Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଶୁଣ୍ଢିମୁଣ୍ଡା କନ୍ୟାଶ୍ରମରେ ରକ୍ତହୀନତା ଘଟଣା : କନ୍ୟାଶ୍ରମ ଭ୍ରମଣ କଲେ ଉପଜିଲ୍ଲାପାଳ ଓ ଡାକ୍ତରୀଦଳ
ଆଞ୍ଚଳିକ

ଶୁଣ୍ଢିମୁଣ୍ଡା କନ୍ୟାଶ୍ରମରେ ରକ୍ତହୀନତା ଘଟଣା : କନ୍ୟାଶ୍ରମ ଭ୍ରମଣ କଲେ ଉପଜିଲ୍ଲାପାଳ ଓ ଡାକ୍ତରୀଦଳ

February 28, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

କନ୍ଦର୍ପ ବେହେରା
ରେଢାଖୋଲ : ଶୁଣ୍ଢିମୁଣ୍ଡା କନ୍ୟାଶ୍ରମରେ ରକ୍ତହୀନତା ଘଟଣାରେ ଆଜି ଉପଜିଲ୍ଲାପାଳ ଓ ଡାକ୍ତରୀଦଳ କନ୍ୟାଶ୍ରମ ଭ୍ରମଣ କରିଛନ୍ତି । କିଛିଦିନ ତଳେ କନ୍ୟାଶ୍ରମର କିଛି ଛାତ୍ରୀ ରକ୍ତହୀନତାର ଶିକାର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ନେଇ ରିପୋର୍ଟ ପ୍ରକାଶିତ ହୋଇଥିଲା । ଛାତ୍ରୀମାନେ ରେଢାଖୋଲ ଡାକ୍ତରଖାନାରେ ଚିକିତ୍ସିତ ହେଇ ଫେରିବା ପରେ ପୁଣି ଦଶଜଣ ଛାତ୍ରୀ ଅସୁସ୍ଥ ହୋଇଥିବା ନେଇ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା । ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ପ୍ରଶାସନ ପକ୍ଷରୁ ଏକ ଡାକ୍ତରୀ ଟିମ୍‌ ଯାଇ ସ୍ବାସ୍ଥ୍ୟପରୀକ୍ଷା କରିଛନ୍ତି । ରେଢାଖୋଲ ଉପ ଜିଲ୍ଲାପାଳ ଡୋଳାମଣି ପଟେଲଙ୍କ ସହିତ ଏସ୍‌ଡିଏମ୍‌ଓ ବିପିନ୍‌ ବିହାରୀ ସାହୁ, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରମୁଖ ଯାଇ ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ପରୀକ୍ଷା କରିଥିଲେ । ସରକାର ଆଦିବାସୀ ଛାତ୍ରଛାତ୍ରୀମାନଙ୍କର ବିକାଶ ତଥା ଶିକ୍ଷା କ୍ଷେତ୍ରରେ କୋଟି କୋଟି ଟଙ୍କା କରୁଛନ୍ତି । ଏଥିପାଇଁ ଆଦିବାସୀ ଛାତ୍ରୀମାନେ ରହି ପାଠ ପଢିବା ପାଇଁ ବିଦ୍ୟାଳୟ ଖୋଲିବା ସହ ରହିବା ପାଇଁ ହଷ୍ଟେଲ ଓ ଖାଇବା ପାଇଁ ସମସ୍ତ ପ୍ରକାର ବନ୍ଦୋବସ୍ତ କରିଛନ୍ତି । ହେଲେ ସରକାରୀ ବିଭାଗର ଅପାରଗତା ପାଇଁ ଛାତ୍ରୀମାନେ ସରକାରୀ ଯୋଜନା ପାଇ ପାରୁ ନାହାନ୍ତି । ଏପରିକି ଠିକ୍ ସମୟରେ ଛାତ୍ରୀମାନଙ୍କର ରୋଗ ପରୀକ୍ଷା କରାଯାଉ ନ ଥିବା ଅଭିଯୋଗ ହେଉଛି । ସେବାଶ୍ରମରେ ମାସ ମାସ ଧରି ଛାତ୍ରଛାତ୍ରୀମାନଙ୍କର ରୋଗ ପରୀକ୍ଷା କରାଯାଉ ନ ଥିବା ମଧ୍ୟ ଅଭିଯୋଗ ହେଉଛି । ଏପରିକି ମେନୁ ହିସାବରେ ଖାଦ୍ୟ ଯୋଗାଣ ହେଉନଥିବା ଅଭିଯୋଗ ହେଉଛି ।

rairakhol
Share. Facebook Twitter LinkedIn Email WhatsApp Copy Link

Related Posts

ନାକଟିଦେଉଳ ବ୍ଲକରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ

February 2, 2026

ବାଲୁଗାଁ ମହାବିଦ୍ୟାଳୟ ଓଡ଼ିଆ ସାହିତ୍ୟ ପରିଷଦର ବାର୍ଷିକ ସାରସ୍ୱତ ସମାରୋହ ଓ କବିତା ପାଠୋତ୍ସବ

January 31, 2026

ଦୁର୍ଗା ଚରଣ ଚିଲିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସଡ଼କ ସୁରକ୍ଷା ସଚେତନତା ଶୋଭାଯାତ୍ରା

January 31, 2026

ଛତ୍ରପୁର ଆଶ୍ରମ ବିଦ୍ୟାଳୟର ବାର୍ଷିକ ଉତ୍ସବ

January 31, 2026
Latest News

ବନ୍ଦେ ଭାରତ ସ୍ଲିପର ଟ୍ରେନର ୨୬୦ ଟି ରେକ୍ ନିର୍ମାଣ ଯୋଜନା: ଅଶ୍ୱିନୀ ବୈଷ୍ଣବ

February 4, 2026

ରାଇରଙ୍ଗପୁରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ରାଷ୍ଟ୍ରପତି

February 4, 2026

ଆଫଗାନିସ୍ତାନକୁ ପରାସ୍ତ କରି ଦଶମ ଥର ପାଇଁ ବିଶ୍ୱକପ୍ ଫାଇନାଲରେ ପହଞ୍ଚିଲା ଭାରତ

February 4, 2026

ରେଳ କର୍ମଚାରୀମାନଙ୍କୁ ଆନ୍ତରିକ ସ୍ୱୀକୃତି ସହ ବିଶିଷ୍ଟ ରେଳ ସେବା ପୁରସ୍କାର

February 4, 2026

ନୀତି ଆୟୋଗ ତରଫରୁ ନାକଟିଦେଉଳରେ ସମ୍ପୂର୍ଣ୍ଣତା ଅଭିଯାନ ୨.୦ କାର୍ଯ୍ୟକ୍ରମ

February 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.