Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଲକ୍‌ଡାଉନ୍‌ରେ ସକ୍ରିୟ ଚୋରା କାଠ ମାଫିଆ : ପାରାଦ୍ବୀପ ବେଳାଭୂମିରୁ ଦିନ ଦ୍ବିପ୍ରହରରେ ଲୁଟ
ଆଞ୍ଚଳିକ

ଲକ୍‌ଡାଉନ୍‌ରେ ସକ୍ରିୟ ଚୋରା କାଠ ମାଫିଆ : ପାରାଦ୍ବୀପ ବେଳାଭୂମିରୁ ଦିନ ଦ୍ବିପ୍ରହରରେ ଲୁଟ

April 26, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରଞ୍ଜିତ ପଣ୍ଡା
କୁଜଙ୍ଗ : ଚୋରା କାଠ ମାଫିଆଙ୍କ ପାଇଁ ବରଦାନ ସାଜିଛି କରୋନା ଲକ୍ ଡାଉନ। ପାରାଦ୍ବୀପ ବେଳାଭୂମିରୁ ଲୁଟ୍ ହେଉଛି ଲକ୍ଷାଧିକ ଟଙ୍କାର ଝାଉଁ କାଠ। କରୋନାକୁ ନେଇ ସମସ୍ତେ ଘରେ ଥିବାବେଳେ, ଏମାନେ ଦିନ ଦ୍ବିପ୍ରହରରେ ଲୁଟି ନେଉଛନ୍ତି ଝାଉଁ ଜଙ୍ଗଲ। ଉପକୂଳର ସୁରକ୍ଷା କବଚ କ୍ଷତିଗ୍ରସ୍ତ ହେଉ ହେଉଥିବା ବେଳେ ପ୍ରଶାସନ ପାଖରେ ନାହିଁ ଖବର।

ଚୋରା କାଠ ମାଫିଆଙ୍କୁ ସୁହାଇଛି କରୋନା ଲକ୍ ଡାଉନ। ଦିନ ଦ୍ବିପ୍ରହରରେ ଲୁଟି ନେଉଛନ୍ତି ଶହ ଶହ ଝାଉଁ ଗଛ। ଏହି ଦୃଶ୍ୟ ହେଉଛି ପାରାଦ୍ବୀପ ସମୁଦ୍ର କୂଳର। ପାଖରେ ଥିବା ଷଣ୍ଢକୁଦ ବସ୍ତିର କିଛି ମହିଳାଙ୍କୁ ଲଗାଇ କାଠ ମାଫିଆ ଲୁଟ୍ କରୁଛନ୍ତି ଝାଉଁ ଜଙ୍ଗଲ। ରାସ୍ତା ଶୁନ ଶାନ ଥିବା ବେଳେ ଏମାନେ କିନ୍ତୁ ଲୁଟିବାରେ ବ୍ୟସ୍ତ। ପାଖାପାଖି ୬ ଏକରରୁ ଉର୍ଦ୍ଧ୍ବ ଝାଉଁ ଜଙ୍ଗଲ ଏବେ ସଫା ହୋଇ ଯାଇଛି। ସ୍ବଳ୍ପ ମୂଲ୍ୟରେ ଏହି କାଠ ଗୁଡିକୁ ସମ୍ପୃକ୍ତ ମହିଳାଙ୍କ ଠାରୁ କିଣି ଏହାକୁ ପରବର୍ତ୍ତୀ ସମୟରେ ଅଧିକ ଦରରେ ବିକ୍ରି କରୁଛନ୍ତି କାଠ ବ୍ୟବସାୟୀ। ତେବେ ଷଣ୍ଢକୁଦ ଠାରେ ଥିବା ଏକ ଫରେଷ୍ଟ ବିଟ୍ ହାଉସରେ କୌଣସି କର୍ମଚାରୀ ରହୁନଥିବା ବେଳେ ସେମାନଙ୍କ ଫୋନ ମଧ୍ୟ ଅଫ୍ ରହିଛି। ଫଳରେ ବେଧଡକ ଭାବେ ଲୁଟ୍ ହେଉଛି ଝାଉଁ ଜଙ୍ଗଲ।

୧୯୯୯ ମହାବାତ୍ୟା ପରେ ପାରାଦ୍ବୀପ ସମୁଦ୍ର କୂଳରେ ବହୁ ସଂଖ୍ୟାରେ ଝାଉଁ ଗଛ ପୋତାଯାଇ କୂତ୍ରିମ ଜଙ୍ଗଲ ସୃଷ୍ଟି କରାଯାଇଥିଲା। ଏହି ଜଙ୍ଗଲ ବର୍ତ୍ତମାନ ସୁରକ୍ଷା କବଚ ର କାର୍ଯ୍ୟ କରୁଛି। ମହାବାତ୍ୟା ପରେ ଯେତେ ବି ପ୍ରାକୃତିକ ବିପର୍ଯ୍ୟୟ ଆସିଛି ଏହି ଝାଉଁ ଜଙ୍ଗଲ ପାରାଦ୍ବୀପ ବାସୀଙ୍କ ସୁରକ୍ଷା କବଚ ସାଜିଛି। ହେନ୍ତାଳ ବଣ ନଷ୍ଟ ହେବା ପରେ ଏହାହିଁ ବର୍ତ୍ତମାନ ସମସ୍ତଙ୍କ ପାଇଁ ସାହା ଭରସା। ଏଗୁଡିକ ବହୁଳ ପରିମାଣରେ କଟାଯିବା ଆଗାମୀ ଦିନରେ ପାରାଦ୍ବୀପ ପାଇଁ ବିପଦ ସୃଷ୍ଟି କରିବ ବୋଲି ପରିବେଶବିତ୍ ମାନେ ମତ ଦେଇଛନ୍ତି।

beach paradip
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର: ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ରକ୍ତଦାନ ଶିବିର

August 22, 2026

ବଡ଼କୂଳ ମଣ୍ଡଳ ଭାଜପା ‘କାର୍ଯ୍ୟକର୍ତ୍ତା ସମାବେଶ’: ଯୋଗଦେଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

August 21, 2026

ରଣପୁର ପ୍ରେସ କ୍ଲବରେ ପ୍ରଥମ ଥର ପାଇଁ ପାଳିତ ହେଲା ୮୦ତମ ସ୍ୱାଧୀନତା ଦିବସ

August 16, 2026

ଗୋଦାବରୀଶ ମହାବିଦ୍ୟାଳୟରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା

August 15, 2026
Latest News

ଗିନିରେ ଭୂସ୍ଖଳନ : ଅଳିଆ ପାହାଡ଼ ଧସି ୩୦ ମୃତ

August 24, 2026

ବୌଦ୍ଧରେ ଗଞ୍ଜେଇ କାରବାର ନେଇ ଭାଇରାଲ୍ ଅଡିଓ: ତଦନ୍ତ ନିର୍ଦ୍ଦେଶ ଦେଲେ ଡିଜି

August 24, 2026

ପ୍ରେମିକର ଛୁରାମାଡ଼ରେ ପ୍ରେମିକା ମୃତ: ଥାନାରେ ଆତ୍ମସମର୍ପଣ କଲେ ଅଭିଯୁକ୍ତ

August 24, 2026

ଭଦ୍ରକ ଜିଲ୍ଲାର ସ୍ୱାସ୍ଥ୍ୟ ସମୀକ୍ଷା ବୈଠକରେ ଯୋଗଦେଲେ ମନ୍ତ୍ରୀ ମୁକେଶ ମହାଲିଙ୍ଗ

August 24, 2026

ଚମ୍ପୁଆରେ ଭୟାବହ ଭୂସ୍ଖଳନ: NH-520ର ବାରବାଙ୍କ ଘାଟିରେ ରାସ୍ତା ଅବରୋଧ

August 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.