Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଗୋଷ୍ଠୀ ସଂକ୍ରମଣ ଭୟରେ ଖଲିକୋଟର ୧୦ ଗ୍ରାମକୁ କଣ୍ଟେନମେଣ୍ଟ ଏବଂ ୨୨ ଗ୍ରାମକୁ ବଫର ଜୋନ୍ ଘୋଷିତ
ଆଞ୍ଚଳିକ

ଗୋଷ୍ଠୀ ସଂକ୍ରମଣ ଭୟରେ ଖଲିକୋଟର ୧୦ ଗ୍ରାମକୁ କଣ୍ଟେନମେଣ୍ଟ ଏବଂ ୨୨ ଗ୍ରାମକୁ ବଫର ଜୋନ୍ ଘୋଷିତ

June 7, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ

ବ୍ରହ୍ମପୁର: ଦିନକୁ ଦିନ ଗଂଜାମ ଜିଲ୍ଲାରେ କରୋନା ସଂକ୍ରମିତ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । କେତେକ ସ୍ଥାନରେ ଗୋଷ୍ଠୀ ସଂକ୍ରମଣ ଭୟ ମଧ୍ୟ ଦେଖିବାକୁ ମିଳିଲାଣି । ଫଳରେ ଜିଲ୍ଲା ପ୍ରଶାସନ ତତ୍ପର ହୋଇ ଉକ୍ତ ଅଂଚଳଗୁଡ଼ିକୁ ନିଜ ଅକ୍ତିଆରରେ ନେଇଛି । ଗୋଷ୍ଠୀ ସଂକ୍ରମଣର ଭୟ ଥିବା ଖଲିକୋଟ ବ୍ଲକ୍ ଅନ୍ତର୍ଗତ ବାଦପଲ୍ଲୀ ଓ ଆଇତିପୁର ପଞ୍ଚାୟତର ୧୦ଟି ଗ୍ରାମକୁ କଣ୍ଟେନମେଣ୍ଟ ଜୋନ୍ ଓ ୨୨ ଟି ଗ୍ରାମକୁ ବଫର ଜୋନ୍ ଭାବେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଘୋଷଣା କରିଛନ୍ତି । ବାଦପଲ୍ଲୀ ପଂଚାୟତରୁ ୧୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଘୋଡ଼ାପଡ଼ା, ସିଆଳିଆପାଟ, କୁରିମପୁର, ଗୁଣ୍ଡୁରିପଲ୍ଲୀ, ବାଦପଲ୍ଲୀ, ସାନବଳ, ନୂଆପଲ୍ଲୀ, ଛକାସିଂ, ଦେବୀଝର ପ୍ରଭୃତି ୯ଟି ଗ୍ରାମକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି । ସେହିପରି ଏହି ପଞ୍ଚାୟତର ମରେଇ ନୂଆଗାଁ, ନଲସିଙ୍ଗ, ଖାସୁଲା, ସୋରିଷପାଟଗଞ୍ଜର, ବଡ଼ପଲ, କୁମାର ସିଙ୍ଗ ପ୍ରଭୃତି ୧୦ଟି ଗ୍ରାମକୁ ବଫଳ ଜୋନ୍ ଭାବେ ଘୋଷଣା କରାଯାଇଛି ।

ଆଇତିପୁର ପଂଚାୟତରେ ୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ବିରିପୁର ଗ୍ରାମକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଥିବାବେଳେ ଉସ୍ତାପଡ଼ା, ଆଇତିପୁର, ଖୋଜାପଲ୍ଲୀ, ପାଳଧୂଆପଲ୍ଲୀ, ଭିକାପଡ଼ା, ରାଇପଡ଼ା, ରାମଚନ୍ଦ୍ରପୁର, କୈରାଶି, ଲକ୍ଷ୍ମଣପୁର, ରତନପୁର, ବାଗଲପୁର, ମାଳଖୋଜାପଲ୍ଲୀ ପ୍ରଭୃତି ୧୨ଟି ଗାଁକୁ ବଫଳ ଜୋନ୍ ଭାବେ ଘୋଷଣା କରିଛନ୍ତି ଜିଲ୍ଲାପାଳ । କଣ୍ଟେନମେଣ୍ଟ ଜୋନ୍‌ରେ ଲୋକଙ୍କ ଯିବା ଆସିବା ଉପରେ ସଂପୂର୍ଣ୍ଣ କଟକଣା ଲାଗୁ ହୋଇଛି । କିନ୍ତୁ ବଫର ଜୋନ୍‌ରେ ଅତ୍ୟାବଶ୍ୟକ କ୍ଷେତ୍ରରେ ଲୋକଙ୍କୁ ବାହାରକୁ ଯିବାକୁ ଅନୁମତି ଦିଆଯାଇଛି । ସଂପୂର୍ଣ୍ଣ ଦୁଇଟି ଯାକ ପଂଚାୟତର ପ୍ରବେଶ ପଥରେ ବ୍ୟାରିକେଡ଼୍ କରାଯିବା ସହ ଚାରିପଟୁ ସିଲ୍ କରିଦିଆଯାଇଛି । ସେଠାରେ ଅସ୍ଥାୟୀ ଚେକପୋଷ୍ଟ କରିବା ପାଇଁ ଖଲିକୋଟ ଥାନାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଖଲିକୋଟ ବ୍ଲକ୍‌ର ଅତିରିକ୍ତ ତହସିଲ୍‌ଦାର ଜ୍ୟୋତିର୍ମୟ ଦାଶଙ୍କୁ ଏକଜ୍ୟୁକିଟିଭ୍ ମାଜିଷ୍ଟ୍ରେଟ ଭାବେ ଦାୟିତ୍ୱ ଦିଆଯାଇଛି । ଏହି ସମୟରେ ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେବା ପାଇଁ ବିଡ଼ିଓ ନବକୃଷ୍ଣ ଜେନାଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଘରକୁ ଘର ବୁଲି ଲୋକଙ୍କୁ ସ୍କ୍ରିନିଂ କରିବା ସହ ଆବଶ୍ୟକ ସ୍ଥଳେ ସ୍ୱାବ ସଂଗ୍ରହ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ଜନଶୁଣାଣି ଶିବିର

October 6, 2025

ଚିଲିକା ବନ୍ୟପ୍ରାଣୀ ଡିଭିଜନ୍ ପକ୍ଷରୁ ୭୧ ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ

October 5, 2025

ଆରଏସଏସ ବାଣପୁର ପକ୍ଷରୁ ଶତାବ୍ଦୀ ଉଦ୍ଘାଟନ ଉତ୍ସବ ଓ ପଥ ସଞ୍ଚଳନ

October 5, 2025

ବାଲୁଗାଁ କଲେଜ ଦ୍ବାରା ଆୟୋଜିତ ପୂଜା ସ୍ୱତନ୍ତ୍ର ଶିବିର ଉଦଯାପିତ

October 5, 2025
Latest News

ଆଇନଜୀବୀ ପୀତବାସ ପଣ୍ଡା ଙ୍କ ଜଘନ୍ୟ ହତ୍ୟା ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୁଃଖ ପ୍ରକାଶ

October 7, 2025

ପୁଣି ଆଉ 25% ଶୁଳ୍କ  ଲାଗୁ କଲେ ଟ୍ରମ୍ପ: ଜାଣନ୍ତୁ କେଉଁ ଦେଶଗୁଡିକ ହେବେ ପ୍ରଭାବିତ?

October 7, 2025

ଅନ୍ତର୍ଜାତୀୟ ସ୍ତରରେ ପୁଣି ଅପମାନିତ ହେଲା ପାକିସ୍ତାନ: ଭାରତ ଦେଲା କଡା ଜବାବ

October 7, 2025

ବ୍ରହ୍ମପୁରରେ ବିଜେପି ନେତାଙ୍କୁ ଗୁଳି ମାଡ଼: ବଡ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର

October 7, 2025

ଜୈବିକ କୃଷିର ବିକାଶ: କୃଷକଙ୍କ ସଶକ୍ତିକରଣ, ଗ୍ରାମୀଣ ଭାରତର ସଶକ୍ତୀକରଣ

October 7, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.