Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଛାତ୍ର ଛାତ୍ରୀଙ୍କ ପାଇଁ ଅଭିନବ ପ୍ରୟାସ: ଇଂଜିନିୟରିଂରେ ଇ- ପାଠ ପଢ଼ା ଆରମ୍ଭ କଲେ ସଞ୍ଜୟ
ଆଞ୍ଚଳିକ

ଛାତ୍ର ଛାତ୍ରୀଙ୍କ ପାଇଁ ଅଭିନବ ପ୍ରୟାସ: ଇଂଜିନିୟରିଂରେ ଇ- ପାଠ ପଢ଼ା ଆରମ୍ଭ କଲେ ସଞ୍ଜୟ

April 20, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ସଞ୍ଜୟ କର

ଖୋର୍ଦ୍ଧା: ସମଗ୍ର ଦେଶରେ ତଥା ରାଜ୍ୟରେ ତାଲାବନ୍ଦ ଯୋଗୁଁ ଏକ ପ୍ରକାର ପିଲାମାନଙ୍କର ପାଠ ପଢା ଠପ୍ ହୋଇଯାଇଛି। ଶିକ୍ଷା ବ୍ୟବସ୍ଥାରେ ଏକ ପ୍ରକାର ତାଲା ପଡ଼ିଯାଇଛି କହିଲେ ଅତୁକ୍ତି ହେବ ନାହିଁ। ଏପରିସ୍ଥଳେ ରାଜ୍ୟସରକାରଙ୍କ ନିର୍ଦ୍ଦେଶାବଳୀରେ ଅନଲାଇନ୍ ପାଠ୍ୟକ୍ରମ କାର୍ଯ୍ୟକ୍ରମ ଆରମ୍ଭ ହୋଇଗଲାଣି। ବିଦ୍ୟାଳୟ ସ୍ତରରୁ ନେଇ କଲେଜ ସ୍ତର ପର୍ଯ୍ୟନ୍ତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଯୋଡ଼ି ହେବା ପାଇଁ କଡ଼ା ନିର୍ଦ୍ଦେଶନାମା ଜାରି ହୋଇଛି।

ଦେଶର ଏପରି ଏକ ଅଭାବନୀୟ ସମୟରେ ପିଲାମାନଙ୍କୁ ପାଠ ପଢାଇବାପାଇଁ ଆଗେଇ ଆସିଛନ୍ତି ଭୁବନେଶ୍ୱରର ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଅଧ୍ୟାପକ ସଞ୍ଜୟ କୁମାର ମହାପାତ୍ର। ସର୍ବ ପ୍ରଥମେ ସଞ୍ଜୟ ଉକ୍ତ କଲେଜର ସମସ୍ତ ପିଲାମାନଙ୍କର ହ୍ୱାଟ୍ସଅପ୍ ନମ୍ବର ସଂଗ୍ରହ କରି ଏକ ଗୃପ୍ ମାଧ୍ୟମରେ କ୍ଳାସ୍ ଅନୁସାରେ ବହି ଗୁଡ଼ିକର ପିଡ଼ିଏଫ୍ କପିକୁ ଅପଲୋଡ଼ କରି ଉକ୍ତ ଗ୍ରୁପ୍ ରେ ଛାଡିଥିଲେ ଏବଂ ପରେ ପରେ ତାକୁ ଇଉଟ୍ୟୁବ୍ ମାଧ୍ୟମରେ ଭିଡ଼ିଓ ଅପଲୋଡ଼ କରି ଶିକ୍ଷା କ୍ଷେତ୍ରରେ ସୁଧାର ଆଣିପାରିଛନ୍ତି।

ତାଲାବନ୍ଦ ସମୟରେ କିଭଳି ପିଲାମାନଙ୍କର ବହୁମୂଲ୍ୟ ସମୟ ନଷ୍ଟ ନ ହେଉ ଏହା କୁ ଆଖି ଆଗରେ ରଖି ସେ ଏକ ଅଭିନବ ଉପାୟ ଆପଣେଇଛନ୍ତି ବୋଲି ପ୍ରକାଶ କରିଛନ୍ତି। ଗତ ୪ ଦିନ ହେଲା ଏହାକୁ ସେ କାର୍ଯ୍ୟକାରୀ କରିଥିବା ବେଳେ ପିଲାଙ୍କ ମଧ୍ୟରେ ଏହା ବେଶ୍ ଆଦୃତ ହୋଇଥିବା ଜଣାପଡିଛି। ଏହି ଶିକ୍ଷକଙ୍କର ଏପରି ଅଭିନବ ପ୍ରୟାସକୁ ଶିକ୍ଷାବିତ୍ ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି।ଏହି ଅଭିନବ ଉପାୟକୁ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ବେଶ୍ ପ୍ରଭାବିତ କରୁଛି।  ଯଦି କେହି ଛାତ୍ରଛାତ୍ରୀ ଅନଲାଇନ୍‌ରେ ଏଭଳି ପାଠ ପଢ଼ିବାକୁ ଇଛୁକ ଅଛନ୍ତି ତେବେ ଏହି ୮୯୧୭୩୨୫୮୯୬ରେ ଯୋଗାଯୋଗ କରିପାରିବେ ବୋଲି ସୂଚନା ରହିଛି ।

bhubaneswar engineering students Lockdown
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁରରେ ମହିଳା ହିଂସା ବିରୋଧୀ ଅଭିଯାନ ନେଇ ସଚେତନା କାର୍ଯ୍ୟକ୍ରମ

November 30, 2025

ନେହେରୁ ସେବା ସଂଘରେ ସମ୍ବିଧାନ ଦିବସ ପାଳିତ

November 26, 2025

ବାଣପୁର କୋର୍ଟରେ ସମ୍ବିଧାନ ଦିବସ ପାଳନ ଓ ଆଲୋଚନା ଚକ୍ର ଅନୁଷ୍ଠିତ

November 26, 2025

ବାଲୁଗାଁ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ବାର୍ଷିକ ପ୍ରକଳ୍ପ ପ୍ରଦର୍ଶନୀ ଆୟୋଜିତ

November 25, 2025
Latest News

ଘଟଗାଁ ମା’ ତାରିଣୀ ପୀଠର ଉନ୍ନତିକରଣ ନିମନ୍ତେ ୩୧୨ କୋଟିର ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

December 7, 2025

ଏବେ ଆମେରିକାକୁ ଝଟକା ଦେଲା ଏହି ଦେଶ: ହକ୍ ବଦଳରେ ଭାରତଠାରୁ କିଣିବ SAM କ୍ଷେପଣାସ୍ତ୍ର

December 7, 2025

ଭୋପାଳରେ ଜାତୀୟ ଶିକ୍ଷା ନୀତି କର୍ମଶାଳାରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ

December 7, 2025

ବାଦ୍ ପଡ଼ିଲେ ୭ ଖେଳାଳି, ଫେରିଲେ ଗିଲ୍: ପ୍ରଥମ ଟି-୨୦ ପାଇଁ ଏହା ହେବ ଭାରତର ପ୍ଲେଇଂ ଇଲେଭେନ୍‌

December 7, 2025

୮ ଦଫା ଦାବି ନେଇ ଆୟୁଷ ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କ ଆମରଣ ଅନଶନ

December 7, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.