାନ

January 11, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଦାମିଆ ବରବରା ଆଦିବାସୀ ବହୁଳ ପଞ୍ଚାୟତରେ “ଏକତା ପରିଷଦ ଟ୍ରଷ୍ଟ” ସହଯୋଗରେ ଦଳିତ, ଆଦିବାସୀ ସଚେତନା ଶିବିରର ଆୟୋଜନ ହୋଇଯାଇଛି। ଏହି ଶିବିରରେ ସମ୍ମାନିତ ଅତିଥି ଭାବରେ ହେତୁବାଦୀ ସଙ୍ଗଠନର ସମ୍ପାଦକ ଇଂ.ରାଜା ସୁରେଶ ଓ ଏ ଆଇକେଏମଏସର ଜାତୀୟ ସଂପାଦକ ଶ୍ରୀଯୁକ୍ତ ଭାଲା ଚନ୍ଦ୍ର ଯୋଗଦେଇଥିଲେ। ଉକ୍ତ ଶିବିରରେ ଦୁଇ ଶହରୁ ଅଧିକ ମହିଳା ଓ ପୁରୁଷ ଯୋଗ ଦେଇଥିଲେ। ଅତିଥିମାନେ ତାଙ୍କ ଅଭିଭାଷଣରେ ଆଦିବାସୀଙ୍କ ଜମି ଅଧିଗ୍ରହଣ ଆଇନ ତଥା ସେମାନଙ୍କ ନାଯ୍ୟା ଦାବି ଓ ଅଧିକାର ସମ୍ପର୍କରେ ଆଲୋକପାତ କରିଥିଲେ।  ସେହିପରି ଅନ୍ଧ ବିଶ୍ବାସ ଓ ଗୁଣିଗାରେଡିରୁ ବାହାରି ମୁଖ୍ୟ ସ୍ରୋତରେ ସାମିଲ୍‌ ହେବାକୁ ଆହ୍ବାନ ଜଣାଇଥିଲେ। ସରକାରଙ୍କ ଅହେତୁକ ଅବହେଳା ଓ ପ୍ରତଷ୍ଠିତ ସମାଜର ପ୍ରତିବନ୍ଧକ ଯୋଗୁଁ ଗରିବ ନିରୀହ ଆଦିବାସୀ ସମାଜ କିପରି ପଥଭ୍ରଷ୍ଟ ହେଉଛି, ସେସମ୍ପର୍କରେ ଆଲୋଚନା କରାଯାଇଥିଲା। ଏକତା ପରିଷଦ ଟ୍ରଷ୍ଟ”ର ମ୍ୟାନେଜିଂ ଟ୍ରଷ୍ଟି ସନ୍ଧ୍ୟା ଦେବୀ କର୍ଯ୍ୟକ୍ରମକୁ ଆୟୋଜନ କରିବାସହ ଅଂଚଳର ପ୍ରତ୍ୟକ ଗାଁରେ ସୂଚନା ବକ୍ସ ଦେବା ସହ ବିଭିନ୍ନ ସରକାରୀ ବିଭାଗର ଯୋଜନା ବିଷୟରେ ସୂଚନା ଦେଇଥିଲେ। ସେହିପରି ଅନ୍ଧବିଶ୍ବାସ ଓ କୁସଂସ୍କାର ଦୂର କରିବା ଲାଗି ସଚେତନତା ସୃଷ୍ଟି କରିବା ସହ ଆଦିବାସୀଙ୍କ ସ୍ବାସ୍ଥ୍ୟ ଓ ଶିକ୍ଷା ଅଧିକାର ସୁରକ୍ଷା ସମ୍ବନ୍ଧରେ ଆଲୋକପାତ କରାଇଥିଲେ।

 

ଏକତା ପରିଷଦ ଟ୍ରଷ୍ଟ ଦାମିଆ ବରବରା ବାଣପୁର ସଚେତନତା ଶିବିର
Share. Facebook Twitter LinkedIn Email WhatsApp Copy Link

Related Posts

ଦୁଇ ଆଦର୍ଶ ଶିକ୍ଷକଙ୍କୁ ଭାବବିହ୍ୱଳ ବିଦାୟ ବାଣ-ବାଜା ରୋଷଣୀରେ ଗ୍ରାମ ପରିକ୍ରମା

June 30, 2026

ଅଧ୍ୟାପକ ସଂଗ୍ରାମ ସାହୁଙ୍କ ଅକାଳ ବିୟୋଗ: ବାଣପୁର ଅଞ୍ଚଳରେ ଶୋକର ଛାୟା

June 30, 2026

ଶ୍ରୀରଙ୍କ ନାଥ ଦେବଙ୍କ ପୀଠରେ ରୁକ୍ମିଣୀ ବିବାହ ସମ୍ପନ୍ନ: ଗୁଆଲି ଯାତ୍ରାରେ ନଗର ପରିକ୍ରମା କରିବେ ଦେବଦମ୍ପତି

June 26, 2026

ରଣପୁର ବ୍ଲକରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026
Latest News

ପୁରୀ ରଥଯାତ୍ରା ପାଇଁ ପ୍ରଶାସନର ପ୍ରସ୍ତୁତି ଜୋରଦାର; ୨୩ OAS ଅଧିକାରୀଙ୍କୁ ମିଳିଲା ଦାୟିତ୍ୱ

June 30, 2026

ଟ୍ରମ୍ପଙ୍କୁ ସୁପ୍ରିମକୋର୍ଟର ବଡ଼ ଝଟକା; ଜନ୍ମଗତ ନାଗରିକତା ଉପରେ ଆଦେଶ ଖାରଜ

June 30, 2026

କାଲିଠୁ କଳା ବ୍ୟାଜ ପିନ୍ଧିବେ ଏସସିବି ଡାକ୍ତର

June 30, 2026

ରେଳ ସୁରକ୍ଷା ଓ ନିରାପତ୍ତାକୁ ଆହୁରି ସୁଦୃଢ଼ କଲା ପୂର୍ବତଟ ରେଳପଥ

June 30, 2026

ଆଇଟିଇଆରରେ ୫ଦିନିଆ ମ୍ୟାଥ୍‌ମାଟିକ୍ସ ଇନ୍ ମେସିନ୍ ଲର୍ଣ୍ଣିଂ କର୍ମଶାଳା ଉଦ୍‌ଘାଟିତ

June 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.