Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ରେଢାଖୋଲ ଡିଭିଜନ କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ରାସ୍ତାରୋକ
ଆଞ୍ଚଳିକ

ରେଢାଖୋଲ ଡିଭିଜନ କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ରାସ୍ତାରୋକ

March 11, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

କନ୍ଦର୍ପ ବେହେରା
ରେଢାଖୋଲ : ବିଭିନ୍ନ ସମସ୍ୟାକୁ ନେଇ ରେଢାଖୋଲ କେନ୍ଦୁପତ୍ର କର୍ମଚାରୀ ସଂଘ ତରଫରୁ ଆଜି ରେଢାଖୋଲ ଭୀମଭୋଇ ଛକରେ ରାସ୍ତାରୋକ କରାଯାଇଛି । କେନ୍ଦୁପତ୍ର ସଂଘର କର୍ମଚାରୀ ତଥା ତୋଳାଳିମାନେ ଧାରଣାରେ ବସିଥିଲେ । କେନ୍ଦୁପତ୍ର କର୍ମଚାରୀମାନଙ୍କ ବିଭିନ୍ନ ସମସ୍ୟାକୁ ସରକାର ମାନିନେବାକୁ ଦାବିପତ୍ରରେ ଉଲ୍ଲେଖ ରହିଛି । ସିଜିନାଲ କର୍ମଚାରୀ ଓ ରାତ୍ର ଜଗୁଆଳୀମାନଙ୍କର ଦରମା ସର୍ବନିମ୍ନ ବର୍ଦ୍ଧିତ ମଜୁରୀ ହାରରେ ବୃଦ୍ଧି କରିବା, କେନ୍ଦୁପତ୍ର ତୋଳାଳୀ, ବନ୍ଧେଇ ଶ୍ରମିକ ଓ ସିଜନାଲ କର୍ମଚାରୀମାନଙ୍କୁ ସାମାଜିକ ସୁରକ୍ଷା ଲାଗୁ କରିବା, କେନ୍ଦୁପତ୍ର ବିକ୍ରି ନୀତିରେ ସଂଶୋଧନ କରିବା,କେନ୍ଦୁପତ୍ର ତୋଳାଳିମାନଙ୍କ ଠାରୁ ୨୦୦୦ କେନ୍ଦୁପତ୍ର କେରି ବଦଳରେ ୧୦୦୦ କେନ୍ଦୁପତ୍ର କେରି ନେବା , କେନ୍ଦୁପତ୍ରରୁ ଜି.ଏସ୍‌.ଟି ପ୍ରତ୍ୟାହାର କରିବା , କେନ୍ଦୁପତ୍ର ଫଡି , ସେକ୍ସନ୍ ଉଠା ନ ଯିବା ଓ ସିଜିନାଲ କର୍ମଚାରୀଙ୍କ ଛଟେଇ ବନ୍ଦ କରିବା ଆଦି ଦାବୀରେ ରାସ୍ତାରୋକ କରାଯାଇଥିଲା । ରେଢାଖୋଲ ଡିଭିଜନର ୯ ଟି ରେଞ୍ଜ ମଧ୍ୟରୁ ୨ ଟି ରେଞ୍ଜ ଉଚ୍ଛେଦ କରାଯାଇଛି । ଏହା ସହିତ ଡିଭିଜନର ୮ଟି ଫଡିଘର ଉଠାଇ ଦିଆଯାଇଛି । ଯାଫଳରେ ୨ଜଣ ହେଡ୍ ଚେକର, ୫ଜଣ ସର୍କଲଚେକର, ୫ଜଣ ଚେକର, ମୁନସୀ ୮ଜଣ, ଚପରାସୀ ୮ଜଣଙ୍କୁ ଚାକିରିରୁ ହଟାଇ ଦିଆଯାଇଛି । ଡିଭିଜନର ଏହିସବୁ ଅଂଚଳରୁ ୬୧୭ ଜଣ ପତ୍ରତୋଳାଳି ଓ ୨୩୦ ଜଣ ଗୋଛାକଟାଳୀ ସେମାନଙ୍କର ଜୀବନ ଜୀବିକା ହରାଇବେ ଏବଂ ଅଢେଇମାସର କାର୍ଯ୍ୟ କରୁଥିବା ସେକ୍ସନ୍ ଜଗୁଆଳୀ ୩୦ ଜଣଙ୍କୁ ମଧ୍ୟ ବହିଷ୍କାର କରିଦିଆଯାଇଛି । ଏହି ସବୁ ଦାବିକୁ ନେଇ ଏହି ରାସ୍ତାରୋକରେ କେନ୍ଦୁପତ୍ର ତୋଳାଳୀ, ଶ୍ରମିକ, କେନ୍ଦୁପତ୍ର କର୍ମଚାରୀ, ଶ୍ରମିକ ନେତା ଆଦି ସାମିଲ ହୋଇଥିଲେ । ସମ୍ବଲପୁର, ବୌଦ୍ଧ, କଟକ ଦେଇ ଯାଉଥିବା ଶହ ଶହ ଗାଡି ଉଭୟ ପାଶ୍ୱର୍ରେ ଅଟକି ରହିଥିଲା । ଯା ଫଳରେ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଏହି ରାସ୍ତାରୋକରେ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ରାଜ୍ୟ ସଂପାଦକ ଅନାଦୀ ଚରଣ ସାହୁ , ଡିଭିଜନ ସଂପାଦକ କିଶୋର ଚନ୍ଦ୍ର ପ୍ରଧାନ , ରେଢାଖୋଲ କେନ୍ଦୁପତ୍ର ଡିଭିଜନ୍ ଯୁଗ୍ମସଂପାଦକ ଉଦିତ୍ କୁମାର ତ୍ରିପାଠୀ , ରେଢାଖୋଲ କେନ୍ଦୁପତ୍ର ଡିଭିଜନ୍ ରାଜ୍ୟ କମିଟି ସଭ୍ୟା ଗୋଲାପୀ ସାହୁ ପ୍ରମୁଖ ଯୋଗ ଦେଇଥିଲେ ।

rairakhol
Share. Facebook Twitter LinkedIn Email WhatsApp Copy Link

Related Posts

ନାକଟିଦେଉଳରେ ବନାଞ୍ଚଳ ସ୍ତରୀୟ ଜଙ୍ଗଲ ନିଆଁ ନିରାକରଣ ସଚେତନତା ସଭା

February 24, 2026

ରଣପୁର ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ

February 23, 2026

ଗାଲୁଆ ଗ୍ରାମ ପଂଚାୟତରେ ‘ପଲ୍ଲୀରେ ପ୍ରଶାସନ’ ଜନଶୁଣାଣି

February 23, 2026

ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

February 22, 2026
Latest News

ଆଜି ଫେବୃୟାରୀ ୨୫ ତାରିଖ ବୁଧବାର, ଏହି ରାଶିର ଲୋକେ ପାଇବେ ଖୁସି ଖବର

February 25, 2026

ଜିଏମଆରସିର ଗିଫ୍ଟ ସିଟି-ଶାହପୁର ମେଟ୍ରୋ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରୀ

February 24, 2026

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ‘ଦ ଟିଚର୍ ଆପ୍ ୨.୦’ର ଶୁଭାରମ୍ଭ

February 24, 2026

ବିଏସଏନଏଲ ଏବଂ ଟିଡବ୍ଲୁଡବ୍ଲୁଓ ପକ୍ଷରୁ ରକ୍ତଦାନ ଶିବିର

February 24, 2026

୨୦୨୬-୨୭ ଋତୁ ପାଇଁ ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୟାବିନେଟ ମଞ୍ଜୁରି

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.