ଶଙ୍କରପୁର ସାହିରୁ ଉଠିଲା କଣ୍ଟେନ୍‌ମେଣ୍ଟ ଜୋନ୍‌

Published: May 24, 2020, 9:06 pm IST

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ମହାନଗର ନିଗମ ଅନ୍ତର୍ଗତ ବଡ଼ବଜାର ଅଂଚଳର ଶଙ୍କରପୁର ସାହିରୁ ପୂର୍ବରୁ ଘୋଷଣା କରାଯାଇଥିବା କଣ୍ଟେନ୍‌ମେଣ୍ଟ ଜୋନ୍‌କୁ ଉଠାଇ ଦିଆଯାଇଛି । ସୂଚନାଯୋଗ୍ୟ ଏହି ସାହିରେ କିଛି କରୋନା ପଜିଟିଭ୍ ମାମଲା ବାହାରିବା ଯୋଗୁଁ ମହାନଗର ନିଗମ ପକ୍ଷରୁ 15 ତାରିଖରେ ଏହାକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଥିଲା । ଏହାପରେ ସାହିର ଦ୍ୱାର ଦେଶକୁ ଅବରୁଦ୍ଧ କରି ରଖାଯାଇଥିଲା । ବର୍ତ୍ତମାନ ପ୍ରାଥମିକ ସଂସ୍ପର୍ଶ ବ୍ୟକ୍ତି ଏବଂ ଲକ୍ଷଣ ଥିବା ବ୍ୟକ୍ତିଙ୍କ ରିପୋର୍ଟ ନେଗେଟିଭ୍ ଆସିବା ପରେ କୌଣସି ସଂକ୍ରମଣର ଭୟ ନଥିବାରୁ ମହାନଗର ନିଗମ ପକ୍ଷରୁ ଏହି ଅଂଚଳରୁ କଣ୍ଟେନମେଣ୍ଟ ଜୋନ୍ ତାଲିକାରୁ ବାଦ୍ ଦିଆଯାଇଥିବା ମହାନଗର ନିଗମ କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର ଚିଠି ମାଧ୍ୟମରେ ସୂଚନା ଦେଇଛନ୍ତି ।

Related posts