Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଜୋର ଧରିଲା ହାଇକୋର୍ଟ ବେଞ୍ଚ ସ୍ଥାପନ ପ୍ରସଙ୍ଗ : ରାଜରାସ୍ତାକୁ ଓହ୍ଲାଇବେ ଆଇନଜୀବୀ
ଆଞ୍ଚଳିକ

ଜୋର ଧରିଲା ହାଇକୋର୍ଟ ବେଞ୍ଚ ସ୍ଥାପନ ପ୍ରସଙ୍ଗ : ରାଜରାସ୍ତାକୁ ଓହ୍ଲାଇବେ ଆଇନଜୀବୀ

February 29, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିକୁ ନେଇ ଆନ୍ଦୋଳନ ଜୋର୍ ଧରିଛି। ଦକ୍ଷିଣ ଓଡ଼ିଶାର ମୁଖ୍ୟ ସହର ବ୍ରହ୍ମପୁରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନକୁ ନେଇ 2007 ମସିହାରୁ ଦାବି ହୋଇ ଆସୁଛି। ତତ୍କାଳୀନ ଗଞ୍ଜାମ ବାର୍ ଏସୋସିଏସନ୍‌ର ସଭାପତି ସୁଧାଂଶୁ ଶେଖର ପଣ୍ଡାଙ୍କ ତତ୍ତ୍ୱାବଧାନରେ ଉଦ୍ୟମ ଆରମ୍ଭ ହୋଇଥିଲା। ବ୍ରହ୍ମପୁରରେ ହାଇକୋର୍ଟର ସ୍ଥାୟୀବେଞ୍ଚ ସ୍ଥାପନ ଏକ ଯୁକ୍ତିଯୁକ୍ତ ପ୍ରସଂଗ ହୋଇଥିଲେ ସୁଦ୍ଧା ସରକାରଙ୍କ ଉଦାସୀନତାରେ ସୁଦୂର ମାଲକାନାଗିରି, ନବରଙ୍ଗପୁର, କୋରାପୁଟ, ରାୟଗଡ଼ା ଏବଂ ଗଜପତି ଜିଲ୍ଲାର ଲୋକମାନେ ସାମାନ୍ୟ ଘଟଣାକୁ ନେଇ ବାରମ୍ବାର ହାଇକୋର୍ଟ କଟକକୁ ଯିବାକୁ ପଡ଼ୁଛି। ଯାହାକି ଦକ୍ଷିଣ ଓଡିଶା ବାସିନ୍ଦାଙ୍କ ପାଇଁ ଅତି କଷ୍ଟକର ବ୍ୟାପାର। ସେ ପରିପ୍ରେକ୍ଷୀରେ ଯେହେତୁ ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ବ୍ରହ୍ମପୁର ସହରକୁ ପ୍ରତ୍ୟେକ ଦିନ ବ୍ୟବସାୟୀଠାରୁ ଆରମ୍ଭ କରି ବିଭିନ୍ନ ଅଂଚଳର ଲୋକମାନେ ମେଡ଼ିକାଲ୍ ଏବଂ ଅନ୍ୟାନ୍ୟ କାମକୁ ଆସିଥାନ୍ତି। ଏହାକୁ ଦୃଷ୍ଟିରେ ରଖି ଗଂଜାମ ବାର୍ ଏସୋସିଏସନ୍ 2007ମସିହାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ କରିବାକୁ ରାଜରାସ୍ତାକୁ ଓହ୍ଲାଇଥିଲେ। ଯାହାକି ଅମଲାତନ୍ତ୍ର ଏବଂ ରାଜତନ୍ତ୍ର ଦୋହଲିଥିଲା। ଆନ୍ଦୋଳନ ଏତେତୀବ୍ରତର ହେଲା ଯେ, ସେହି ସମୟରେ ପୋଳିସ୍ ଓକିଲମାନଙ୍‌କ ଉପରେ ଲାଠିଚାର୍ଜ କରିବାକୁ ମଧ୍ୟ ପଛାଇନଥିଲା। ଯାହାଫଳରେ ବହୁ ଆଇନଜୀବୀ ଲହୁଲୁହାଣ ହୋଇଥିଲେ ଏବଂ ଅନେକଙ୍କୁ ହାଜତ ମଧ୍ୟରେ ଭର୍ତ୍ତି କରି ଦିଆଯାଇଥିଲା। ସେହି ସମୟରେ ରାଜ୍ୟ ସରକାର କିଛି ମାତ୍ରାରେ ପ୍ରତିଶ୍ରୁତି ଦେବାରୁ ଆନ୍ଦୋଳନ ବନ୍ଦ କରାଯାଇଥିଲା। କିନ୍ତୁ ଦୀର୍ଘ ୧୨ ବର୍ଷରୁ ଉର୍ଦ୍ଧ୍ୱ ହେଲା ସରକାର ଭୂଆଁ ବୁଲାଉଛନ୍ତି। ଯାହାଫଳରେ 2007 ମସିହାରୁ ବ୍ରହ୍ମପୁରରେ ଗଂଜାମ ଜିଲ୍ଲା ବାର୍ ଏସୋସିଏସନ୍ ପ୍ରତ୍ୟେକ ମାସର ଶେଷ ଚାରିଦିନ କାର୍ଯ୍ୟବନ୍ଦ କରି ଆସୁଛନ୍ତି। ଏହାକୁ ଗଂଜାମ ଜିଲ୍ଲାରେ ଥିବା ଅନ୍ୟ ବାର୍ ମଧ୍ୟ ସମର୍ଥନ ଜଣାଇ କିଏ ଦୁଇଦିନ, କିଏ ଚାରିଦିନ କାର୍ଯ୍ୟ ବନ୍ଦ କରୁଥିବା ଜଣାଯାଉଛି। ଏଠାରେ ପ୍ରଶ୍ନ ଉଠୁଛି ଯେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ସ୍ଥାପନ କରିବା ପାଇଁ ସହରର ବିଭିନ୍ନ ଅନୁଷ୍ଠାନ ଏବଂ ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ ଗଂଜାମ ବାର୍ ଏସୋସିଏସନ୍‌କୁ ସମର୍ଥନ ଜଣାଇ ଆସିଛନ୍ତି। କିନ୍ତୁ ପରିତାପର ବିଷୟ ଏହିକି ଯେ, ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ହୋଇଥିବାବେଳେ ବ୍ରହ୍ମପୁରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ନିମନ୍ତେ ସରକାରଙ୍କ ଆନ୍ତରିକତା ଥିବା ପରିଲକ୍ଷିତ ହୋଇପାରୁନାହିଁ। ଯାହାକି ଏକ ବିଡ଼ମ୍ବନା କହିଲେ କିଛି ଭୁଲ୍ ହେବ ନାହିଁ। ଏହି ପରିପ୍ରେକ୍ଷୀରେ ବରିଷ୍ଠ ଆଇନଜୀବୀ ତଥା ପୂର୍ବତନ ଗଂଜାମ ବାର୍ ଏସୋସିଏସନ୍ ସଭାପତି ସୁଧାଂଶୁ ଶେଖର ପଣ୍ଡା କହିଛନ୍ତି ଯେ ଯେତେଦିନ ଯାଏଁ ସରକାର ଆମ ଦାବିକୁ ମାନିବେନି ଆମେ ଏହି ଆନ୍ଦୋଳନ ଜାରି ରଖିବା ସହିତ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବାକୁ ମଧ୍ୟ ପଛେଇବୁ ନାହିଁ। ବର୍ତ୍ତମାନର ଗଂଜାମ ଜିଲ୍ଲା ବାର୍ ଏସୋସିଏସନ୍‌ର ସଭାପତି ରବିନାଥ ପାଣିଗ୍ରାହୀ କହିଥିଲେ ଯେଉଁ ପର୍ଯ୍ୟନ୍ତ ଆମର ଦାବି ସରକାର ମାନିନାହାନ୍ତି, ସେ ପର୍ଯ୍ୟନ୍ତ ଆମର ଏ ସଂଗ୍ରାମ ଜାରି ରହିବ। ଯଦି ଆବଶ୍ୟକ ପଡ଼େ ତେବେ ତୀବ୍ର ରୂପ ଧାରଣ କରିବ। ବାର୍ ଏସୋସିଏସନ୍ ସଂପାଦକ କୈଳାସ ଚନ୍ଦ୍ର ପାଣିଗ୍ରାହୀ କହିଥିଲେ ଏହି ସ୍ଥାୟୀ ବେଞ୍ଚ ସ୍ଥାପନ ନିମେନ୍ତ ପ୍ରତିମାସ ଶେଷ ଚାରିଦିନ ସହିତ ପ୍ରତ୍ୟେକ ଦିନ ଖରାବେଳ ବିଶ୍ରାମ ସମୟ 1 ଘଣ୍ଟାରେ ମଧ୍ୟ ଦାବି କରିବେ। ଆଜିର ଏହି ଆନ୍ଦୋଳନରେ ଗଂଜାମ ବାର୍ ଏସୋସିଏସନ୍ ସଭାପତି ରବିନ୍ଦ୍ରନାଥ ପାଣିଗ୍ରାହୀଙ୍କ ସମେତ ସଂପାଦକ କୈଳାସ ଚନ୍ଦ୍ର ପାଣିଗ୍ରାହୀ, ଚିତ୍ତରଂଜନ ଶତପଥୀ, କିରଣ ମଣ୍ଡଳ, ଗୋରାଚାନ୍ଦ ଭଟ୍ଟମିଶ୍ର, ଗୌରାଙ୍ଗ ଚୌଧୁରୀ, ରଂଜନ କୁମାର ନାହାକ, ନଗେନ୍ଦ୍ର ତ୍ରିପାଠୀ ଏଭଳି ଶତାଧିକ ଆଇନଜୀବୀ ଏହି ସତ୍ୟାଗ୍ରହ ଆନ୍ଦୋଳନରେ ଯୋଗ ଦେଇଥିବା ଦେଖାଯାଇଛି।

brahmapur highcourt
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର ବାଲୁଗାଁ ରୋଟାରୀ କ୍ଳବ ପକ୍ଷରୁ ଅଟୋ ଆମ୍ବୁଲାନ୍ସ ପ୍ରଦାନ

April 27, 2026

ସ୍ଵର୍ଗତ ପଣ୍ଡିତ ନୃସିଂହ ପ୍ରସାଦ ମିଶ୍ରଙ୍କ ଦ୍ଵାଦଶାହ ସ୍ମୃତିସଭା

April 22, 2026

ବାଣପୁର: ମା’ ତାରିଣୀଙ୍କ ପୀଠରେ ବିଶ୍ୱଶାନ୍ତି ଗୀତା ମହାଯଜ୍ଞ ଓ ଅଷ୍ଟ ଶମ୍ଭୁ ମିଳନ

April 17, 2026

ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ଜାତପଦ୍ମାଙ୍କ ସଫଳତା: ସିବିଏସଇ ପରୀକ୍ଷାରେ ରଖିଲେ ୯୮% ନମ୍ବର

April 17, 2026
Latest News

ବାଣପୁର ବାଲୁଗାଁ ରୋଟାରୀ କ୍ଳବ ପକ୍ଷରୁ ଅଟୋ ଆମ୍ବୁଲାନ୍ସ ପ୍ରଦାନ

April 27, 2026

ଆଜି ବାଙ୍ଗାଲୋର ବନାମ ଦିଲ୍ଲୀ: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି

April 27, 2026

ଅରବିନ୍ଦ କେଜରିୱାଲଙ୍କୁ ବଡ଼ ଝଟକା: ସାତ ବିଦ୍ରୋହୀ ଆପ ସାଂସଦଙ୍କୁ ମାନ୍ୟତା ଦେଲା ରାଜ୍ୟସଭା

April 27, 2026

ଏହି ତାରିଖ ସୁଦ୍ଧା ପ୍ରକାଶ ପାଇବ CBSE ଦ୍ୱାଦଶ ପରୀକ୍ଷା ଫଳାଫଳ: ଜାଣନ୍ତୁ କିଭଳି କରିବେ ଯାଞ୍ଚ

April 27, 2026

ଦୁର୍ଘଟଣାରେ ମାମୁଁ – ଭଣଜା ମୃତ

April 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.