ମହ୍ଲାସାହି ସମବାୟ ସେବା ସମିତି ପକ୍ଷରୁ ଖୋଲିଲା ନୂତନ ଧାନମଣ୍ଡି

Published: Jan 12, 2020, 2:31 pm IST

ସମୀକ୍ଷା ବ୍ୟୁରୋ
କୁଜଙ୍ଗ : କୁଜଙ୍ଗ ବ୍ଳକ ଅନ୍ତର୍ଗତ ମହ୍ଲାସାହି ସମବାୟ ସେବା ସମିତି ପକ୍ଷରୁ ଆଜି ସ୍ଥାନୀୟ ସମିତି କାର୍ଯ୍ୟାଳୟ ପରିସର ମଧ୍ୟରେ ଧାନମଣ୍ଡି ଉଦଘାଟିତ ହୋଇଛି । କଟକ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଉପସଭାନେତ୍ରୀ ଗୀତାରାଣୀ ନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇ ମଣ୍ଡିର ଉଦଘାଟନ କରିଥିଲେ । ଏହି ଅବସରରେ ସ୍ଥାନୀୟ ସମବାୟ ସମିତି ଅଧୀନ ବିଭିନ୍ନ ଚାଷୀମାନେ ଏହି ମଣ୍ଡିରେ ସରକାରୀ ଧାର୍ଯ୍ୟ ମୂଲ୍ୟରେ ଧାନ ବିକ୍ରୟ କରିବାକୁ ସେ ଚାଷୀ ମାନଙ୍କୁ ନିବେଦନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କଟକ କେନ୍ଦ୍ରୀୟ ସମବାୟ ବ୍ୟାଙ୍କର କୁଜଙ୍ଗ ଶାଖା ଅଧିକାରୀ ସୁଜିତ ଦାସ, ସ୍ଥାନୀୟ ସମିତି ସଭାନେତ୍ରୀ ଶୁଭାସିନୀ କର, ଉପସଭାପତି ବିପିନ ବିହାରୀ ଦଳାଇ, ସମ୍ପାଦକ ଶତୃଘ୍ନ ବାରିକ, ଜିଲ୍ଲାନାସୀ ସରପଞ୍ଚ ପ୍ରମୋଦ କୁମାର ସ୍ୱାଇଁ, ବୋର୍ଡ଼ ସଭ୍ୟ ଅଭୟ କୁମାର ସାମଲ, ହରେକୃଷ୍ଣ ସେଠୀ, ଚାଷୀ ଉପେନ୍ଦ୍ରନାଥ ଚୌଧୁରୀ, ସୁରେଶ ବାରିକ, ଗୁରୁଚରଣ ବାରିକ, ସମାଜସେବୀ ବିଷ୍ଣୁପ୍ରସାଦ କର, ରବୀନ୍ଦ୍ର କୁମାର ରାଉତ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ । ପ୍ରଥମ ଦିନରେ ମିଲରଙ୍କ ଦ୍ୱାରା 26 ଚାଷୀଙ୍କ ନିକଟରୁ 830 କ୍ବିଣ୍ଟାଲ ଧାନ କିଣାଯାଇଥିଲା ।

Related posts