Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଲକ୍‌ଡାଉନରେ ତିର୍ତ୍ତୋଲ ଅଞ୍ଚଳର ଚୋରା ମଦ ବେପାରୀଙ୍କ ପୁଷମାସ: ୨/୩ ଗୁଣା ଚଢା ଦାମରେ ବିକ୍ରି
ଆଞ୍ଚଳିକ

ଲକ୍‌ଡାଉନରେ ତିର୍ତ୍ତୋଲ ଅଞ୍ଚଳର ଚୋରା ମଦ ବେପାରୀଙ୍କ ପୁଷମାସ: ୨/୩ ଗୁଣା ଚଢା ଦାମରେ ବିକ୍ରି

April 18, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି

ଜଗତସିଂହପୁର: କରୋନା ଭୁତାଣୁର ଦୃତ ସଂକ୍ରମଣରେ ବିଶ୍ୱବାସୀ ଆତଙ୍କିତ ଅବସ୍ଥାରେ ଥିବା ବେଳେ ଭାରତବର୍ଷ ସହିତ ଓଡ଼ିଶାରେ ମଧ୍ୟ ଏହାର ପ୍ରଭାବ ପଡିଛି । କରୋନା ଦାଉରୁ ରକ୍ଷା ପାଇବା ପାଇଁ ସାରା ଦେଶରେ ଲକ୍ ଡାଉନ୍ ଜାରି ହୋଇଛି। ଓଡ଼ିଶା ସରକାର ରାଜ୍ୟରେ ଏପ୍ରିଲ୍ ୩୦ତାରିଖ ପର୍ଯ୍ୟନ୍ତ ୨ୟ ପର୍ଯ୍ୟାୟ ଲକ୍ ଡାଉନ୍ ସମୟସୀମା ବୃଦ୍ଧି କରିଥିବା ବେଳେ ଦେଶରେ ଆସନ୍ତା ମେ ୩ତାରିଖ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଲକଡାଉନ୍ ଘୋଷଣା କରିଛନ୍ତି। କିନ୍ତୁ ଲକଡାଉନକୁ ମାନୁନାହାନ୍ତି ତିର୍ତ୍ତୋଲ ଅଞ୍ଚଳର ଚୋରା ମଦ ବେପାରୀ। ଲକଡାଉନରେ ସମସ୍ତ ସରକାରୀ ବିଦେଶୀ ଓ ଦେଶୀ ମଦ ଦୋକାନ ବନ୍ଦ ରହିଥିବା ବେଳେ ଏହାର ଫାଇଦା ଉଠାଇ ତିର୍ତ୍ତୋଲ ଅବକାରୀ ଅଫିସ୍ ଅଧିନସ୍ଥ ଅଞ୍ଚଳରେ ଚୋରା ମଦ ବେପାରୀମାନେ ସକ୍ରିୟ ହୋଇ ଉଠିଛନ୍ତି। ତିର୍ତ୍ତୋଲ ଅବକାରୀ ଅଫିସ୍ ଅଧିନସ୍ଥ କୋଲର ପଞ୍ଚାୟତର ତାର୍ତ୍ତୋଲ ଛକ, ପିପ୍ପଳମାଧବ ପଞ୍ଚାୟତର ଅରିଲୋ ଗ୍ରାମରେ, କନକପୁର ପଞ୍ଚାୟତର ଶାରଳା ହାଟ, ଝଙ୍କଡ଼ ଶାରଳା ମନ୍ଦିର ନିକଟରେ, ଦଳିଆଛକ ନିକଟସ୍ଥ ଚିକେନ୍ ଦୋକାନ ପାଖରେ, ତରଜଙ୍ଗା ପଞ୍ଚାୟତର ବାଲିପାଟଣା ଛକରେ, ମଣିଜଙ୍ଗା ବଜାରରେ, ଜଗନ୍ନାଥପୁର ପଞ୍ଚାୟତ ସ୍ଥିତ ଜଗନ୍ନାଥପୁର ବଜାରରେ ଏହି ଚୋରା ମଦ ବେପାରୀମାନେ ଦିନରାତି ଖୁଲମଖୁଲା ବେଧଡକ ଭାବେ ବେପାର ଚଲେଇଛନ୍ତି ବୋଲି ଅଭିଯୋଗ ହେଉଛି। ଏମିତିକି ଲକଡାଉନ୍ ହେବା ଦିନଠାରୁ ଉପରୋକ୍ତ ଗାଁ ଗହଳି,ଛକ ବଜାର ମାନଙ୍କରେ ଏହି ଚୋରାମଦ ବେପାରୀମାନେ ମନଇଛା ୨/୩ ଗୁଣା ଅଧିକ ଚଢା ଦରରେ ଗ୍ରାହକଙ୍କୁ ମଦ ବିକ୍ରିକରି ମାଲେମାଲ୍ ହେଉଥିବା ଅଭିଯୋଗ ହେଉଛି । ଏଠି ପ୍ରଶ୍ନ ଉଠୁଛି ଯଦି ସରକାରୀ ସ୍ୱୀକୃତିପ୍ରାପ୍ତ ମଦ ଦୋକାନ ଗୁଡିକ ବନ୍ଦ ରହିଛି ତେବେ ଗାଁ ଗହଳିର ଏହି ଚୋରା ମଦ ବେପାରୀ ମାନେ ଏତେ ପରିମାଣର ମଦ ଆଣୁଛନ୍ତି କେଉଁଠୁ ? ଏପରିକି ତିର୍ତ୍ତୋଲ ଅବକାରୀ ଅଫିସ୍ ଅଧିନସ୍ଥ ଅଞ୍ଚଳରେ ଥିବା କେତେକ ସରକାରୀ ସ୍ୱୀକୃତି ପ୍ରାପ୍ତ ମଦ ଦୋକାନର କର୍ମଚାରୀ ମାନଙ୍କୁ ଏହି ଚୋରା ମଦ ବେପାରୀଙ୍କ ନିକଟକୁ ଯାଇ ଟଙ୍ଗ ଟଙ୍ଗ ହେଉଥିବା ଦେଖିବାକୁ ମିଳୁଛି।

କରୋନା କଟକଣାକୁ ବେଖାତିର କରି ଲକ୍ ଡାଉନ୍ ଚାଲିଥିବା ବେଳେ କେତେକ ସରକାରୀ ସ୍ୱୀକୃତି ପ୍ରାପ୍ତ ମଦ ଦୋକାନୀ ଏହି ଚୋରା ମଦ ଦୋକାନୀଙ୍କ ନିକଟରେ ଭରପୁର୍ ମଦ ଯୋଗାଇ ଦେଉଥିବା ଶୁଣିବାକୁ ମିଳୁଛି। “ଲୁଚିଛି ନା ଗୋଡ ଦୁଇଟା ଦିଶୁଛି” ପରି ଗାଁ ଗହଳିର ଏହି ଚୋରା ମଦ ବେପାରୀଙ୍କ ସହ ତିର୍ତ୍ତୋଲ ଅବକାରୀ ଅଫିସରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଲକଡାଉନ୍ ବେଳେ ଗ୍ରାମାଞ୍ଚଳରେ ନିଧଡକ ଭାବେ ଚୋରା ମଦ ବିକ୍ରି ବୃଦ୍ଧି ପାଉଛି ବୋଲି ଚର୍ଚ୍ଚା ହେଉଛି। ଗ୍ରାମାଞ୍ଚଳରେ କେବଳ ମଦ ନୁହେଁ ଗଞ୍ଜେଇ ମଧ୍ୟ ଚଢା ଦରରେ ବହୁଳ ବିକ୍ରି ହେଉଥିବା କୁହାଯାଉଛି। ଲୋକେ କହୁଛନ୍ତି ତିର୍ତ୍ତୋଲ ଅବକାରୀ ଅଫିସରଙ୍କ ଠାରୁ ଅଭୟବର ପାଇଥିବା ଏହି ଚୋରା ମଦ ବେପାରୀଙ୍କର ଏବେ ପୁଷମାସ। ଅପରପକ୍ଷରେ ଲକଡାଉନ୍ ସମୟରେ ତିର୍ତ୍ତୋଲ ଅବକାରୀ ଅଫିସ୍ ଅଧିନସ୍ଥ ଗ୍ରାମାଞ୍ଚଳରେ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ଅଭିଯୋଗ ହେଉଛି। ଗ୍ରାମାଞ୍ଚଳ ମାନଙ୍କରେ ବହୁଳ ମାତ୍ରାରେ ବିକ୍ରି ହେଉଥିବା ଏହି ମାଦକଦ୍ରବ୍ୟ କାରବାରକୁ ରୋକିବା ପାଇଁ ଜିଲ୍ଲା ଉଚ୍ଚ ପଦାଧିକାରୀଙ୍କ ତରଫରୁ ତଦନ୍ତ କରାଯାଇ ଯଥାଶୀଘ୍ର ଦୃଢ ପଦକ୍ଷେପ ନିଆଯିବାକୁ ସ୍ଥାନୀୟ ବୁଦ୍ଧିଜୀବୀ ମାନଙ୍କ ପକ୍ଷରୁ ଦାବି ହେଉଛି।

tirtol
Share. Facebook Twitter LinkedIn Email WhatsApp Copy Link

Related Posts

ଗୋଦାବରୀଶ ମହାବିଦ୍ୟାଳୟରେ ସଡ଼କ ସୁରକ୍ଷା ଉପରେ ଡିଜିଟାଲ ଭିଡିଓ ପ୍ରଦର୍ଶନ କାର୍ଯ୍ୟକ୍ରମ

March 11, 2026

ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ

March 10, 2026

ଡାଲିର ଗୁଣ ଜ୍ଞାନ ଓ ମାଗଣା ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ

March 9, 2026

ସଡ଼କ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

March 5, 2026
Latest News

“ଦୁଇ ଦିନ ମଧ୍ୟରେ ପର୍ଦ୍ଦାଫାସ କରିବି”: ରାହୁଲଙ୍କୁ ଭେଟି ବିମାନ ଦୁର୍ଘଟଣା ସମ୍ପର୍କରେ କହିଲେ ରୋହିତ ପାୱାର

March 12, 2026

ମୁଖ୍ୟମନ୍ତ୍ରୀଙ୍କ ଚିଠିର ପ୍ରଭାବ: ନୂଆ ଅମୃତ ଭାରତ ଟ୍ରେନକୁ ଅନୁମୋଦନ କଲେ ରେଳମନ୍ତ୍ରୀ

March 12, 2026

ବଡ଼ କୂଟନୈତିକ ସଫଳତା!: ଭାରତୀୟ ତୈଳ ଜାହାଜକୁ ଅନୁମତି ଦେଲା ଇରାନ

March 12, 2026

ଟିମ୍ ଇଣ୍ଡିଆକୁ ୧୩୧ କୋଟି ପ୍ରଦାନ କଲା ବିସିସିଆଇ: ଜାଣନ୍ତୁ ଏହି ଟଙ୍କା କିଏ ପାଇବ? 

March 12, 2026

ମହାରାଷ୍ଟ୍ର ବଜେଟ ଅଧିବେଶନ ମଧ୍ୟରେ ବିଧାନ ଭବନକୁ ବୋମା ଧମକ!: ତଲାସୀ ଅଭିଯାନ ଆରମ୍ଭ

March 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.