ଗଞ୍ଜାମଠାରେ ବ୍ଲକସ୍ତରୀୟ ଜାତୀୟ ଯୁବ ଦିବସ ସପ୍ତାହ ପାଳିତ

Published: Jan 13, 2020, 7:30 pm IST

ସମୀକ୍ଷା ବ୍ୟୁରୋ

ହିଞ୍ଜିଳକାଟୁ: ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ରାଳବ ଗ୍ରାଗ୍ରାମରେ ନେହୁର ଯୁବକେନ୍ଦ୍ର ତରଫରୁ ସାହାଯ୍ୟପ୍ରାପ୍ତ ପାଠାଗାର ଦ୍ଵାରା ବ୍ଲକସ୍ତରୀୟ ଜାତୀୟ ଯୁବ ଦିବସ ଆୟୋଜିତ କରାଯାଇଥଲା।  ନେହୁର ଯୁବ କେନ୍ଦ୍ରର ବ୍ଲକ ସ୍ବେଚ୍ଛାସେବୀ ପ୍ରତିନିଧି ନୀଳ ଭଉଳ, ଲକ୍ଷ୍ମୀ ପ୍ରତିମା ଦଳାଇ ଏବଂ ସାହାଯ୍ୟ ପ୍ରାପ୍ତ ପାଠାଗାର ସଭାପତି ଶ୍ରୀଯୁକ୍ତ ଦୀପକ କୁମାର ପରିଡ଼ାଙ୍କ ପୌରହିତ୍ୟରେ ଜାତୀୟ ଯୁବ ଦିବସ ସପ୍ତାହ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନେହୁର ଯୁବ କେନ୍ଦ୍ରର ଗଞ୍ଜାମ ଜିଲ୍ଲା ଯୁବ ସଂଯୋଜକ ଶ୍ରୀଯୁକ୍ତ ଅକ୍ଷୟ ଭାସ୍କର ନିପାଣେ,ସମ୍ମାନିତ ଅତିଥି ରୂପେ ଶ୍ରୀଯୁକ୍ତ ଆକୁଳ ପରିଡ଼ା ଓ ବିଜୟ କୁମାର ଖୁଣ୍ଟିଆ ଯୋଗ ଦେଇଥିଲେ । ଏହି କାର୍ଯକ୍ରମରେ ଯୋଗଦେଇ ମୁଖ୍ୟଅତିଥି ଜାତୀୟ ଯୁବ ଦିବସର ମହତ୍ତ୍ଵ ଓ ସମାଜିକ କାର୍ଯ୍ୟରେ ଯୁବ ଶକ୍ତି ବ୍ୟକ୍ତିଗତ ଜୀବନ ସହିତ ଜନ୍ମମାଟି ପାଇଁ ସାମର୍ଥ୍ୟ ଅନୁସାରେ କିଛି କାର୍ଯ୍ୟ କରିବା ପାଇଁ ଆହ୍ବାନ କରିଥିଲେ। ୫୦୦ ଶହରୁ ଉର୍ଦ୍ଧ୍ବ ଯୁବଶକ୍ତିକୁ ନେଇ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ ବିଜୟୀ ପ୍ରତିଯୋଗୀଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା। ପରିଶେଷରେ ନେହୁର ଯୁବ କେନ୍ଦ୍ରର ବ୍ଲକ ସ୍ବେଚ୍ଛାସେବୀ ପ୍ରତିନିଧି ନୀଳ ଭଉଳ ଧନ୍ୟବାଦ ଅର୍ପଣ କରିଥିଲେ।

Related posts