Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ୍‌ ପଡ଼ିଥିବା ବାଣପୁର ବ୍ଲକର ଗରିବ ପରିବାରଙ୍କୁ ରାସନ ସାମଗ୍ରୀ ଦେବା ପାଇଁ ଦାବି
ଆଞ୍ଚଳିକ

ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ୍‌ ପଡ଼ିଥିବା ବାଣପୁର ବ୍ଲକର ଗରିବ ପରିବାରଙ୍କୁ ରାସନ ସାମଗ୍ରୀ ଦେବା ପାଇଁ ଦାବି

April 11, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରଓ୍ବାଲ

ବାଣପୁର: ସାରା ବିଶ୍ବକୁ କରୋନା ମହାମାରୀ କବଳିତ କରିଛି। ଭାରତରେ ମଧ୍ୟ ଏହାର ପ୍ରଭାବ କିଛି କମ୍ ନାହିଁ। ଭାରତରେ ଏହାର ଦ୍ରୁତ ପ୍ରସାର ଦେଖି ଭାରତ ସରକାର ଲକ୍‌ ଡାଉନ୍‌ର ଘୋଷଣା କରିଛନ୍ତି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତେ ଏହି ଲକ୍‌ ଡାଉନ୍‌କୁ ବେଶ୍‌ କଡାକଡି କାର୍ଯ୍ୟକାରୀ କରିଛନ୍ତି। ଏହି ଲକ୍‌ ଡାଉନ୍‌ ସମୟରେ ଯେପରି କେହି ଭୋକିଲା ନ ରୁହନ୍ତି ସେଥିପାଇଁ ରାଜ୍ୟ ସରକାର ବହୁପ୍ରକାରର ପଦକ୍ଷେପ ନେଇଛନ୍ତି।

ରାଜ୍ୟ ସରକାର ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଗତରେ ରାସନ କାର୍ଡଧାରୀମାନଙ୍କୁ ତିନିମାସର ଆଗୁଆ ରାସନ ସାମଗ୍ରୀ ସହିତ ଏକ ହଜାର ଟଙ୍କାର ସହାୟତା ରାଶି ମଧ୍ୟ ବଣ୍ଟନ କରୁଛନ୍ତି। ଏହି କ୍ରମରେ ବାଣପୁର ବ୍ଳକରେ ଅଧିବାସୀମାନେ ମଧ୍ୟ ରାସନ କାର୍ଡଧାରୀ ଏହି ସାମଗ୍ରୀ ପାଉଛନ୍ତି। କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି ଯେ, ଯେଉଁ ମାନଙ୍କ ପାଖରେ ରାସନ କାର୍ଡ ନାହିଁ ସେମାନେ କ’ଣ କରିବେ? ଲକ ଡାଉନ ଯୋଗୁଁ କାମ ଧନ୍ଦା ବନ୍ଦ ଥିବାରୁ ଦିନ ମଜୁରିଆମାନେ କିପରି ତାଙ୍କର ପରିବାରଙ୍କ ମୁହଁରେ ଖାଇବା ଯୋଗାଇପାରିବେ? ଏପରି ବହୁ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ରାସନ କାର୍ଡ ନାହିଁ। ସେମାନେ ଏହି ଯୋଜନାର ପ୍ରକୃତ ହିତାଧିକାରୀ ହୋଇଥିଲେ ମଧ୍ୟ ରାସନ କାର୍ଡ ନଥିବାରୁ ସରକାରଙ୍କ ଏହି ଯୋଜନା ପାଇପାରୁନାହାନ୍ତି। ଏହି ହିତାଧିକାରୀମାନେ ଦୀର୍ଘ ଦୁଇ ବର୍ଷ ଧରି ଅପେକ୍ଷା କରିଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ରାସନକାର୍ଡ ପାଇପାରିନାହାନ୍ତି।

ବର୍ତ୍ତମାନ ଲକ ଡାଉନ ପରିସ୍ଥିତିରେ ପ୍ରାୟ ମାସେ ହେବ ସେହି ସମସ୍ତଙ୍କ ଅବସ୍ଥା ସଙ୍ଗୀନ ହୋଇ ପଡିଛି। ଯାହା ଖାଇବା ପାଇଁ ଘରେ ଥିଲା ତାହା ଶେଷ ହୋଇଗଲାଣି। କାର୍ଡ ପାଇ ନ ଥିବା ଖାଉଟିମାନେ ଦୁର୍ଦ୍ଦଶାରେ ଜୀବନ ବିତାଉଛନ୍ତି। ଯଦି ଏଭଳି ପରିସ୍ଥିତିରେ କୌଣସି ସହାୟତା ପ୍ରଶାସନ ପକ୍ଷରୁ ଯୋଗାଇ ନ ଦିଆ ଯାଏ, ତେବେ କୌଣସି ଅଘଟଣ ଘଟିବାର ଆଶଙ୍କା ସୃଷ୍ଟି ହେଲାଣି।

ତେଣୁ ପରିସ୍ଥିତିକୁ ଦେଖି ବ୍ଲକର ସମସ୍ତ ଅଧିବାସୀମାନଙ୍କୁ ରାସନ ସାମଗ୍ରୀ ସହିତ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେବାକୁ ଖୋର୍ଦ୍ଧା ଜିଲ୍ଲା ଜୋନ ନମ୍ବର ୧୩ର ଜିଲ୍ଲା ପରିଷଦ ସଦସ୍ୟ ଅମରେନ୍ଦ୍ର ରଣସିଂହ ଦାବି କରିଛନ୍ତି। ଅମରେନ୍ଦ୍ର ରଣସିଂହ ଏନେଇ ଜିଲ୍ଲାପାଳ ସୀତାଂଶୁ ରାଉତ, ଦିଶା କମିଟି ଅଧ୍ୟକ୍ଷା ଅପରାଜିତା ଷଡଙ୍ଗୀ ଓ ଜିଲ୍ଲା ପ୍ରୋଜେକ୍ଟ ନିର୍ଦ୍ଦେଶକ ଦିଗନ୍ତ ରାଉତରାୟ ଓ ପିଏମ୍‌ଓ ଅଫିସଙ୍କୁ ଦାବିପତ୍ର ପଠାଇଛନ୍ତି।

Lockdown ଗରିବ ପରିବାର ବାଣପୁର ବ୍ଲକ
Share. Facebook Twitter LinkedIn Email WhatsApp Copy Link

Related Posts

ନାକଟିଦେଉଳ ବ୍ଲକରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ

February 2, 2026

ବାଲୁଗାଁ ମହାବିଦ୍ୟାଳୟ ଓଡ଼ିଆ ସାହିତ୍ୟ ପରିଷଦର ବାର୍ଷିକ ସାରସ୍ୱତ ସମାରୋହ ଓ କବିତା ପାଠୋତ୍ସବ

January 31, 2026

ଦୁର୍ଗା ଚରଣ ଚିଲିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସଡ଼କ ସୁରକ୍ଷା ସଚେତନତା ଶୋଭାଯାତ୍ରା

January 31, 2026

ଛତ୍ରପୁର ଆଶ୍ରମ ବିଦ୍ୟାଳୟର ବାର୍ଷିକ ଉତ୍ସବ

January 31, 2026
Latest News

ଅପରେସନ ଅନ୍ଵେଷଣ-୨: ୫୪୫୧ ନିଖୋଜ ବ୍ୟକ୍ତିଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କଲା ଓଡ଼ିଶା ପୋଲିସ

February 4, 2026

ଟି-୨୦ ବିଶ୍ୱକପ୍ ପୂର୍ବରୁ ଆଇସିସି ରାଙ୍କିଙ୍ଗରେ ଇଶାନ କିଷାନଙ୍କ ବଡ଼ ଉନ୍ନତି, ପାକିସ୍ତାନୀ ବ୍ୟାଟସମ୍ୟାନଙ୍କୁ କ୍ଷତି

February 4, 2026

ଦୁବାଇରେ ଓଡ଼ିଆ ଯୁବକ ନିଖୋଜ, ଉଦ୍ଧାର ପାଇଁ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମ

February 4, 2026

ଭୁବନେଶ୍ବର ଲ୍ୟାଣ୍ଡମାର୍କ ଫେଜ୍-୨ର ବିଶେଷ କାର୍ଯ୍ୟକ୍ରମ ଗ୍ରୀନ୍ ଗାର୍ଡେନ୍ ଗେଟ-ଟୁଗେଦର

February 4, 2026

ସୁପ୍ରିମକୋର୍ଟରେ SIR ଶୁଣାଣି: ଇସି ବିରୋଧରେ ଅନେକ ଅଭିଯୋଗ ଆଣିଲେ ମମତା ବାନାର୍ଜୀ

February 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.