Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ସମୀକ୍ଷା ନ୍ୟୁଜ୍‌ର ମହାପ୍ରଭାବ: ଦକ୍ଷ ପ୍ରଜାପତି ମନ୍ଦିର ନିକଟରୁ ହଟିଲା ଅସ୍ଥାୟୀ ଡମ୍ପିଂ ୟାର୍ଡ
ଆଞ୍ଚଳିକ

ସମୀକ୍ଷା ନ୍ୟୁଜ୍‌ର ମହାପ୍ରଭାବ: ଦକ୍ଷ ପ୍ରଜାପତି ମନ୍ଦିର ନିକଟରୁ ହଟିଲା ଅସ୍ଥାୟୀ ଡମ୍ପିଂ ୟାର୍ଡ

April 15, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରଓ୍ବାଲ
ବାଣପୁର: ବାଣପୁରର ପ୍ରସିଦ୍ଧ ଦକ୍ଷପ୍ରଜାପତି ମନ୍ଦିର ନିକଟରେ ରହିଥିବା ଅସ୍ଥାୟୀ ଡମ୍ପିଂୟାର୍ଡକୁ ହଟାଯାଇଛି। ମନ୍ଦିର ନିକଟରେ ଅସ୍ଥାୟୀ ଡମ୍ପିଂୟାର୍ଡ ରହିଥିବା ସମୀକ୍ଷା ନ୍ୟୁଜ୍‌ରେ ଗତ ୧୧ ତାରିଖରେ ଖବର ପ୍ରକାଶ ପାଇବା ପରେ ଆଜି ଏନ୍‌ଏସି ପକ୍ଷରୁ ଉକ୍ତ ଅସ୍ଥାୟୀ ଡମ୍ପିଂ ୟାର୍ଡକୁ ହଟାଯାଇଛି। ଅସ୍ଥାୟୀ ଡମ୍ପିଂ ୟାର୍ଡ ସ୍ଥାନାନ୍ତର ନେଇ ଦକ୍ଷପ୍ରଜାପତି-ଭଗବତୀ ଏଣ୍ଡାଓମେଣ୍ଟ କାର୍ଯ୍ୟନିର୍ବାହୀ ଅଧିକାରୀ ତକ୍ଷରାଜ ଭିତିରିଆ ଏବଂ ପ୍ରତ୍ନତତ୍ତ୍ବ ବିଭାଗ ଅଧିକାରୀ ନିର୍ମଳ ମହାପାତ୍ରଙ୍କ ନିକଟରେ ଆମ ପ୍ରତିନିଧିଙ୍କ ତରଫରୁ ଅଭିଯୋଗ କରାଯାଇଥିଲା।

ଉଭୟ ଅଧିକାରୀ ଘଟଣାକୁ ଗୁରୁତର ସହ ନେଇ ତୁରନ୍ତ ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ। ଫଳ ସ୍ୱରୂପ ଆଜି ଅସ୍ଥାୟୀ ଡମ୍ପିଂ ୟାର୍ଡକୁ ଏନ.ଏ.ସି ତରଫରୁ ଖାଲି କରାଯାଇଛି। ଆଜି ସକାଳେ ଏନ.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏକ ଜେସିବି ମେସିନ ସାହାଯ୍ୟରେ ଅସ୍ଥାୟୀ ଡମ୍ପିଂ ୟାର୍ଡକୁ ଖୋଳି ସେହି ସ୍ଥାନକୁ ସଫା କରାଯାଇଥିଲା।

ଏହି ସ୍ଥାନକୁ ଆଗାମୀ ଦିନରେ ଏନ.ଏ. ସି ପକ୍ଷରୁ କଂକ୍ରିଟ କରାଯାଇ ଏହାକୁ ଦଣ୍ଡଯୁକ୍ତ ଅଞ୍ଚଳ ଘୋଷଣା କରାଯିବ ଏବଂ ଏହି ସ୍ଥାନରେ ଯଦି କୌଣସ ବ୍ୟକ୍ତି ଅଳିଆ ଆବର୍ଜନା ପକାଇବେ ତାହାଲେ ସେମାନଙ୍କଠୁ ଫାଇନ୍‌ ଆଦାୟ କରାଯିବ ବୋଲି ଏନ.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ ନିଆଲ ସୂଚନା ଦେଇଛନ୍ତି। ଦୀର୍ଘ ଦିନ ଧରି ପରିତ୍ୟକ୍ତ ଅବସ୍ଥାରେ ପଡି ରହିଥିବା ଉକ୍ତ ଅସ୍ଥାୟୀ ଡମ୍ପିଂ ୟାର୍ଡ଼ କୁ ହଟାଯିବାରୁ ବାଣପୁର ଜନସାଧାରଣ ଏନ.ଏ.ସି ପ୍ରଶାସନ କୁ ସାଧୁବାଦ ଜଣାଇଛନ୍ତି।

ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ ମହାବିଦ୍ୟାଳୟ ଓଡ଼ିଆ ସାହିତ୍ୟ ପରିଷଦର ବାର୍ଷିକ ସାରସ୍ୱତ ସମାରୋହ ଓ କବିତା ପାଠୋତ୍ସବ

January 31, 2026

ଦୁର୍ଗା ଚରଣ ଚିଲିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସଡ଼କ ସୁରକ୍ଷା ସଚେତନତା ଶୋଭାଯାତ୍ରା

January 31, 2026

ଛତ୍ରପୁର ଆଶ୍ରମ ବିଦ୍ୟାଳୟର ବାର୍ଷିକ ଉତ୍ସବ

January 31, 2026

ବାଣପୁର ସାହାସପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୯୯ ତମ ପ୍ରତିଷ୍ଠା ଦିବସ ଓ ବାର୍ଷିକ ଉତ୍ସବ

January 30, 2026
Latest News

ବାୟୋଫାର୍ମା ଶକ୍ତି କେନ୍ଦ୍ର ବଜେଟ୍ ୨୦୨୬-୨୭ରେ ପ୍ରସ୍ତାବିତ

February 2, 2026

ଭାରତୀୟ ରେଳବାଇ ପାଇଁ 2.93 ଲକ୍ଷ କୋଟିର ରେକର୍ଡ ପୁଞ୍ଜି ବ୍ୟୟବରାଦ

February 2, 2026

ଆଜି ଫେବୃୟାରୀ ୨ ତାରିଖ ସୋମବାରରେ ଏହି ରାଶିଗୁଡିକ ଭାଗ୍ୟ ଖୋଲାଲି, ଜାଣନ୍ତୁ ରାଶିଫଳ

February 2, 2026

୧୯ ବର୍ଷରୁ କମ୍ ବିଶ୍ୱକପ୍ ରୁ ବିଦା ହେଲା ପାକିସ୍ତାନ: ସେମିଫାଇନାଲରେ ପ୍ରବେଶ କଲା ଭାରତ

February 1, 2026

Naveen Patnaik on Budget: ନବୀନ କହିଲେ ସମସ୍ତଙ୍କୁ ନିରାଶ କଲା କେନ୍ଦ୍ର ବଜେଟ

February 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.