Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ମା ବୁଢ଼ୀ କେନ୍ଦୁଳାଇ ଯୁବ ପରିଷଦର ବାର୍ଷିକ କ୍ରୀଡା ଉତ୍ସବ
ଆଞ୍ଚଳିକ

ମା ବୁଢ଼ୀ କେନ୍ଦୁଳାଇ ଯୁବ ପରିଷଦର ବାର୍ଷିକ କ୍ରୀଡା ଉତ୍ସବ

February 17, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ରଞ୍ଜିତ ପଣ୍ଡା

କୁଜଙ୍ଗ: କୁଜଙ୍ଗ ବ୍ଲକ ଅନ୍ତର୍ଗତ ପାଟପୁର ପଂଚାୟତର ବାଲିପାରି ଠାରେ ମା ବୁଢ଼ୀ କେନ୍ଦୁଳାଇ ଯୁବ ପରିଷଦ ପକ୍ଷରୁ ୫୯ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଓ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଜାନୁୟାରୀ ୨୬ରେ  ଆୟୋଜିତ ଏହି ବାର୍ଷିକ କ୍ରୀଡା ପ୍ରତିଯୋଗିତାର ପୁରସ୍କାର ବିତରଣ ଉତ୍ସବ ଗତକାଲି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିଲା ।  ପୂର୍ବତନ ପାଟପୁର ସରପଂଚ ସରୋଜ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ପାରାଦ୍ୱୀପ ବିଧାୟକ ସମ୍ବିତ ରାଉତରାୟ କ୍ରୀଡା ସହ ଗ୍ରାମର ସାଂସ୍କୃତି ଓ ଭାଇଚାରା ଉନ୍ନତି ପାଇଁ ଯୁବକ ମାନେ ବ୍ରତୀ ହେବାକୁ ଆହ୍ୱାନ କରିଥିଲେ। ମୁଖ୍ୟବକ୍ତାଭାବେ ସମାଜସେବୀ ତଥା ଯୁବବିଜେଡ଼ି ନେତା ଶୁଭ୍ରକାନ୍ତ ସାମନ୍ତରାୟ ସମସ୍ତ ଯୁବଶକ୍ତି କ୍ରୀଡ଼ା ସହିତ ସମାଜସେବାକୁ ମଧ୍ୟ ଆନ୍ତରିକତା ସହିତ ଆପଣେଇବାକୁ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ  ଜିଲ୍ଲା ପରିଷଦ ସଭ୍ୟା ନମିତା ପରିଡା, ପୂର୍ବତନ ସରପଂଚ ବିଜୟ ଖଟେଇ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ଦେଇଥିଲେ । ଏହି ଅବସରରେ ପୁଚି, ସାଇକେଲ୍ ରେସ୍‌, ଦୌଡିଡିଆଁ, ଦୌଡ, ଛଦ୍ମବେଶ, ଜିଲାପି ଡିଆଁ, ମ୍ୟୁଜିକ୍ ଚେୟାର ପ୍ରଭୃତି ପ୍ରତିଯୋଗିତାରେ କୃତୀତ୍ୱ ହାସଲ କରିଥିବା କୃତୀ ପ୍ରତିଭାଙ୍କୁ ମୁଖ୍ୟଅତିଥି ପୁରସ୍କୃତ କରିଥିଲେ। ଅୟସକାନ୍ତ ମହାପାତ୍ର, ମନମୋହନ ବିଶ୍ୱାଳ, ଅନୀଲ ସାମନ୍ତରାୟ, ସରୋଜ ବିଶ୍ୱାଳ, ରଶ୍ମିକାନ୍ତ ମହାପାତ୍ର, ଦିଲ୍ଲିପ ବସ୍ତିଆ ଓ ସୁଧିର ମହାପାତ୍ର ପ୍ରମୁଖଙ୍କ ସହ କ୍ଲବ୍‌ର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ଆଚାର୍ଯ୍ୟ ବିଶ୍ୱରଞ୍ଜନ ହେଲେ ଓୟୁଜେ ରାଜ୍ୟ ସମ୍ପାଦକ

January 12, 2026

ପିଏମଶ୍ରୀ ଭ୍ରମରବର ସରକାରୀ ଉଚ୍ଚ ବିଦ୍ୟାଳୟ ତମାଣ୍ଡୋରେ ପିଏମ ଶ୍ରୀ ଓ ବାର୍ଷିକ ଉତ୍ସବ ଉଦଯାପିତ

January 12, 2026

ଚିଲିକାରେ ମେଗା ସ୍ୱାସ୍ଥ୍ୟ ଶିବିରକୁ ଉଦଘାଟନ କଲେ ଆଇନ ମନ୍ତ୍ରୀ

January 11, 2026

ଜାନୁଆରୀ ୧୨ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ

January 11, 2026
Latest News

ଆଜି ଜର୍ମାନ ଚାନ୍ସେଲର ମର୍ଜଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ

January 12, 2026

ଆଚାର୍ଯ୍ୟ ବିଶ୍ୱରଞ୍ଜନ ହେଲେ ଓୟୁଜେ ରାଜ୍ୟ ସମ୍ପାଦକ

January 12, 2026

ସୋମନାଥ ସ୍ବାଭିମାନ ପର୍ବରେ ଉଦବୋଧନ ଦେଲେ ପ୍ରଧାନମନ୍ତ୍ରୀ

January 12, 2026

କଚ୍ଛ ଏବଂ ସୌରାଷ୍ଟ୍ର କ୍ଷେତ୍ର ପାଇଁ ଭାଇବ୍ରାଣ୍ଟ ଗୁଜରାଟ ଆଞ୍ଚଳିକ ସମ୍ମିଳନୀକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

January 12, 2026

ପିଏମଶ୍ରୀ ଭ୍ରମରବର ସରକାରୀ ଉଚ୍ଚ ବିଦ୍ୟାଳୟ ତମାଣ୍ଡୋରେ ପିଏମ ଶ୍ରୀ ଓ ବାର୍ଷିକ ଉତ୍ସବ ଉଦଯାପିତ

January 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.