Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ନ୍ୟାର୍ଯ୍ୟ ଦାବିରୁ ସାଧାରଣ ଲୋକ ବଞ୍ଚିତ ନହେବା ଉଚିତ୍‌ : ରଘୁନନ୍ଦନ ଦାସ
ଆଞ୍ଚଳିକ

ନ୍ୟାର୍ଯ୍ୟ ଦାବିରୁ ସାଧାରଣ ଲୋକ ବଞ୍ଚିତ ନହେବା ଉଚିତ୍‌ : ରଘୁନନ୍ଦନ ଦାସ

February 6, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି
ଜଗତସିଂହପୁର : ବୁଧବାର ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ବାଲିକୁଦା – ଏରସମା ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜଳସଂପଦ,ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ । ନ୍ୟାର୍ଯ୍ୟ ଦାବିରୁ ସାଧାରଣ ଲୋକ ବଞ୍ଚିତ ନହେବା ଉଚିତ୍‌ ବୋଲି ମନ୍ତ୍ରୀ ମତ ଦେଇଥିଲେ । ସରକାରୀ ଯୋଜନାରେ କୌଣସି ଲୋକ ଯେପରି ନିଜର ଅଧିକାର ନ ହରାନ୍ତି ତାକୁ ନେଇ ସରକାର ତତ୍ପର ଅଛନ୍ତି ବୋଲି ଶ୍ରୀ ଦାସ ମତ ଦେଇଥିଲେ । ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଏହି ବୈଠକରେ ଯୋଗଦେଇ 55 ନମ୍ବର ଜାତୀୟ ରାଜପଥର ଅଗ୍ରଗତି ସମ୍ପର୍କରେ ପ୍ରକାଶ କରିଥିଲେ । ଏହି ବୈଠକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଅଗ୍ରଗତି,ଏରସମାରେ ଜଙ୍ଗଲ କିସମ ଜମିରେ ରହୁଥିବା ଲୋକମାନଙ୍କର ସମସ୍ୟା, ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା, ଫନୀ କ୍ଷୟକ୍ଷତି କ୍ଷତିପୁରଣ, ଅଙ୍ଗନବାଡୀ କେନ୍ଦ୍ର ନିର୍ମାଣ, ଆମଗାଁ ଆମବିକାଶ, ଓଡିଶା ଜୀବିକା ମିଶନ ମାଧ୍ୟମରେ ସ୍ୱୟଂ ସହାୟକ ଗୋଷ୍ଠୀ ସଶକ୍ତିକରଣ, ଡିଡିୟୁ ଜିକେ ଓାଇ, ପାନୀୟ ଜଳଯୋଗାଣ, ପାଇପ୍ ଓାଟର ସପ୍ଲାଏ ପ୍ରୋଜେକ୍ଟ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ଓ ଏହାର ମରାମତି, କଂକ୍ରିଟ୍ ରୋଡ୍‌, ଆଦର୍ଶ ବିଦ୍ୟାଳୟ ଓ ପ୍ରାଣୀ ଚିକିତ୍ସାଳୟ ନିର୍ମାଣ, କଣିଆ ଠାରୁ ମାଛଗାଁ ରାସ୍ତା ନିର୍ମାଣ, ଜଳ ସଂପଦ ବିଭାଗର ପ୍ରକଳ୍ପ ଅଗ୍ରଗତି, ଡ୍ରେନେଜ୍ ବିଭାଗର ପ୍ରକଳ୍ପ ଅଗ୍ରଗତି, ସାଧାରଣ ବଣନ, ଜିଲ୍ଲାରେ ମିଲର ସମସ୍ୟାର ସମାଧାନ, ପାଣି ପଂଚାୟତ, ରେସନ୍ କାର୍ଡ, ବିଦ୍ୟାଳୟ ଓ ଗଣଶିକ୍ଷା, ସମସ୍ତ ବିଦ୍ୟାଳୟରେ ବାଳିକା ମାନଙ୍କ ନିମନ୍ତେ ଶୈାଚାଳୟ ନିର୍ମାଣ, ଧାନମଣ୍ଡି, ହାର୍ଭେଷ୍ଟର, ବାଲିକୁଦା ଏମ୍‌.ସି.ଏଚ୍ ବିଲିଡିଙ୍ଗର ମରାମତି,ସ୍ୱାସ୍ଥ୍ୟ ବିଭାଗ କ୍ୱାର୍ଟର ନିର୍ମାଣ,ସଏଲ ହେଲ୍‌ଥ କାର୍ଡ ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପରିଷଦ ସଭାପତି ପ୍ରିୟଦର୍ଶିନୀ ବିଶ୍ୱାଳ, ଉପ ସଭାପତି ଲିଙ୍ଗରାଜ ସ୍ୱାଇଁ, ଏରସମା ବ୍ଲକ ଚେୟାରମ୍ୟାନ ପ୍ରଣବ ସ୍ୱାଇଁ, ବାଲିକୁଦା ବ୍ଲକ ଅଧ୍ୟକ୍ଷା ମଧୁସ୍ମିତା ସାହୁ, ଜିଲ୍ଲା ପରିଷଦ ସଭ୍ୟସଭ୍ୟା,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିଶ୍ୱନାଥ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସରୋଜକାନ୍ତ ମହାନ୍ତି ବୈଠକ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

jagatsinghpur
Share. Facebook Twitter LinkedIn Email WhatsApp Copy Link

Related Posts

ଗୋଦାବରୀଶ ମହାବିଦ୍ୟାଳୟରେ ସଡ଼କ ସୁରକ୍ଷା ଉପରେ ଡିଜିଟାଲ ଭିଡିଓ ପ୍ରଦର୍ଶନ କାର୍ଯ୍ୟକ୍ରମ

March 11, 2026

ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ

March 10, 2026

ଡାଲିର ଗୁଣ ଜ୍ଞାନ ଓ ମାଗଣା ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ

March 9, 2026

ସଡ଼କ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

March 5, 2026
Latest News

“ଦୁଇ ଦିନ ମଧ୍ୟରେ ପର୍ଦ୍ଦାଫାସ କରିବି”: ରାହୁଲଙ୍କୁ ଭେଟି ବିମାନ ଦୁର୍ଘଟଣା ସମ୍ପର୍କରେ କହିଲେ ରୋହିତ ପାୱାର

March 12, 2026

ମୁଖ୍ୟମନ୍ତ୍ରୀଙ୍କ ଚିଠିର ପ୍ରଭାବ: ନୂଆ ଅମୃତ ଭାରତ ଟ୍ରେନକୁ ଅନୁମୋଦନ କଲେ ରେଳମନ୍ତ୍ରୀ

March 12, 2026

ବଡ଼ କୂଟନୈତିକ ସଫଳତା!: ଭାରତୀୟ ତୈଳ ଜାହାଜକୁ ଅନୁମତି ଦେଲା ଇରାନ

March 12, 2026

ଟିମ୍ ଇଣ୍ଡିଆକୁ ୧୩୧ କୋଟି ପ୍ରଦାନ କଲା ବିସିସିଆଇ: ଜାଣନ୍ତୁ ଏହି ଟଙ୍କା କିଏ ପାଇବ? 

March 12, 2026

ମହାରାଷ୍ଟ୍ର ବଜେଟ ଅଧିବେଶନ ମଧ୍ୟରେ ବିଧାନ ଭବନକୁ ବୋମା ଧମକ!: ତଲାସୀ ଅଭିଯାନ ଆରମ୍ଭ

March 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.