Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ପ୍ରଭାବଶାଳୀଙ୍କ ଲୋଲୁପ ଦୃଷ୍ଟିରେ ସରକାରୀ ସମ୍ପତ୍ତି: ଅଙ୍ଗନବାଡି ପାଚେରୀ ଭାଙ୍ଗିବାକୁ ଚାଲିଛି ମସୁଧା
ଆଞ୍ଚଳିକ

ପ୍ରଭାବଶାଳୀଙ୍କ ଲୋଲୁପ ଦୃଷ୍ଟିରେ ସରକାରୀ ସମ୍ପତ୍ତି: ଅଙ୍ଗନବାଡି ପାଚେରୀ ଭାଙ୍ଗିବାକୁ ଚାଲିଛି ମସୁଧା

January 14, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

କୁଜଙ୍ଗ: କୁଜଙ୍ଗ ବ୍ଳକ ଅନ୍ତର୍ଗତ ମଙ୍ଗରାଜପୁର ଗ୍ରାମର ଏକ ଅଙ୍ଗନବାଡ଼ୀ ପାଚେରୀକୁ ଭାଙ୍ଗିବାକୁ ସ୍ଥାନୀୟ କିଛି ପ୍ରଭାବଶାଳୀ ବ୍ୟକ୍ତି ଉଦ୍ୟମ କରୁଥିବାବେଳେ ଏଥିରେ ହସ୍ତକ୍ଷେପ କରିବା ପାଇଁ ଅଭିଭାବକମାନେ ଜିଲ୍ଲାପାଳଙ୍କ  ନିକଟରେ ନିବେଦନ କରିଥିବା ଜଣାପଡ଼ିଛି। ଏନେଇ ସ୍ଥାନୀୟ ଥାନା ଅଧିକାରୀ, ବିଡ଼ିଓ ଏବଂ ତହସିଲଦାରଙ୍କୁ ମଧ୍ୟ ଅଭିଭାବକମାନେ ସୂଚନା ପ୍ରଦାନ କରିଥିବା ଜଣାପଡ଼ିଛି। ତେବେ କୋମଳମତି ଶିଶୁଙ୍କୁ ହୀନ ରାଜନୀତିର ଶିକାର କରାଯାଉଥିବାରୁ ଏହି ଘଟଣାରେ ବୁଦ୍ଧିଜୀବୀଙ୍କ ମହଲରେ ଘୋର ପ୍ରତିକ୍ରିୟା ସୃଷ୍ଟି ହୋଇଛି।

ପ୍ରକାଶଯେ, ମଙ୍ଗରାଜପୁର ଅଙ୍ଗନବାଡ଼ୀ-୨ କେନ୍ଦ୍ରରେ ସ୍ଥାନୀୟ ଅଂଚଳର କୁନିକୁନି ପିଲାମାନେ ଅଧ୍ୟୟନ କରୁଛନ୍ତି। ଏହି କେନ୍ଦ୍ର ମଧ୍ୟ ପରିଚାଳନା କ୍ଷେତ୍ରରେ କୃତିତ୍ୱ ଅର୍ଜ୍ଜନକରି ଜିଲ୍ଲାସ୍ତରରେ ପୁରସ୍କୃତ ହୋଇଥିବା ଜଣାପଡ଼ିଛି। କେନ୍ଦ୍ର ଚର୍ତୁପାଶ୍ୱରେ ପାଚେରୀ ନଥିବାରୁ ଶିଶୁମାନେ ଅସୁରକ୍ଷିତ ଭାବେ ଏଠାରେ ଅଧ୍ୟୟନ କରୁଥିଲେ। ତେବେ ବ୍ଳକ ପକ୍ଷରୁ ୨ ଲକ୍ଷ ଟଙ୍କାରେ ଏହାର ପାଚେରୀ ନିର୍ମାଣ କରାଯାଇଥିଲା। ମାତ୍ର ଏହି ପାଚେରୀ ରାସ୍ତାର ବହୁ ଦୂରରେ ଥିବା ସତ୍ତ୍ବେ ଏହାକୁ ଭାଙ୍ଗିବାକୁ ଗ୍ରାମର କେତେକ ପ୍ରଭାବଶାଳୀ ବ୍ୟକ୍ତିମାନେ  କିଛିଦିନ ହେବ ଉଦ୍ୟମ ଚଳାଇଛନ୍ତି ବୋଲି ଅଭିଯୋଗ ହୋଇଛି। ଏନେଇ ଏକାଧିକବାର ଉଦ୍ୟମ ହୋଇଥିବା ଜଣାପଡ଼ିଛି। ତେବେ ସରକାରୀ ଅର୍ଥ ବ୍ୟୟରେ ସରକାରୀ ଜମି ଉପରେ ସରକାରଙ୍କ ଗୃହର ପାଚେରୀ ଭାଙ୍ଗିବାପାଇଁ ଏହି ବ୍ୟକ୍ତିମାନେ କେଉଁଠାରୁ ଅଧିକାର ପାଇଲେ ବୋଲି ପ୍ରଶ୍ନ ଉଠିଛି। ତପନ କୁମାର ସାହୁ, ଆଲୋକ କୁମାର ସ୍ୱାଇଁ, ଲକ୍ଷ୍ମୀଧର ସ୍ୱାଇଁ, କାଳନ୍ଦୀ ସ୍ୱାଇଁ, ପବିତ୍ର ବେହେରା, ଜଗନ ସ୍ୱାଇଁ, କବିନ୍ଦ୍ର ବେହେରା, ବୈଦ୍ୟନାଥ ରାଉତ,ରୂପକ ସ୍ୱାଇଁ,ରଶ୍ମୀତା ଦାସ,ସୁବାଷ ବେହେରା, ପ୍ରତିମା ବେହେରା ପ୍ରମୁଖ ଶତାଧିକ ଅଙ୍ଗନବାଡ଼ୀ ଶିଶୁଙ୍କ ଅଭିଭାବକ ଏବଂ ଅଭିଭାବିକା ମାନେ ଏଥିରେ ହସ୍ତକ୍ଷେପ କରିବାକୁ ଜିଲ୍ଲାପାଳଙ୍କୁ ଲିଖିତଭାବେ ନିବେଦନ କରିଥିବା ଜଣାପଡ଼ିଛି। ସେହିପରିଭାବେ ଏନେଇ ସ୍ଥାନୀୟ ତହସିଳଦାର ଏବଂ ଥାନା ଅଧିକାରୀଙ୍କ ନିକଟରେ ମଧ୍ୟ ଲିଖିତଭାବେ ଆବେଦନ କରାଯାଇଥିବା ଜଣାପଡ଼ିଛି।

ତେବେ ଏହି ଅଙ୍ଗନବାଡ଼ି ପାଚେରଟି ସମ୍ପୂର୍ଣ୍ଣ ଭାବରେ ସରକାରୀ ଜାଗାରେ ରହିଛି। ଏଥିରେ କାହାର ଅସୁବିଧା ହେଉନଥିବାର ଜଣାଯାଇଛି। ଯଦି କେହି ଏହାକୁ ଭାଙ୍ଗିବାକୁ ଉଦ୍ୟମ କରନ୍ତି, ତା’ହେଲେ, ସରକାରୀ ନିୟମ ଅନୁସାରେ ଦଣ୍ଡିତ ହେବାର ପ୍ରାବଧାନ ରହିଛି। ଅପରପକ୍ଷରେ ଥାନା ଅଧିକାରୀ ଏହି କାର୍ଯ୍ୟ ନ କରିବାକୁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ବାରଣ କରିଥିବା ଜଣାପଡିଛି। ତେବେ ଏହି ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରୁ ଅନେକ ସରକାରୀ ଦଣ୍ଡାକୁ ନିଜ ନାମରେ ସ୍ଥାୟୀ ରେକର୍ଡ କରାଇନେଇଥିବାର ଜଣାଯାଇଛି। ସେହିପରି ଅନ୍ୟ କେତେକ ସରକାରୀ ଜମିରେ ସ୍ଥାୟୀ ନିର୍ମାଣ କରିଛନ୍ତି। ସମ୍ପୃକ୍ତ ପ୍ରଭାବଶାଳୀ ବ୍ୟକ୍ତିମାନେ କାହିଁକି ଅଙ୍ଗନବାଡି କେନ୍ଦ୍ରର ପାଚେରୀ ଭାଙ୍ଗିବାକୁ ଉଦ୍ୟମ କରୁଛନ୍ତି, ତାହାକୁ ନେଇ ଏବେ ସାଧାରଣରେ ପ୍ରଶ୍ନ ଉଠିଛି।

ଅଙ୍ଗନବାଡ଼ି କେନ୍ଦ୍ର କୁଜଙ୍ଗ ବ୍ଳକ ମଙ୍ଗରାଜପୁର
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ ମହାବିଦ୍ୟାଳୟର ଏନସିସି ଅଧିକାରୀଙ୍କୁ ସମ୍ବର୍ଦ୍ଧନା

May 6, 2026

ବାଲୁଗାଁ ମହାବିଦ୍ୟାଳୟ ପକ୍ଷରୁ ଚିଲିକା କୂଳରେ ଜଳଛତ୍ର

May 6, 2026

ବାଲୁଗାଁ ମହାବିଦ୍ୟାଳୟର ବାର୍ଷିକ ସାୟନାରା କାର୍ଯ୍ୟକ୍ରମରେ ଅଧ୍ୟାପିକାଙ୍କୁ ସମ୍ବର୍ଦ୍ଧନା

May 5, 2026

ଗୋଦାବରୀଶ ମହାବିଦ୍ୟାଳୟରେ ୬ ଦିନିଆ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ

May 5, 2026
Latest News

କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ୩୮ ନବ ଦମ୍ପତିଙ୍କୁ ଆଶୀର୍ବାଦ କଲେ ଉପମୁଖ୍ୟମନ୍ତ୍ରୀ

May 13, 2026

ଖୁବ୍ ଶୀଘ୍ର ଚାଲିବ ନୂଆ ପୁରୀ-କୋରାପୁଟ ଏକ୍ସପ୍ରେସ, ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

May 13, 2026

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନେଲେ ବଡ ନିଷ୍ପତି, କାରକେଡ୍ ଗାଡି ସଂଖ୍ୟା କଲେ ହ୍ରାସ

May 13, 2026

୨୦୨୬-୨୭ ଖରିଫ୍ ବିପଣନ ଋତୁ ପାଇଁ ୧୪ଟି ଫସଲର ଏମଏସପି ବୃଦ୍ଧିକୁ କ୍ୟାବିନେଟ୍‌ ମଞ୍ଜୁରି

May 13, 2026

କଣ୍ଟାବାଞ୍ଜିର ପୂର୍ବତନ ବିଧାୟକ ଆୟୁବ ଖାନଙ୍କ ପରଲୋକ, ନବୀନଙ୍କ ଶୋକ ପ୍ରକାଶ

May 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.