Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଜଗତସିଂହପୁର ଜିଲ୍ଲାରେ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରସ୍ତୁତି ସମ୍ପର୍କରେ ଜିଲ୍ଲାପାଳଙ୍କ ସମୀକ୍ଷା ବୈଠକ: ତିର୍ତ୍ତୋଲର ୬୦ ଶ୍ରମିକଙ୍କୁ ପଠାଯିବ ନୂଆପଡ଼ା
ଆଞ୍ଚଳିକ

ଜଗତସିଂହପୁର ଜିଲ୍ଲାରେ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରସ୍ତୁତି ସମ୍ପର୍କରେ ଜିଲ୍ଲାପାଳଙ୍କ ସମୀକ୍ଷା ବୈଠକ: ତିର୍ତ୍ତୋଲର ୬୦ ଶ୍ରମିକଙ୍କୁ ପଠାଯିବ ନୂଆପଡ଼ା

April 29, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି
ଜଗତସିଂହପୁର: ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥ ଓସୱାନ୍ ଭି.ସି ରୁମ୍ ଠାରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଭିଡିଓ କନଫରେନ୍ସ ମାଧ୍ୟମରେ ଏକ ସମୀକ୍ଷା ବୈଠକ କରିଛନ୍ତି। ମେ ୩ ତାରିଖ ଲକ୍ ଡାଉନ୍ ପରେ ବିଭିନ୍ନ ରାଜ୍ୟରୁ ଜିଲ୍ଲାକୁ ଫେରିବାକୁ ଥିବା ଶ୍ରମିକମାନଙ୍କୁ ସଂଗରୋଧରେ ରଖିବା ପାଇଁ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର (ଟି.ଏମ୍.ସି)ପ୍ରସ୍ତୁତି ସଂମ୍ପର୍କରେ ବିଡିଓ ଏବଂ ନିର୍ବାହୀ ଅଧିକାରୀଙ୍କ ସହିତ ଆଲୋଚନା କରାଯାଇଥିଲା। ସୋମବାର ସୁଦ୍ଧା ବିଭିନ୍ନ ରାଜ୍ୟରୁ ୧୨,୭୯୨ ଜଣ ବ୍ୟକ୍ତି ଜିଲ୍ଲାକୁ ଆସିବା ପାଇଁ ଅନଲାଇନ୍ ପଞ୍ଜିକରଣ କରିଛନ୍ତି ବୋଲି ଜିଲ୍ଲାପାଳ ଏହି ବୈଠକରେ ସୂଚନା ଦେଇଛନ୍ତି। ଆହୁରି 30 ହଜାର ଲୋକ ଆବେଦନ କରିବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ଜିଲ୍ଲାରେ ୧୯୩ଟି ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରସ୍ତୁତ କରାଯାଇ ୩୩୫୩ ଶଯ୍ୟା ଓ ସହରାଞ୍ଚଳରେ ୪ଟି ଅସ୍ଥାୟୀ କେନ୍ଦ୍ରରେ ୮୩ଟି ଶଯ୍ୟା ପ୍ରସ୍ତୁତ କରାଯାଇଛି। ଅନ୍ୟୂନ ଆହୁରି ୧୦ହଜାର ଶଯ୍ୟା ବ୍ୟବସ୍ଥା କରିବାକୁ ବିଡିଓ ମାନେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ନେଇ ଜିଲ୍ଲାପାଳ ମତ ଦେଇଥିଲେ। ପ୍ରତ୍ୟେକ ପଞ୍ଚାୟତରେ ୩ରୁ ୪ଟି ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ନିର୍ମାଣ ପାଇଁ ମଧ୍ୟ ଜିଲ୍ଲାପାଳ ମତ ଦେଇଛନ୍ତି। ଏଥି ନିମନ୍ତେ ପ୍ରତ୍ୟେକ ବ୍ଲକ୍, ହାଇସ୍କୁଲ, କଲେଜ, ବହୁମୁଖି ବାତ୍ୟା ଆଶ୍ରୟସ୍ଥଳ, ନୋଡାଲ୍ ଏମ୍.ଇ ସ୍କୁଲ୍, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଚିହ୍ନଟ କରି ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରସ୍ତୁତ କରାଯିବ। ପ୍ରାଥମିକ ପ୍ରସ୍ତୁତି ସ୍ୱରୂପ ଘର ରଙ୍ଗଦେବା, ବିଦ୍ୟୁତ୍ ଓ ପାନୀୟଜଳ ବ୍ୟବସ୍ଥା, ପରିମଳ ନିମନ୍ତେ ପାଇଖାନା ନିର୍ମାଣ ପାଇଁ ବିଡିଓ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ।

ସେହିପରି ତିର୍ତ୍ତୋଲ ଅଞ୍ଚଳରେ ରହିଥିବା ୬୦ଜଣ ନୂଆପଡ଼ା ଶ୍ରମିକଙ୍କୁ ବସ୍ ମାଧ୍ୟମରେ ନୂଆପଡ଼ା ଜିଲ୍ଲାକୁ ପଠାଇବା ପାଇଁ ବ୍ୟବସ୍ଥା କରାଯିବ। ସେହିପରି ଏରସମା ବ୍ଲକର ଢିଙ୍କିଆ ପଞ୍ଚାୟତରେ କେନ୍ଦୁଝର ଜିଲ୍ଲାର ୧୦୦ରୁ ଉର୍ଦ୍ଧ ଶ୍ରମିକ ଅଛନ୍ତି। ପ୍ରାୟ ପ୍ରତ୍ୟେକ ପଞ୍ଚାୟତକୁ ୧୦୦ରୁ ୧୫୦ଜଣ ଲୋକ ଫେରିବେ ବୋଲି ଆଶା କରାଯାଉଛି। ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରତ୍ୟେକ ପ୍ରାପ୍ତବୟସ୍କଙ୍କ ପାଇଁ ଦିନକୁ ଖାଦ୍ୟ ବାବଦରେ ୧୨୦ଟଙ୍କା ଓ ୧୪ ବର୍ଷରୁ କମ୍ ପିଲାଙ୍କ ପାଇଁ ଦିନକୁ ୧୦୦ଟଙ୍କା ୧୪ଦିନ ପର୍ଯ୍ୟନ୍ତ ଖର୍ଚ୍ଚ କରାଯିବ। ଜିଲ୍ଲାରେ କୋଭିଡ୍ ନିୟମ ଅବମାନନା କରୁଥିବା ବ୍ୟକ୍ତିଙ୍କୁ ପୋଲିସ୍ ପକ୍ଷରୁ ଅଧିକ ଫାଇନ୍ ଆଦାୟ ହୋଇଥିବା ବେଳେ ତହସିଲଦାର ଓ ନିର୍ବାହୀ ଅଧିକାରୀମାନେ ଫାଇନ୍ ଆଦାୟ କରୁଛନ୍ତି। ପାରାଦ୍ୱୀପ ବନ୍ଦର ସହର ଦେଶର ଜୀବନରେଖା ହୋଇଥିବାରୁ ଏଠାକୁ ଯେପରି କୋଭିଡ୍ ପେସେଣ୍ଟ୍ ନ ଆସନ୍ତି ସେଥିପ୍ରତି ଅଧିକ ଗୁରୁତ୍ବ ଦେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।ଭାରତୀୟ ତୈଳ ନିଗମ,ପାରାଦ୍ୱୀପ ବନ୍ଦର, ଇଫକୋ ଓ ପି.ପି.ଏଲ୍ ସାର କାରଖାନା, ଖାଇବାତେଲ ପ୍ରକଳ୍ପ ଓ ଅନ୍ୟାନ୍ୟ ବୃହତ୍ ଶିଳ୍ପସଂସ୍ଥା ରାଜ୍ୟ ଓ ଦେଶର ପ୍ରଗତିର ମୁଖଶାଳା ଅଟେ।ପ୍ରତ୍ୟେକ ଶିଳ୍ପସଂସ୍ଥା କର୍ତୃପକ୍ଷ ଥର୍ମାଲ୍ ସ୍କାନର୍ ରଖିବା,କର୍ମଚାରୀ ମାନଙ୍କର ହେଲଥ ଚେକ୍ ଅପ୍ କରିବା, ଅଳ୍ପ ସଂଖ୍ୟକ କର୍ମଚାରୀ ସାମାଜିକ ଦୂରତା ମଧ୍ୟରେ କାରଖାନା କାର୍ଯ୍ୟ ଚାଲୁ ରଖିବା କାର୍ଯ୍ୟ ଅତିରିକ୍ତ ଜିଲ୍ଲାପାଳ ଓ ତହସିଲଦାର ତଦାରଖ କରିବେ। ଗତକାଲି ସୁଦ୍ଧା ଜିଲ୍ଲାରୁ ୬୦୩ଟି ନମୁନା ପରୀକ୍ଷା ପାଇଁ ଯାଇଥିବା ବେଳେ ପାରାଦ୍ବୀପରୁ ୨୦୦ରୁ ଉର୍ଦ୍ଧ ନମୁନା ଅନ୍ତର୍ଭୁକ୍ତ ଅଛି। କୌଣସି ସରକାରୀ ଅଧିକାରୀ ଓ କର୍ମଚାରୀ କଟକ ଓ ଭୁବନେଶ୍ବରରୁ ଯିବା ଆସିବା କରୁଥିଲେ ତାଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଜଗତସିଂହପୁର ସଚ୍ଚିଦାନନ୍ଦ ସାହୁ,ପାରାଦ୍ୱୀପ ଅତିରିକ୍ତ ଜିଲ୍ଲାପାଳ କାହ୍ନୁ ଚରଣ ଧୀର, ପ୍ରକଳ୍ପ ନିର୍ଦ୍ଦେଶକ ସରୋଜ କାନ୍ତ ମହାନ୍ତି, ଜିଲ୍ଲା ଶ୍ରମଅଧିକାରୀ, ବିଡିଓ, ନିର୍ବାହୀ ଅଧିକାରୀ, ଜିଲ୍ଲାପାଳଙ୍କ ଓ.ଏସ୍.ଡି, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନି ରଞ୍ଜନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ଜଗତସିଂହପୁର
Share. Facebook Twitter LinkedIn Email WhatsApp Copy Link

Related Posts

ଗୋଦାବରୀଶ ମହାବିଦ୍ୟାଳୟରେ ଜାତୀୟ ଯୁବ ଦିବସ କାର୍ଯ୍ୟକ୍ରମ ଆୟୋଜିତ

January 12, 2026

ଭେଟିନାଥଦେବ ପିଏମ୍. ଶ୍ରୀ ବିଦ୍ୟାଳୟରେ ପିଏମ୍.ଶ୍ରୀ ଉତ୍ସବ ତଥା ବାର୍ଷିକ ଉତ୍ସବ ସମାରୋହ

January 12, 2026

ବାଣପୁର ବ୍ଲକ ସ୍ତରୀୟ ବନ୍ଦେମତରମ୍ ତାଲିମ ପ୍ରଶିକ୍ଷଣ

January 11, 2026

ବାଲୁଗାଁ କଲେଜରେ ପ୍ଲାଷ୍ଟିକ ମୁକ୍ତ ସଚେତନତା ଅଭିଯାନ

January 9, 2026
Latest News

ଆଜିଠାରୁ ଇଣ୍ଡିଆ ଓପନ୍ ୨୦୨୬ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ: ଭାରତର ନେତୃତ୍ଵ ନେବେ ପିଭି ସିନ୍ଧୁ

January 13, 2026

ନିଜ ନାଗରିକମାନଙ୍କୁ ଚେତାବନୀ ଦେଲା ଆମେରିକା: ଇରାନ ଛାଡ଼ିବାକୁ ଦେଲା ପରାମର୍ଶ

January 13, 2026

PLI ଅଟୋ ଯୋଜନା: 13.61 ଲକ୍ଷରୁ ଅଧିକ ବୈଦ୍ୟୁତିକ ଯାନକୁ ପ୍ରୋତ୍ସାହନ

January 13, 2026

ଆଜି ବାଂଲାଦେଶ ଫେରିବେ ଜେଲରେ ଥିବା ୩୮ ଅବୈଧ ବାଂଲାଦେଶୀ ନାଗରିକ

January 13, 2026

ବିଏମସି ନିର୍ବାଚନ ପୂର୍ବରୁ ୬,୮୭୧ ଅଧିକାରୀ ଏବଂ କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି

January 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.