ଇସ୍କନର ଅଦିନିଆ ରଥଯାତ୍ରାକୁ ପାଇକ ମହାସଂଘର ନିନ୍ଦା

Published: Feb 1, 2020, 8:47 pm IST

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ବାରମ୍ବାର ବିରୋଧ ସତ୍ତ୍ୱେ ଇସ୍କନର ଅଦିନିଆ ରଥଯାତ୍ରା କରିବା ଜଗନ୍ନାଥପ୍ରେମୀ ତଥା ସମସ୍ତ ହିନ୍ଦୁ, ଓଡ଼ିଆଙ୍କ ଧାର୍ମିକ ପରମ୍ପରାକୁ ଭଙ୍ଗ କରିବାକୁ ଇସ୍କନ ଯେଉଁ ପ୍ରୟାସ କରୁଛି ତାହାକୁ ନିଖିଳ ଓଡ଼ିଶା ପାଇକ ମହାସଂଘ ତୀବ୍ର ନିନ୍ଦା କରିଛି । ଆଜି ପାଇକ ମହାସଂଘର ରାଜ୍ୟ ସଭାପତି ଅଶୋକ କୁମାର ପାଲଟାସିଂହ ଇସ୍କନର ଏଭଳି କ୍ୱଚିତ୍‌, କଦାକାର ଓ ହୀନ ପଦକ୍ଷେପକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି । ଆଗାମୀ ଦିନରେ ଯଦି ଇସ୍କନ ଏଭଳି କାର୍ଯ୍ୟ ପୁନରାୟ କରେ, ତେବେ ପାଇକ ମହାସଂଘ ଓଡ଼ିଶାରେ ଥିବା ସମସ୍ତ ଇସ୍କନ କାର୍ଯ୍ୟାଳୟରେ ଚାବି ପକାଇବା ସହିତ ଇସ୍କନ ବିରୁଦ୍ଧରେ ଉଚ୍ଚ ନ୍ୟାୟାଳୟରେ ସଂଗ୍ରାମ କରିବ । ଯଦି ଇସ୍କନ ଏହି ଅପସଂସ୍କୃତିକୁ ନିଜର ଭୁଲ୍ ଭାବି କ୍ଷମା ମାଗିବା ସହିତ ଏହି କାର୍ଯ୍ୟରୁ ନିବୃତ୍ତ ନରୁହେ ତେବେ ଏହା ବିରୁଦ୍ଧରେ ସଂଗ୍ରାମ ହେବ ବୋଲି ପାଇକ ମହାସଂଘର ରାଜ୍ୟ ଉପଦେଷ୍ଟା ବିଭୂତି ସ୍ୱାଇଁ ମତ ଦେଇଛନ୍ତି । ପାଇକ ମହାରଥୀ ଭୀମସେନ ବିଶ୍ୱାଳ, ରାଜ୍ୟ ଉପସଭାପତି ଭୀମସେନ ପାଇକରାୟ, କଟକ ଜିଲ୍ଲା ସଭାପତି ରାଜକିଶୋର ବେହେରା, ଖୋର୍ଦ୍ଧା ଜିଲ୍ଲା ସଭାପତି ପୂର୍ଣ୍ଣଚନ୍ଦ୍ର ପାଟ୍ଟଶାଣୀ, ଦଳବେହେରା, ମନୋରଞ୍ଜନ ପଶ୍ଚିମକବାଟ, ବାଣପୁର ପାଇକ ସର୍ଦ୍ଦାର ରଞ୍ଜନ ବଳିୟାରସିଂହ, ପାଇକ ବିଶାରଦ କେଦାର ଦାସ, ପାଇକ ଗୁରୁ ଭାସ୍କର ସୁନ୍ଦରାୟ, ପ୍ରଫେସର ଗାୟନ ସାମଲ, ଜଗତସିଂହପୁର ଜିଲ୍ଲା ସଭାପତି ବିଦ୍ୟାଧର ନାଏକ, ଢେଙ୍କାନାଳ ସଭାପତି ନବ ସାମଲ, ପୂର୍ବତନ ଉତ୍କଳ ବିଶ୍ୱବିଦ୍ୟାଳୟର ସଭାପତି ଅଧିବକ୍ତା ହିମାଂଶୁ ଲେଙ୍କା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Related posts