Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଛାତ୍ର ଛାତ୍ରୀଙ୍କ ପାଇଁ ଅଭିନବ ପ୍ରୟାସ: ଇଂଜିନିୟରିଂରେ ଇ- ପାଠ ପଢ଼ା ଆରମ୍ଭ କଲେ ସଞ୍ଜୟ
ଆଞ୍ଚଳିକ

ଛାତ୍ର ଛାତ୍ରୀଙ୍କ ପାଇଁ ଅଭିନବ ପ୍ରୟାସ: ଇଂଜିନିୟରିଂରେ ଇ- ପାଠ ପଢ଼ା ଆରମ୍ଭ କଲେ ସଞ୍ଜୟ

April 20, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ସଞ୍ଜୟ କର

ଖୋର୍ଦ୍ଧା: ସମଗ୍ର ଦେଶରେ ତଥା ରାଜ୍ୟରେ ତାଲାବନ୍ଦ ଯୋଗୁଁ ଏକ ପ୍ରକାର ପିଲାମାନଙ୍କର ପାଠ ପଢା ଠପ୍ ହୋଇଯାଇଛି। ଶିକ୍ଷା ବ୍ୟବସ୍ଥାରେ ଏକ ପ୍ରକାର ତାଲା ପଡ଼ିଯାଇଛି କହିଲେ ଅତୁକ୍ତି ହେବ ନାହିଁ। ଏପରିସ୍ଥଳେ ରାଜ୍ୟସରକାରଙ୍କ ନିର୍ଦ୍ଦେଶାବଳୀରେ ଅନଲାଇନ୍ ପାଠ୍ୟକ୍ରମ କାର୍ଯ୍ୟକ୍ରମ ଆରମ୍ଭ ହୋଇଗଲାଣି। ବିଦ୍ୟାଳୟ ସ୍ତରରୁ ନେଇ କଲେଜ ସ୍ତର ପର୍ଯ୍ୟନ୍ତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଯୋଡ଼ି ହେବା ପାଇଁ କଡ଼ା ନିର୍ଦ୍ଦେଶନାମା ଜାରି ହୋଇଛି।

ଦେଶର ଏପରି ଏକ ଅଭାବନୀୟ ସମୟରେ ପିଲାମାନଙ୍କୁ ପାଠ ପଢାଇବାପାଇଁ ଆଗେଇ ଆସିଛନ୍ତି ଭୁବନେଶ୍ୱରର ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଅଧ୍ୟାପକ ସଞ୍ଜୟ କୁମାର ମହାପାତ୍ର। ସର୍ବ ପ୍ରଥମେ ସଞ୍ଜୟ ଉକ୍ତ କଲେଜର ସମସ୍ତ ପିଲାମାନଙ୍କର ହ୍ୱାଟ୍ସଅପ୍ ନମ୍ବର ସଂଗ୍ରହ କରି ଏକ ଗୃପ୍ ମାଧ୍ୟମରେ କ୍ଳାସ୍ ଅନୁସାରେ ବହି ଗୁଡ଼ିକର ପିଡ଼ିଏଫ୍ କପିକୁ ଅପଲୋଡ଼ କରି ଉକ୍ତ ଗ୍ରୁପ୍ ରେ ଛାଡିଥିଲେ ଏବଂ ପରେ ପରେ ତାକୁ ଇଉଟ୍ୟୁବ୍ ମାଧ୍ୟମରେ ଭିଡ଼ିଓ ଅପଲୋଡ଼ କରି ଶିକ୍ଷା କ୍ଷେତ୍ରରେ ସୁଧାର ଆଣିପାରିଛନ୍ତି।

ତାଲାବନ୍ଦ ସମୟରେ କିଭଳି ପିଲାମାନଙ୍କର ବହୁମୂଲ୍ୟ ସମୟ ନଷ୍ଟ ନ ହେଉ ଏହା କୁ ଆଖି ଆଗରେ ରଖି ସେ ଏକ ଅଭିନବ ଉପାୟ ଆପଣେଇଛନ୍ତି ବୋଲି ପ୍ରକାଶ କରିଛନ୍ତି। ଗତ ୪ ଦିନ ହେଲା ଏହାକୁ ସେ କାର୍ଯ୍ୟକାରୀ କରିଥିବା ବେଳେ ପିଲାଙ୍କ ମଧ୍ୟରେ ଏହା ବେଶ୍ ଆଦୃତ ହୋଇଥିବା ଜଣାପଡିଛି। ଏହି ଶିକ୍ଷକଙ୍କର ଏପରି ଅଭିନବ ପ୍ରୟାସକୁ ଶିକ୍ଷାବିତ୍ ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି।ଏହି ଅଭିନବ ଉପାୟକୁ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ବେଶ୍ ପ୍ରଭାବିତ କରୁଛି।  ଯଦି କେହି ଛାତ୍ରଛାତ୍ରୀ ଅନଲାଇନ୍‌ରେ ଏଭଳି ପାଠ ପଢ଼ିବାକୁ ଇଛୁକ ଅଛନ୍ତି ତେବେ ଏହି ୮୯୧୭୩୨୫୮୯୬ରେ ଯୋଗାଯୋଗ କରିପାରିବେ ବୋଲି ସୂଚନା ରହିଛି ।

bhubaneswar engineering students Lockdown
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର: ଭଗବତୀ ମଣ୍ଡଳ ଭାଜପା କାର୍ଯ୍ୟକର୍ତ୍ତାମାନଙ୍କୁ ଗୁରୁମନ୍ତ୍ର ଦେଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

April 3, 2026

ଉତ୍କଳ ଦିବସ ଉପଲକ୍ଷେ ବରପୁତ୍ରମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ବାଣପୁରବାସୀ

April 2, 2026

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ’ ର ସିଦ୍ଧେଶ୍ୱରୀ ମଣ୍ଡଳ ପ୍ରଶିକ୍ଷଣ ବର୍ଗ ଉଦଘାଟିତ

April 1, 2026

ବାଣପୁରରେ ଖୋଲିଲା ଯୋଗ ଶିକ୍ଷା କେନ୍ଦ୍ର: କ୍ୟାରିଅର ଗଢିବା ପାଇଁ ପାଠ୍ୟକ୍ରମ ବ୍ୟବସ୍ଥା

March 31, 2026
Latest News

ପୂର୍ତ୍ତ ବିଭାଗ ପ୍ରକଳ୍ପର ସମୀକ୍ଷା କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

April 5, 2026

ଏପ୍ରିଲ ପାଞ୍ଚ ତାରିଖରେ ଏହି ସାତୋଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

April 5, 2026

ରାଜ୍ୟସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡିଛୁଆଁ କାର୍ଯ୍ୟକ୍ରମରେ ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ

April 4, 2026

ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଅତିରିକ୍ତ ଡିସିପିଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିଲେ ଡିଜିପି

April 4, 2026

କଂଗ୍ରେସ ନେତା ଶଶି ଥରୁରଙ୍କ ଗାଡ଼ି ଉପରକୁ ଆକ୍ରମଣ: ସୁରକ୍ଷା କର୍ମୀ ଏବଂ ଡ୍ରାଇଭର ଆହତ

April 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.