Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଲକଡ଼ାଉନ ସମୟରେ ବାସହୀନଙ୍କୁ ଖାଦ୍ୟ ସାମଗ୍ରୀ ବାଣ୍ଟିଲେ ବାଲୁଗାଁ ପୋଲିସ ଓ ଶିବଶକ୍ତି ଆଞ୍ଚଳିକ ମହିଳା ମହାସଂଘ
ଆଞ୍ଚଳିକ

ଲକଡ଼ାଉନ ସମୟରେ ବାସହୀନଙ୍କୁ ଖାଦ୍ୟ ସାମଗ୍ରୀ ବାଣ୍ଟିଲେ ବାଲୁଗାଁ ପୋଲିସ ଓ ଶିବଶକ୍ତି ଆଞ୍ଚଳିକ ମହିଳା ମହାସଂଘ

April 20, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରଓ୍ବାଲ

ବାଲୁଗାଁ: କରୋନା ଲକଡ଼ାଉନ ସମୟରେ ଆଜି ବାଲୁଗାଁ ପୋଲିସ ଦ୍ୱାରା ବିଭିନ୍ନ ସ୍ଥାନରେ ସେବା କାର୍ଯ୍ୟ କରାଯାଇଛି। ବାଲୁଗାଁ ଥାନାଧିକାରୀ ରମାକାନ୍ତ ମାହାଲିକଙ୍କ ନେତୃତ୍ୱରେ ଏ.ଏସ.ଆଇ ଦିଲୀପ ବିଶ୍ୱାଳ, କନଷ୍ଟେବଳ ଗୋପୀନାଥ ମଙ୍ଗରାଜ, ଓଏପିଫ ପ୍ରକାଶ ନାଏକ ଆଦି ଆଙ୍କୁଲା ପଞ୍ଚାୟତରେ ଥିବା ବାତ୍ୟା ଆଶ୍ରୟ ସ୍ଥଳୀରେ ଶ୍ରମିକ ମାନଙ୍କ ସହାୟତା କରିଥିଲେ। ସୁଦୂର ଛତିଶଗଡ଼ରୁ ଆସିଥିବା ୩୬ ଶ୍ରମିକ ପରିବାର ଲକଡ଼ାଉନ ସମୟରୁ ଫସି ରହିଥିବା ବେଳେ ସେମାନଙ୍କୁ ଶୁଖିଲା ଖାଦ୍ୟ, ପାଣି ଓ ଫଳମୂଳ ଆଦି ପ୍ରଦାନ କରିଥିଲେ ଥାନାଧିକାରୀ। ଲକଡ଼ାଉନ ସରିବା ଯାଏଁ ଧୈର୍ଯ୍ୟ ଧରି ସେଠାରେ ରହିବାକୁ ଥାନାଧିକାରୀ ସବୁ ପରିବାରକୁ ପରାମର୍ଶ ଦେଇଥିଲେ। ଏହା ସହିତ ପ୍ରତିଦିନ ସେମାନଙ୍କ ଖାଦ୍ୟପେୟର ବ୍ୟବସ୍ଥା କରିବା ପାଇଁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ।

ଅନୁରୂପ ଭାବେ ବାଲୁଗାଁ ପୋଲିସର ସହଯୋଗରେ ଶିବଶକ୍ତି ଆଞ୍ଚଳିକ ମହିଳା ମହାସଂଘର ସଭାନେତ୍ରୀ ଉଷାରାଣି ମିଶ୍ର, ସମ୍ପାଦିକା ଚନ୍ଦ୍ରପ୍ରଭା ସାହୁ ଓ ଅନ୍ୟ ସଦସ୍ୟମାନଙ୍କ ଦ୍ୱାରା ବାଲୁଗାଁ ଉମାମହେଶ୍ୱର ମନ୍ଦିର ବାହାରେ ବସବାସ କରୁଥିବା ବହୁ ଭିକ୍ଷୁକ ମାନଙ୍କୁ ପାଖାପାଖି ୭0 ପ୍ୟାକେଟ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଥିଲା। ପରବର୍ତ୍ତୀ ସମୟରେ ବାଲୁଗାଁ ଥାନାଧିକାରୀ ଶ୍ରୀ ମାହାଲିକ ଓ ମହିଳା ସଂଘର କର୍ମକର୍ତ୍ତା ମାନେ ସବୁ ଭିକ୍ଷୁକ ମାନଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହ କରୋନା ପାଇଁ ସଚେତନ କରାଇଥିଲେ। ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମରେ ସାମାଜିକ ଦୂରତ୍ୱକୁ କଡ଼ାକଡ଼ି ଭାବେ ପାଳନ କରିଥଲେ ସଙ୍ଘର କର୍ମକର୍ତ୍ତାମାନେ। ଲକଡ଼ାଉନ ସମୟରେ ମାନବିକତାକୁ ଦୃଷ୍ଟିରେ ରଖି ବାଲୁଗାଁ ପୋଲିସ ଓ ଶିବଶକ୍ତି ଆଞ୍ଚଳିକ ମହିଳା ମହାସଂଘର ଏପରି ସେବା କାର୍ଯ୍ୟକୁ ଅଞ୍ଚଳବାସୀ ଭୁୟସୀ ପ୍ରଶଂସା କରିଛନ୍ତି।

balugaon Lockdown police
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର: ଭଲ ଅମଳ ପାଇଁ ମା’ଙ୍କ ନିକଟରୁ ଆଜ୍ଞାମାଳ ଗ୍ରହଣ କଲେ ଶତାଧିକ କୃଷକ

September 14, 2026

ରଣପୁରରେ ଧୁମଧାମରେ ୭୭ତମ ବିଘ୍ନ ବିନାୟକ ଶ୍ରୀଗଣେଶ ପୂଜା ମହୋତ୍ସବ

September 14, 2026

କୁକୁଡାଖଣ୍ଡି ବ୍ଲକରେ ତୃତୀୟ ମାସିକ କ୍ଲଷ୍ଟର ବୈଠକ

September 12, 2026

ଭାରତୀୟଙ୍କ ବିରୁଦ୍ଧରେ ଜାତିଗତ ମନ୍ତବ୍ୟ ମାମଲା: କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ସିଙ୍ଗାପୁର

September 9, 2026
Latest News

ବିହାର NDAରେ UCCକୁ ନେଇ ମତଭେଦ! ସେପ୍ଟେମ୍ବର ୧୮ରେ JDUର ବଡ଼ ବୈଠକ

September 15, 2026

ପ୍ରଥମଥର ସ୍ୱୀକାର କଲା ୱାଶିଂଟନ୍‌, ମହାକାଶରେ ଆମେରିକାର ଅସ୍ତ୍ର !

September 15, 2026

ସନ୍ଦେହଜନକ ବାଂଲାଦେଶୀ ପାରା ଉଦ୍ଧାର, ବେତନଟୀ ବନ ବିଭାଗକୁ ହସ୍ତାନ୍ତର

September 15, 2026

ପ୍ରତି 5 ହଜାର ପାଇଁ କଟିବ 20 ଟଙ୍କା: ଚୂଡ଼ାନ୍ତ ହେଲା UPI ପେମେଣ୍ଟ ଶୁଳ୍କ

September 15, 2026

ଚେକ୍‌ ବାଉନ୍ସ ମାମଲା: ଅଭିନେତା ରାଜପାଲ ଯାଦବଙ୍କୁ ସୁପ୍ରିମକୋର୍ଟଙ୍କ ଆଶ୍ୱସ୍ତି

September 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.