ଆରଏସ୍‌ଏସ୍‌ ପକ୍ଷରୁ ସୋରଣରେ ନୂତନ ଗୋଶାଳାର ଭୂମିପୂଜନ

Published: Jan 30, 2020, 6:32 pm IST

ସୀତାରାମ ଅଗ୍ରଓ୍ବାଲ
ଚିଲିକା : ଆରଏସଏସ୍‌ ପକ୍ଷରୁ ଚିଲିକାରେ ଏକ ନୂତନ ଗୋଶାଳା ନିମନ୍ତେ ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଶ୍ରୀପଞ୍ଚମୀ ଅବସରରେ ସୋରଣ ଗ୍ରାମର ଆରଏସ୍‌ଏସ୍‌ ସଂସ୍କୃତି ଭବନ ପରିସରରେ ନୂତନ ଗୋଶାଳା ପ୍ରତିଷ୍ଠାର ଭୂମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ବର ମହାନଗର ସଙ୍ଘ ସହ କାର୍ଯ୍ୟବାହ ସୁବ୍ରତ ତ୍ରିପାଠୀଙ୍କ ପୌରହିତ୍ୟରେ ଏକ ଗାୟତ୍ରୀ ଯଜ୍ଞ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଭୁବନେଶ୍ବର ମହାନଗର ଏବଂ ଖୋର୍ଦ୍ଧା ଜିଲ୍ଲାର ବହୁ ସ୍ବୟଂସେବକଙ୍କ ସହିତ ସୋରଣ ଗ୍ରାମବାସୀ ଯୋଗ ଦେଇଥିଲେ । ଭୂମିପୂଜନ ପରେ ସଂଘ କାର୍ଯ୍ୟାଳୟ ପକ୍ଷରୁ ଏକ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଖୋର୍ଦ୍ଧା ଜିଲ୍ଲା ଗ୍ରାମ ବିକାଶ ପ୍ରମୁଖ ସନ୍ତୋଷ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସାଗର ଭାରତୀ ଖୋର୍ଦ୍ଧା ଜିଲ୍ଲା ସଞ୍ଜୋଜକ ଅନନ୍ତ ସେଠୀ, ସ୍ବୟଂସେବକ ସୁଧୀର କୁମାର ପାତ୍ର ଏବଂ ଅନ୍ୟାନ୍ୟ ସ୍ବୟଂସେବକ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Related posts